
ଭୁବନେଶ୍ୱର:21/7-ଭାରତର ଉପ ରାଷ୍ଟ୍ରପତି ଜଗଦୀପ ଧନଖର ଉପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସମ୍ବିଧାନର ଧାରା ୬୭ (କ) ଅନୁଯାୟୀ ଇସ୍ତଫା ଘୋଷଣା କରିଛନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ସ୍ବାସ୍ଥ୍ୟର ଯତ୍ନ ଓ ଡାକ୍ତରଙ୍କ ପରାମର୍ଶକୁ ଗ୍ରହଣ କରି ସେ ଇସ୍ତଫା ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବାରୁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମନ୍ତ୍ରୀମଣ୍ଡଳକୁ ସମର୍ଥନ ପାଇଁ ମଧ୍ୟ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଅମୂଲ୍ୟ ଥିଲା ବୋଲି ସେ କହିଛନ୍ତି । ସେହିପରି ସାଂସଦମାନଙ୍କ ପକ୍ଷରୁ ତାଙ୍କୁ ସମର୍ଥନ ମିଳିଥିଲା ବୋଲି ମଧ୍ୟ ସେ ଦର୍ଶାଇଛନ୍ତି।