• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ପୁରୀରେ ହେବ ବିଶ୍ଵସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:3/7- ପୁରୀକୁ ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବା ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ। ଜଣେ ପର୍ଯ୍ୟଟକ ପୁରୀ ଆସିଲେ, ତା’ ପାଇଁ ମୁଖ୍ୟତଃ ଦୁଇଟି ଠିକଣା। ଜଗନ୍ନାଥ ମନ୍ଦିର ଏବଂ ବେଳାଭୂମି। ଏହାକୁ ଛାଡିଦେଲେ ଅନ୍ୟ କୌଣସି ମନୋରଞ୍ଜନ କିମ୍ବା ପର୍ଯ୍ୟଟନ ଭିତ୍ତିଭୂମି ନାହିଁ, ଯେଉଁଠାରେ ସେ କିଛି ସମୟ କଟାଇ ପାରିବ। ଯେ କୌଣସି ପର୍ଯ୍ୟଟନ ସ୍ଥଳକୁ ବିକାଶ କରିବାକୁ ହେଲେ, ପ୍ରଥମ ନିୟମ ହେଉଛି କିପରି ଜଣେ ପର୍ଯ୍ୟଟକ ସେଠାରେ ଅଧିକରୁ ଅଧିକ ସମୟ ରହି ପାରିବ। ପୁରୀ ଠାରେ ସେମିତି କିଛି ବ୍ୟବସ୍ଥା ନାହିଁ।
ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆମ ସରକାର ପୁରୀ ଠାରେ ଏକ ବିଶ୍ଵସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋଟିଏ ପରିସରରେ ଏହା ନିର୍ମିତ ହେବ। ଶ୍ରୀ ଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଯେପରିକି ଏହାର ପୌରାଣିକ ମହତ୍ତ୍ଵ, ନୀଳବଧବଙ୍କ ଠାରୁ ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିର ରୀତିନୀତି, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଭାବାବେଗ ଇତ୍ୟାଦି ପ୍ରଦର୍ଶିତ ହେବ। ଏହି ସବୁ ଘଟଣାବଳୀକୁ ବିଭିନ୍ନ ଚିତ୍ରକଳା, ପ୍ରତିମୂର୍ତ୍ତି, ପଟ୍ଟଚିତ୍ର ଇତ୍ୟାଦି ମଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ।

ସେହିପରି ଏହି ପରିସରରେ ଏକ ପୁସ୍ତକାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପିତ କରାଯିବ। ଏହି ପୁସ୍ତକାଗାରରେ ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ପୁସ୍ତକ ବି ରହିବ। ଏହି ପୁସ୍ତକାଗାରରେ ଇ-ଲାଇବ୍ରେରୀର ସୁବିଧା ପ୍ରଦାନ କରାଯିବ ଏବଂ ପାଠକମାନେ ଇ-ଲାଇବ୍ରେରୀ ମଧ୍ୟମରେ ସବୁ ପ୍ରକାର ପଠନ ସାମଗ୍ରୀ ପାଇ ପାରିବେ। ଜଗନ୍ନାଥ ସଂସ୍କୃତି ଏବଂ ସାହିତ୍ଯକୁ ଋଦ୍ଧିମନ୍ତ କରିବା ପାଇଁ ଏହା ନିଶ୍ଚିତ ଭାବେ ସାହାଯ୍ୟ କରିବ। ଏଥି ସହିତ ଏହି ପରିସରରେ ପ୍ରାୟ ୩୦୦ ଆସନ ବିଶିଷ୍ଟ ଏକ ପ୍ରେକ୍ଷାଳୟ ନିର୍ମାଣ କରାଯିବ। ଏହି ଅଡିଟରିଅମରେ ପ୍ରତି ଦିନ ଲାଇଟ ଓ ସାଉଣ୍ଡ ଶୋ ପ୍ରସ୍ତୁତ କରାଯିବ। ଜଗନ୍ନାଥ ମନ୍ଦିର ଏବଂ ଠାକୁରଙ୍କୁ ନେଇ ଅନେକ କାହାଣୀ, ଅନେକ ପ୍ରସଙ୍ଗ ରହିଛି। ଏହି ସବୁ ପ୍ରସଙ୍ଗକୁ ବିଭିନ୍ନ ଅଧ୍ୟାୟରେ ବିଭାଜନ କରି ଗୋଟିଏ ଗୋଟିଏ ଅଧ୍ୟାୟ (ଏପିସଡ) ପ୍ରସ୍ତୁତ କରି ବିଭିନ୍ନ ଭାଷା ଯେପରିକି ଓଡିଆ, ହିନ୍ଦୀ, ଇଂରେଜୀ ଏବଂ ବଙ୍ଗାଳୀ ଭାଷାରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯିବ। ତା’ ଛଡା ଏହି ପରିସର ମଧ୍ୟରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ବି ନିର୍ମିତ ହେବ ଯେଉଁଠି ରାଜ୍ୟର କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ।
ଏହି ପ୍ରକଳ୍ପ ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ସାହିତ୍ଯକୁ ସୁଦୃଢ ଏବଂ ପରିପୁଷ୍ଟ କରିବା ସହିତ ପୁରୀ ଜଗନ୍ନାଥ ଧାମକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ଉତ୍କୃଷ୍ଟ ସମୟ ଅତିବାହିତ କରିବା ପାଇଁ ସୁଯୋଗ ପ୍ରଦାନ କରିବ। ଏହା ପୁରୀକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଦେବାରେ ସହାୟକ ହେବ।

