• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଆଦାନୀଙ୍କ ପାଇଁ ଅଟକିଲା ରଥଟଣା

Share on FacebookShare on TwitterShare on Whatsapp

ନିଳାଦ୍ରୀ ବିଜେ ପରେ ୧୦ ଦିନ ମଧ୍ୟରେ

ଜିଲା ଦୌରାଜଜ ତଦନ୍ତ କରନ୍ତୁ – ପ୍ରସାଦ

ଭୁବନେଶ୍ୱର: ୨୮/୬- ୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା। ଏକା ଦିନରେ ଗତକାଲି ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ଗତକାଲି କାଦୁଆ ଗୁଣ୍ଡିଚା-ପାଗ ମଧ୍ୟ ଭଲଥିଲା। ପ୍ରଶାସନ ପକ୍ଷରୁ ସବୁ ସ୍ୱାଭାବିକ ହେବ ବୋଲି କୁହାଯାଇଥିଲା। ସମସ୍ତେ ଆଶ୍ୱସ୍ତ ଥିଲେ। କିନ୍ତୁ ଅଭାବନୀୟ ଅଘଟଣ ଓ ବିଘଟଣ ଆମ ସମସ୍ତଙ୍କୁ ଗଭୀର ମର୍ମାହିତ କରିଛି । ରଥଯାତ୍ରା ଆପାତତଃ ୧୨ ଶହ ବର୍ଷ ଧରି ଚାଲୁଆସୁଛି । ଅନେକ ବର୍ଷ ଗୋଟିଏ ଦିନରେ ରଥଟଣା ଓ ଗୁଣ୍ଡିଚା ମନ୍ଦିର ପହଣ୍ଡି ଗୋଟିଏ ଦିନରେ ସରିଛି । ହେଲେ ଚଳିତ ବର୍ଷ ତାଳଧ୍ୱଜ ଓ ଦର୍ପଦଳନ ପହଞ୍ଚି ତ ପାରିଲେନି ନନ୍ଦିଘୋଷ ବିଧି ରକ୍ଷା ପାଇଁ ନା କୁ ମାତ୍ର ଗଡ଼ିଲା । ତେବେ କେଉଁ କାରଣରୁ ଏବଂ କାହାପାଇଁ ରଥ ଟଣା ଅଟକିଲା?

ଗୌତମ ଆଦାନୀ ଓଡ଼ିଶା ଆସି ପୁରୀ ଯିବେ, ରଥ ଟାଣିବେ ଓ ପ୍ରସାଦ ସେବନ କରିବେ ରଥଯାତ୍ରା ପୂର୍ବଦିନ ଗଣମାଧ୍ୟମରେ ସମ୍ବାଦ ପ୍ରସାରଣହୋଇଥିଲା । କିନ୍ତୁ ଗୌତମ ଆଦାନୀ ରଥଯାତ୍ରା ଦିନ ପୂରୀ ଯାଇପାରିଲେ ନାହିଁ । ତାଙ୍କରି ପାଇଁ ରଥଟଣାକୁ ପରଦିନକୁ ଘଞ୍ଚୁ ଯାଇଥିଲା କି ବୋଲି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଗତକାଲିର ମହାବିଭ୍ରାଟ ପ୍ରସଙ୍ଗରେ ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣେ ଦକ୍ଷ ଅଭିଜ୍ଞ ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କର ଉକ୍ତି ଆମ ସସସ୍ତଙ୍କୁ ବିବ୍ରତ ଓ ବ୍ୟଥିତ କରିଛି । “ବୋଧହୁଏ କିଛି ଭକ୍ତ ଆସିପାରି ନାହାନ୍ତି । ସେଥିପାଇଁ ନନ୍ଦିଘୋଷ ଗଡ଼ିଲା ନାହିଁ” । ନନ୍ଦିଘୋଷ ଟଣା ପରଦିନ ସକାଳକୁ ଘୁଞ୍ଚିଗଲା । କାହାଆଡ଼କୁ ଏ ଇଙ୍ଗିତ? ଗୌତମ ଆଦାନୀ ଆଡ଼କୁ ନୁହେଁ ତ ବୋଲି ସେ ପୁଣି ପ୍ରଶ୍ନ କରିଛନ୍ତି ।

