କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଆରମ୍ଭ
ଭୁବନେଶ୍ୱର:୧୭ ଜୁନ୍ ୨୦୨୫- ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ କହିଛନ୍ତି। ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୋଧରେ ଏକ ଅପରାଧ। ଏ ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡା ଯିବନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ।
On the direction of DGP Odisha Shri Yogesh Bahadur Khurania, Gopalpur PS case number 186 dated 16.6.25 under section 71 /296, /351 (3) / 310(2) bns has been taken over by Crime Against Women And Children Wing of CID-CB,Odisha Police. The team of CAW & CW has already reached Gopalpur. This case has been treated as Red Flag and the investigation is taking place under direct supervision of Ig Caw & Cw Smt Shyni S.
ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୁଲିସକୁ ସମସ୍ତ ସନ୍ଦିଗ୍ଧ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ, ସ୍ଥାନୀୟ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଏ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଏହି ଅଭିଯୁକ୍ତମାନଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି । ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଭିତରେ ୪ ଜଣ ୧୭ ବର୍ଷ ବୟସ୍କ ନାବାଳକ ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ, ବୁରୁପଡ଼ାର ବାବୁରାମ ଦଳେଇ, ବେଲଗାଁର କୁନାଲ ପ୍ରଧାନ, ଶିକିରିର ଓମ୍ ପ୍ରଧାନ,ଦୀପକ କରାଇ, ବୁରୁପଡ଼ାର ଲକ୍ଷ୍ମଣ ପ୍ରଧାନ। ପ୍ରମୋଦ, ବାବୁରାମ ଓ କୁନାଲ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ସୂଚନା ମିଳିଛି ।
ରବିବାର ଏହି ଘଟଣା ଘଟିଥିଲା । ରାତି ସାଢ଼େ ୮ଟାରେ ବ୍ରହ୍ମପୁରର ଏକ କଲେଜର ଜଣେ ଛାତ୍ରୀ ଓ ଜଣେ ଛାତ୍ର ଗୋପାଳପୁର ବେଳାଭୂମିର ଏକ ନିର୍ଜନ ଅଞ୍ଚଳରେ ବସିଥିଲେ। ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତକୁ ଦେଖି ଅଭିଯୁକ୍ତମାନେ ଫଟୋ ଉଠାଇଥିଲେ। ସେହି ଦୁଇ ଜଣଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରି ଦେବାର ଭୟ ଦେଖାଇ ପ୍ରଥମେ ସେମାନଙ୍କ ଠାରୁ ୧୩ଶହ ଟଙ୍କା ନେଇଥିଲେ। ପରେ ଛାତ୍ରଙ୍କୁ କାବୁ କରିନେଇ ସେମାନଙ୍କ ମଧ୍ୟରୁ ତିନିଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ।
ଉଭୟ ଛାତ୍ରଛାତ୍ରୀ ପୁଲିସକୁ କହିଥିଲେ। ପୁଲିସ ଘଟଣାର ତଦନ୍ତ କରି ୭ ଜଣଙ୍କୁ ଥାନାକୁ ଆଣି ଥିଲେ। ଆଜି ପୁଲିସ ସମସ୍ତଙ୍କୁ ଗିରଫ କରିଥିଲା।
ଏହି ଘଟଣାରେ ଜାତୀୟ ମହିଳା କମିଶନ ହସ୍ତକ୍ଷେପ କରିଛନ୍ତି ଓ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ମହା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ରେଡ ଫ୍ଲାଗ ଭାବେ ନିଆଯାଇଛି। କ୍ରାଇମ ବ୍ରାଞ୍ଚର କ୍ରାଇମ୍ ଏଗେନେଷ୍ଟ ଓମେନ ଆଣ୍ଡ ଚାଇଲଡ ଶାଖା ଆଇଜି ସାଇନି ଏସ ଏହାର ତଦନ୍ତ ଆରମ୍ଭ କରିଛନ୍ତି।