• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଜଗନ୍ନାଥଙ୍କ ପାଖରେ ଗର୍ବ ଓ ଅଂହକାରର ସ୍ଥାନ ନାହିଁ: ବିଜେଡି

Share on FacebookShare on TwitterShare on Whatsapp

-ଶରଧାବାଲି ଅଘଟଣରେ ମୃତ୍ୟୁ ଘଟିଥିବା ତିନିଜଣଙ୍କ ପରିବାର ସହିତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଥା ହୋଇ ସମବେଦନା ଜଣାଇଛନ୍ତି
-ଅଘଟଣ ସମୟରେ କୌଣସି ପ୍ରଶାସନିକ ବା ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ନ ଥିଲେ
-ପ୍ରଶାସନିକ ଅବ୍ୟବସ୍ଥା ଓ ସମନ୍ୱୟ ଅଭାବ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି
-ସରକାରୀ ଦଳର ନେତାମାନେ ଅଯୌକ୍ତିକ ଯୁକ୍ତିରୁ କ୍ଷାନ୍ତ ରୁହନ୍ତୁ

 

ଭୁବନେଶ୍ୱର:୨୯/୦୬-ଶରଧାବାଲିରେ ଦଳାଚକଟାରେ ତିନିଜଣ ଭକ୍ତଙ୍କମୃତ୍ୟୁ ଓ ବହୁ ଭକ୍ତଙ୍ ଆହତ ହେବାକୁ ନେଇ ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ଆଜି କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ଟିମ୍ ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନକୁ ଦର୍ଶନ କରି, ଅଘଟଣ ଘଟିଥିବା ସ୍ଥାନକୁ ଯାଇଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ବରିଷ୍ଠ ସେବାୟତମାନଙ୍କ ସହିତ କିଭଳି, ଏଭଳି ଘଟଣା ଘଟିଲା ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ସେବାୟତମାନେ ପ୍ରଭୁଙ୍କ ନୀତିକାନ୍ତି ସଂପର୍କରେ ଅବଗତ କରାଇବା ସହିତ ଚାରମାଳ ଦାୟିତ୍ୱରେ ଥିବା ଅଧିକାରୀମାନେ ଠିକ୍ ପରିଚାଳନା ଅଭାବରୁ ଏଭଳି ଭୟଙ୍କର ଘଟଣା ଘଟିଥିଲା ବୋଲି ପ୍ରକାଶ କରିଥିଲେ। ଘଟଣା ସମୟରେ କୌଣସି ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ସେ ସ୍ଥାନରେ ନଥିଲେ ବୋଲି ମତ ପ୍ରକାଶ ପାଇଛି। ପ୍ରତିନିଧିମଣ୍ଡଳୀ ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଆଲୋଚନା କରି ପ୍ରଭୁଙ୍କ ପରବର୍ତ୍ତୀ ନୀତିକାନ୍ତି, ଆଡପ ବିଜେ, ଆଡପ ଦର୍ଶନ, ବାହୁଡା ଯାତ୍ରା, ଅଧରପଣା ନୀତି ଓ ନିଳାଦ୍ରୀ ବିଜେ ତଥା ମହାପ୍ରଭୁଙ୍କର ସୁନାବେଶ କାର୍ଯ୍ୟ ଯେଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀ ଯେଭଳି ଆଶ୍ୱସ୍ତ ହେବେ ତା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଶାସନ ପକ୍ଷରୁ ଯେଭଳି କୌଣସି ତ୍ରୁଟି ବିଚ୍ୟୁତି ନ ହୁଏ ସେଥିପାଇଁ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବ ରଖି ସେବା କରିବା ପାଇଁ କମିଟି କାମନା କରିଛନ୍ତି।


ବିଜେଡିର ଉପ ସଭାପତି ସଂଜୟ କୁମାର ଦାସବର୍ମା କହିଛନ୍ତି ଯେ, ପ୍ରଶାସନିକ ଅବ୍ୟବସ୍ଥା ଓ ସମନ୍ୱୟର ଅଭାବ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ ହୋଇଛନ୍ତି । ଯେଉଁଭଳି ଭାବେ ପ୍ରଭୁ ଜଗନ୍ନାଥଙ୍କ ରଥ ସଂଧା ୭ଟା ୩୦ ପରେ ବିଧି ରକ୍ଷା କରିବା ପାଇଁ ଟଣା ଗଲା ଏବଂ ତା ପରଦିନ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କଠୁ ଆରମ୍ଭ କରି ସମସ୍ତେ ଉଦବେଗ ପ୍ରକାଶ କଲେ ତାହା ଦୁର୍ଭାଗ୍ୟଜନକ । ମହାପ୍ରଭୁଙ୍କ ଘୋଷଯାତ୍ରାରେ ପ୍ରଶାସନ ଯେଉଁଭଳି ଭାବେ ଦାୟିତ୍ୱ ସଂପୂର୍ଣ୍ଣ କରିବା କଥା ସେ ଦାୟିତ୍ୱ ତୁଲାଇଲେ ନାହିଁ କାହିଁକି? ଆଜି ସକାଳୁ ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ହେବା ସହ ୧୫୦ ଜଣ ଆହତ ହୋଇଛନ୍ତି ତାକୁ ନେଇ ଗଣମାଧ୍ୟମରେ ମନ୍ତ୍ରୀମାନେ ଯେଉଁଭଳି ମନ୍ତବ୍ୟ ଦେଲେ ତାହା ମଧ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।


ପ୍ରତିନିଧି ମଣ୍ଡଳୀ ପୁରୀ ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଆହତମାନଙ୍କ ଅବସ୍ଥା ସଂପର୍କରେ ଅନୁଧ୍ୟାନ କରିବା ସହ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ। ମୃତ୍ୟୁ ଘଟିଥିବା ତିନି ଭକ୍ତଙ୍କ ପରିବାର ସହିତ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କଥା ହୋଇ ସେମାନଙ୍କୁ ଆଶ୍ୱାସନା ଦେବା ସହ ସମବେଦନା ଜଣାଇଛନ୍ତି। ସେହିଭଳି ବିଜେଡି ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ମାର ମାର ଭଣ୍ଡାରିଆକୁ ମାର ନ୍ୟାୟ ଭଳି, ଏସପି ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। କିନ୍ତୁ କେଉଁଠି ବାସ୍ତବ ସମସ୍ୟା ରହିଲା, ତାହାକୁ ଏ ସରକାର ସମାଧାନ କରିନାହାନ୍ତି।

ସାମ୍ବାଦିକଙ୍କୁ ମାଡ ମାରିବା, ଅନ୍ୟ ରାଜ୍ୟର ଗାଡି ମନଇଚ୍ଛା ବଡ ଦାଣ୍ଡରେ ବୁଲିବା ଆଦି ଘଟଣାମାନ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି। ଏପରିକି ମୁଖ୍ୟମନ୍ତ୍ରୀ ୫ଜଣ ମନ୍ତ୍ରୀଙ୍କୁ ନେଇ ଏକ କମିଟି କରିଥିଲେ। ସେହି କମିଟି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ଓ ବିଜେଡିର ବରିଷ୍ଠ ନେତା ବିଦ୍ୟାଧର ସ୍ୱାଇଁ ଉପସ୍ଥିତ ଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com