“କିଛି ଅଘଟଣ-ବିଘଟଣ ହୋଇନାହିଁ” ବୋଲି କହି ଆଇନମନ୍ତ୍ରୀ ଘଟଣାକୁୂ ଫାଙ୍କିଦେଇଛନ୍ତି ।ଏଥରର ରଥଯାତ୍ରା ପରିଚାଳନା ସରକାର ଶତାଧିନ ଦଳ ହାତରେ ଟେକିଦେଇଛନ୍ତି। ସରକାରୀ ପଦାଧିକାରୀମାନଙ୍କୁ ଦୂରେଇ ରଖି ଦଳୀୟ ପଲିଟିକାଲ ଇଭେଣ୍ଟ ମ୍ୟାନେଜମେଣ୍ଟ କରିଛନ୍ତି । ସବୁ ନିର୍ଦ୍ଧାରିତ ସମୟ ବଦଳିଯାଇଛି । ପହଣ୍ଡି ଠାରୁ ଛେରା ପହରା ମଧ୍ୟରେ କ’ଣ ପାଇଁ ଦୁଇଘଣ୍ଟା ବ୍ୟବଧାନ ରହିଲା । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା ସମିତି ଗଠନ ନେଇ ଗଜପତି ମହାରାଜ ଏବଂ ଆଇନ ମନ୍ତ୍ରୀଙ୍କ ମଧ୍ୟରେ ଅମେଳ ଓ ମତଭେଦ ଥିଲା । ଏବେ ରାଜାଙ୍କର ଓ ମନ୍ତ୍ରୀଙ୍କର ଛେରା ପହରା ଉଛୂର ହେବା ଘଟଣା ଭିନ୍ନଆଡ଼କୁ ସୂଚାଉଛି । ଗତ ବର୍ଷ ମହାପ୍ରଭୁ ବଳଭଦ୍ର ଚାରମାଳରେ ବିଜେ ପହଣ୍ଡିରେ ଓହ୍ଲାଇବା ବେଳେ ଦୁର୍ଘଟଣା ଘଟିଥିଲା । କାରଣ ଖୋଜାଗଲା ନାହିଁ କି ନିରାକରଣ ହେଲା ନାହିଁ । ଏବର୍ଷ ମଧ୍ୟ ତାଳଧ୍ୱଜ ଦକ୍ଷିଣମୋଡ ନେବାରେ ବିଭ୍ରାଟ ଓ ବିଳମ୍ବ ହେଲା । ଗତକାଲି ଦଳାଚକଟାରେ ୭୫୦ ଆହତ ହୋଇଛନ୍ତି ।

ଶ୍ରଦ୍ଧାଳଙ୍କୁ ମୃତ୍ୟୁ ହୋଇଥିବା ଘଟଣା ଶୁଣାଯାଉଛି ସରକାର ଏ ସମ୍ପର୍କରେ ପାଟି ଖୋଲୁ ନାହାନ୍ତି । ଗତବର୍ଷ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୫୦ ରୁ ଅଧିକ ଆହତ ହୋଇଥିଲେ। ଏଥର ଦଳା ଚକଟାରେ ନୁହେଁ, ପୋଲିସ ମାଡ଼ରେ ବହୁ ପତ୍ରକାର ଆହତ ହୋଇଛନ୍ତି । ମହିଳା ସାମ୍ବାଦିକା ବିଜୟୀତା ତ୍ରିପାଠୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଇଏ କି ପ୍ରକାର ପରିଚାଳନା । “ଆଇ.ଜି.ଡ୍ରୋନ” ନାମକ ଏକ ଘରୋଇ ସଂସ୍ଥାକୁ କ୍ଲୋଜ ସର୍କିଟ ଇଣ୍ଟିଗ୍ରେଟେଡ କମାଣ୍ଡ ସିଷ୍ଟମର ଦାୟିତ୍ୱ ଆରକ୍ଷୀ ଅଧିକ୍ଷକଙ୍କ ବାରଣ ସତ୍ୱେ ଏଥର ଦିଆଯାଇଥିଲା ।
ଆଇଏସ୍‌ଆଇ ଲିଙ୍କ ଥିବା ଜ୍ୟୋତି ମାଲହୋତ୍ରାଙ୍କ ମହିଳା ବାନ୍ଧବୀ ପ୍ରିୟଙ୍କା ମଧ୍ୟ କଡର୍ନ ପରିସର ମଧ୍ୟରେ ବୁଲିବାର ଦେଖାଯାଇଥିଲା । ୫୦୦୦ ରୁ ଅଧିକ ପାସ ବଣ୍ଟାଯାଇଥିଲା। ପାତର ଅନ୍ତର ଓ ଅନିୟମିତତାର ଅଭିଯୋଗଥିବା ପୁରୀ ଜିଲ୍ଲାପାଳଙ୍କ ଆଖି ଆଗରେ କିଭଳି ସେ କର୍ଡନ ପରିସରକୁ ପଶିଥିଲେ ଓ ବୁଲୁଥିଲେ ।