 ଡିଜିଟାଲ ହୁଣ୍ଡି – ସମର୍ପଣର ଶୁଭାରମ୍ଭ

ଆଜି ଆଉ ଗୋଟିଏ ବଡ ମହତ୍ତ୍ୱପୂର୍ଣ ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାରା ବିଶ୍ବର କୋଣ ଅନୁକୋଣର ଜଗନ୍ନାଥପ୍ରେମୀମାନେ ଇଚ୍ଛା କରି ବି ସୁବିଧାରେ ଜଗନ୍ନାଥଙ୍କ ପ୍ରତି ସମର୍ପଣ ପାଇଁ ଦାନ ଦେବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନର ଅନ ଲାଇନ ବ୍ୟବସ୍ଥାରେ ଜଣେ ସାଧାରଣ ଭକ୍ତ ସମର୍ପଣ ଦେବା ଅତ୍ୟନ୍ତ କାଠିକର ପାଠ।
ଦଶ ବର୍ଷ ତଳେ ଅର୍ଥାତ୍ ୨୦୧୫ ଜୁଲାଇ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଡିଜିଟାଲ ଭାରତର ଶୁଭାରମ୍ଭ କରିଥିଲେ। ଏହି ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଆମ ସରକାର ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତଗଣ ପ୍ରଦାନ କରୁଥିବା ଦାନକୁ ସହଜ, ସାବଲୀଳ କରିବା ପାଇଁ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ କରି ଡିଜିଟାଲ-ହୁଣ୍ଡି- ସମର୍ପଣର ବ୍ୟବସ୍ଥା କରିବାକୁ ନିଷ୍ଫତ୍ତି ନେଇଛନ୍ତି। ଏହା ଦ୍ଵାରା ଭକ୍ତଗଣ ଅତି ସହଜରେ କିଉ ଆର କୋଡ ବ୍ୟବହାର କରି ନିଜ ନିଜ ସମର୍ପଣ ଦେଇ ପାରିବେ। ଶ୍ରୀମନ୍ଦିରର ୱେବ ସାଇଟରେ ଏହି କିଉ ଆର କୋଡ ରହିବ। ଏଥିପାଇଁ ସମସ୍ତ ଇଛୁକ ବ୍ଯାଙ୍କମାନେ ମନ୍ଦିରର ବାହାର ପରିସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ସମନ୍ଵୟ ରକ୍ଷାକରି ନିଜ ନିଜ କିଉ ଆର କୋଡ ଷ୍ଟେସନ ସ୍ଥାପନା କରିପାରିବେ। ମନ୍ଦିର ବ୍ୟତୀତ ପୁରୀ ସହରର ଲୋକପ୍ରିୟ ସ୍ଥାନ ଗୁଡିକରେ ବି ସୁରକ୍ଷିତ ସ୍ଥାନ ଯେପରିକି ଏଟିଏମ କାଉଣ୍ଟର ପରିସରରେ ବି ଏହି କିଉ ଆର କୋଡକୁ ପ୍ରଦର୍ଶିତ କରି ପାରିବେ। ତା’ ବ୍ୟତୀତ ନିଜ ବ୍ୟାଙ୍କ ଶାଖାରେ ବି ଏହାକୁ ପ୍ରଦର୍ଶିତ କରି ପାରିବେ।
ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଧିକ ଦାନ ସଂଗ୍ରହ କରିବା ନୁହେଁ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭକ୍ତଙ୍କ ଭଗବାନଙ୍କ ପ୍ରତି ସମର୍ପଣ ଭାବକୁ ପୂର୍ଣ୍ଣ କରିବା। ଉଦାହରଣ ସ୍ୱରୂପ ଘୋଷଯାତ୍ରା ଦିନ ଅନେକ ଭକ୍ତ ଚାହିଁଥାନ୍ତି, ଯଦି ବି ସେମାନେ ପୁରୀ ଆସି ପାରିବେନି, ତେବେବି ଘରେ ରହି ପ୍ରଭୁଙ୍କ ନିକଟରେ ନିଜର ସମର୍ପଣ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଇ ପ୍ରଣିପାତ କରି ପାରିବେ। ଜଗନ୍ନାଥପ୍ରେମୀଗଣ ଏହି ବ୍ୟବସ୍ଥାର ସୁବିଧା ନେବେ ଏବଂ ଜଗନ୍ନାଥଙ୍କ ପ୍ରତି ନିଜ ନିଜର ସମର୍ପଣ ସୁବିଧାରେ ଦେଇ ପାରିବେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com