ଭୁବନେଶ୍ୱର:୧୯/୭-ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁବୃର୍ତ୍ତମାନଙ୍କ ଦ୍ୱାରା ହୋଇଥିବା ଛାତ୍ରୀକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବା ଘଟଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଅତ୍ୟନ୍ତ ଉଦ୍ବେଗ ପ୍ରକାଶ କରିବା ସହ ଏଭଳି ସ୍ପର୍ଶକାତର ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।
ଏହି କମିଟି ତତ୍କାଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପିଡିତାଙ୍କୁ ଭେଟିବା ଓ ପିଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଦାସ ଦାୟିତ୍ୱ ଦେଇଛନ୍ତି ।
ତଦନୁଯାୟୀ ଉକ୍ତ କମିଟି ଖୁବ୍ଶୀଘ୍ର ପିଡ଼ିତା ଚିକିତ୍ସିତ ହେଉଥିବା ଭୁବନେଶ୍ୱର ଏମ୍ସ୍ ଡାକ୍ତରଖାନାକୁ ଯାଇ ପିଡ଼ିତାଙ୍କୁ ଭେଟିଥିଲେ ଏବଂ ଘଟଣା ସଂପର୍କରେ ପଚାରି ବୁଝିଥିଲେ । ସେହିପରି ପରିବାରବର୍ଗଙ୍କ ସହିତ ଆଲୋଚନା କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଆଜିର ଏହି ତଥ୍ୟ ଅନୁଧ୍ୟାନ ସମୟରେ କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କ ସମେତ ସଭ୍ୟ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଦେବାଶିଷ ପଟନାୟକ, ମିନାକ୍ଷୀ ବାହିନିପତି, ୟାସିର ନୱାଜ, ରଞ୍ଜିତ ପାତ୍ର ଓ ଅନ୍ୟମାନେ ଡାକ୍ତରଖାନାକୁ ଯାଇଥିଲେ । ଏହି କମିଟିରେ ବିଧାୟିକା ସୋଫିଆ ଫିର୍ଦୋଷ, ସୋନାଲି ସାହୁ, ମନିଷା ଦାସ ପଟନାୟକ ଓ ଉଦ୍ଦିତ ପ୍ରଧାନ ପ୍ରମୁଖ ରହିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ
ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...
Read more