ବିନା ଶ୍ରୀମନ୍ଦିର ପରିଚାଳନା କମିଟିରେ ଏଥର ରଥଯାତ୍ରା ହେଉଛି । ରାଜା ବର୍ଷେ ହେଲା ଏକଥା କହି ଆସୁଛନ୍ତି । ସରକାରଙ୍କୁ ଚଠି ଲେଖୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । କିନ୍ତୁ କିଛି ହେଲା ନାହିଁ । ଶେଷରେ ଆଇନମନ୍ତ୍ରୀ ମାମଲା ଉଚ୍ଚ ନ୍ୟାୟଳରେ ବିଚାରଧିନ ଅଛି ବୋଲି କହିଲେ । ଅନ୍ଧକୁ ଗୋହିରି ବାଟ ଦେଖାଇବା କଥା । ସରକାରୀ ପ୍ରଶାସନ, ମନ୍ଦିର ପରିଚାଳନା ସମିତି ଓ ସେବାୟତ ମାନଙ୍କ ମଧ୍ୟରେ ସମନ୍ୱୟ ନାହିଁ । ନା କୁ ମାତ୍ର ସମନ୍ୱୟ କମିଟି ବସିଲା । ଗତକାଲି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ରଥଖଳା କଡ଼ରେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀମାନଙ୍କ ସହ ପ୍ରାୟ ସବୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ହେଲେ ସରକାରଟା ଯେମିତି ସ୍ଥିର ଓ ଅଚଳ ହୋଇପଡ଼ିଥିଲା । କିମ୍‌ କର୍ତ୍ତବ୍ୟ ମୁଢ ଅବସ୍ଥା ।

ଶ୍ରୀ ହରିଚନ୍ଦନ କେଉଁ କାରଣ ବା ଗୃଢ଼ କାରଣରୁ ଏହି ମହା ବିଭ୍ରାଟ ଘଟିଲା ବୋଲି ପଚାରିଛନ୍ତି । ନିଳାଦ୍ରୀ ବିଜେ ପରେ ୧୦ ଦିନ ମଧ୍ୟରେ କାର୍ଯ୍ୟରତ ପୁରୀ ଜିଲ୍ଲା ଦୌରାଜଜ୍‌ଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ଏବଂ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ପିସିସି ପକ୍ଷରୁ ସେ ଦାବି କରିଛନ୍ତି । ଏଥି ସହିତ ମହାପ୍ରଭୁଙ୍କ ପାଖରେ ମହାଦୋଷ ମାର୍ଜ୍ଜନା ପାଇଁ ଆମେ ସମସ୍ତେ କ୍ଷମା ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି ।

ସେହିପରି ପିସିସି ପୂର୍ବତନ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ରଥଯାତ୍ରାରେ ହଜାର, ହଜାର କର୍ଡନ ପାସ କାହାକୁ ଓ କାହିଁକି ଦିଆଗଲା? କାହିଁକି ବଡ଼ ଠାକୁରଙ୍କ ରଥ ଇଞ୍ଚେ ବି ଘୁଂଚିଲା ନାହିଁ । ସାମ୍ବାଦିକଙ୍କୁ ଆକ୍ରମଣ ହେଲା । ହେଲେ ପୂର୍ବରୁ ଆଇନମନ୍ତ୍ରୀ କହିଥିଲେ ଏ ବର୍ଷ ରଥ ଯାତ୍ରା ସୂଚାରୁ ରୂପେ ହେବ । ହେଲେ ଏବେ ଅସୁବିଧା ହେବା ପରେ ବିରୋଧୀଙ୍କୁ କାମଳ ରୋଗ ହୋଇଥିବା କହିଛନ୍ତି । ଯାହା ହାସ୍ୟାସ୍ପଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରଥଯାତ୍ରା ବିଭ୍ରାଟ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଦୃଢ଼ ନିନ୍ଦା କରିବା ସହ ଏହି ଭୁଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଗଜପତି ପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ଗତକାଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

 

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com