• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଭୁବନେଶ୍ୱରରେ ଓଡିଶାର ପ୍ରଥମ ଓଡିଶା ଟେକ୍ସଟାଇଲ କନକ୍ଲେଭ

Share on FacebookShare on TwitterShare on Whatsapp

-ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ ବୁଣାକାରଙ୍କ ମଜୁରୀ ରିହାତି ଏକ ହଜାର ଟଙ୍କା ବୃଦ୍ଧି

-୩୩ଟି ଏମ୍‌ଓୟୁ ସ୍ୱାକ୍ଷରିତ, ମୋଟ୍ ୭,୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି, ୫୩,୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି

-ଦୁଇଟି ଟେକ୍ସଟାଇଲ ପାର୍କ ଲୋକାର୍ପିତ

-ସମସ୍ତ ସରକାରୀ କର୍ମଚାରୀ ସପ୍ତାହକୁ ଅନ୍ୟୁନ ଗୋଟିଏ ଦିନ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

-ପ୍ରତିବର୍ଷ ଟେକ୍ସଟାଇଲ କନ୍‌କ୍ଲେଭ୍‌ର ଆୟୋଜନ କରାଯିବ

-ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟରେ ଟେକ୍ସଟାଇଲ କ୍ଷେତ୍ରରେ ୫ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:25/7 ଟେକ୍ସାଟାଇଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଜୁରୀ ରିହାତି ମାସକୁ ଏକ ହଜାର ଟଙ୍କା ବୃଦ୍ଧି କରାଯାଇଛି। ଏହା ଦ୍ୱାରା ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ମାସକୁ ୫ ହଜାର ବଦଳରେ ୬ ହଜାର ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଅନୁଷ୍ଠିତ ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ୍‌ରେ ଏହା ଘୋଷଣା କହିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଏବଂ ଭଦ୍ରକ ଠାରେ ଦୁଇଟି ଟେକ୍ସଟାଇଲ ଓ ଫୁଟ୍‌ୱିୟର ପାର୍କର ଲୋକାର୍ପଣ କରିଥିଲେ।

ଅନୁଷ୍ଠିତ ଓ-ଟେକ୍ସ ୨୦୨୫ ହେଉଛି ରାଜ୍ୟର ପ୍ରଥମ ଟେକ୍ସଟାଇଲ ଓ ଆପାରେଲ କନ୍‌କ୍ଲେଭ୍। ଆଜିର କନ୍‌କ୍ଲେଭ୍‌ରେ ୧୬୦ରୁ ଅଧିକ ବୃହତ ଓ ନୂତନ ଉଦ୍ୟୋଗୀ ଯୋଗଦେଇଥିଲେ। ବିଶ୍ୱର ନାମୀଦାମୀ ବ୍ରାଣ୍ଡର ପ୍ରମୁଖ ଏହି କନ୍‌କ୍ଲେଭ୍‌ରେ ଅଂଶଗ୍ରହଣ କରିଥିଲେ ଓ ଦେଶର ବୟନ ଓ ପୋଷାକ ଶିଳ୍ପକ୍ଷେତ୍ରର ପ୍ରାୟ ସମସ୍ତ ଶିଳ୍ପପତି ଉପସ୍ଥିତ ଥିଲେ। ଏହା ପୂର୍ବଭାରତର ସର୍ବବୃହତ ଟେକ୍ସଟାଇଲ କନ୍‌କ୍ଲେଭ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସପ୍ତାହକୁ ଯେକୌଣସି ଗୋଟିଏ ଦିନ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପରିଧାନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି କନ୍‌କ୍ଲେଭ୍‌ରେ ମୋଟ୍ ୩୩ଟି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ, ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଆସିଛି। ଏହା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟରେ ୫୩,୩୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏହା ସହିତ ପ୍ରତିବର୍ଷ ଏହି କନକ୍ଲେଭ ଆୟୋଜନ କରିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡିଶାର ବସ୍ତ୍ର ଶିଳ୍ପ ବହୁତ ପ୍ରାଚୀନ। ଆମ ସଂସ୍କୃତି ଏବଂ ପରମ୍ପରା ସହିତ ଆମ ପୋଷାକ ଓ ପରିଧାନ ଜଡିତ ହୋଇ ରହିଛି। ପଶ୍ଚିମ ଓଡିଶାର ପାରମ୍ପାରିକ ବସ୍ତ୍ର ପ୍ରସ୍ତୁତି ପ୍ରକ୍ରିୟା, ବ୍ରହ୍ମପୁରର ରେଶମ, ଗଜପତି, କେନ୍ଦୁଝରର ଟସର ଏବଂ ମାଣିଆବନ୍ଧ ସୂକ୍ଷ୍ମକଳାର ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସମସ୍ତ ପୋଷାକର ପ୍ରଚାର ପ୍ରସାର ମାଧ୍ୟମରେ ଓଡିଶାକୁ ଟେକ୍ସଟାଇଲ ହବ୍ କରିବା ପାଇଁ ଆମ ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟରେ ଟେକ୍ସଟାଇଲ କ୍ଷେତ୍ରରେ ୫ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିବା ସହିତ ୫ଟି ଟେକ୍ସଟାଇଲ ଓ ଆପାରେଲ୍ ପାର୍କ ବିକଶିତ କରିବା ଦିଗରେ ଆମ ସରକାର ଯୋଜନା କରୁଛନ୍ତି। ଓଡିଶା ପୁଞ୍ଜିନିବେଶକାରୀ ମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି। ଚଳିତ ଆର୍ଥିକ ବର୍ଷରେ ଦେଶର ସମୁଦାୟ ଘରୋଇ ନିବେଶର ୪୦ ପ୍ରତିଶତ ଓଡିଶାକୁ ଆସିଛି। ଏହା ବିଶ୍ୱର ଉଦ୍ୟୋଗ ଜଗତର ଆମ ସରକାରଙ୍କ ଉପରେ ଥିବା ଆସ୍ଥାକୁ ଦର୍ଶାଉଛି। ଏହା ଭରସାକୁ ଅତୁଟ ରଖିବା ଦିଗରେ ଆମର ଉଦ୍ୟମ ଜାରି ରହିବ।

ଅନ୍ୟାନ୍ୟ ଶିଳ୍ପ ସହିତ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶର ସବୁଠାରୁ ଆକର୍ଷଣୀୟ ସ୍ଥାନ ଭାବେ ପରିଗଣିତ ହୋଇପାରିଛି। ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରର ସବୁଠାରୁ ବଡ ଆକର୍ଷଣ ହେଉଛି ଏ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି। ବିଶେଷକରି ମହିଳା ମାନଙ୍କୁ ଅଧିକ ନିଯୁକ୍ତିର ସୁଯୋଗ ରହିଛି । ଓଡ଼ିଶାର ଗ୍ରାମାଞ୍ଚଳ ଓ ଅର୍ଥନୈତିକ ପଛୁଆ ବର୍ଗର ଯୁବକ ଯୁବତୀମାନଙ୍କ ପାଇଁ ଏହା ବ୍ୟାପକ ସୁଯୋଗ ସୃଷ୍ଟି କରିବା ସହିତ ଓଡ଼ିଶାର ଆର୍ଥିକ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଦେଇଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com