
ଭୁବନେଶ୍ୱର:18/8-ବାଙ୍ଗାଲୋରରେ ଅଗଷ୍ଟ ୧୫ ରୁ ୧୭ ପର୍ଯ୍ୟନ୍ତ ଚାଲିଥିବା ସର୍ବଭାରତୀୟ ଇଣ୍ଡିପେଣ୍ଡେନ୍ସ୍ କପ୍ ଟେନିସ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଶଶାଙ୍କ ଶେଖର ରଥ ତିନୋଟି ଭାଗରେ ଯଥା ୬୫ ବର୍ଷ ସିଙ୍ଗଲ୍ସ, ୬୫ ବର୍ଷ ଡଵଲ୍ସ ଏବଂ ୫୫ ଵର୍ଷ ଡଵଲ୍ସରେ ଚମ୍ପିୟାନ ହଵାର ଗୈାରବ ଲାଭ କରିଛନ୍ତି।

ଏହି ସର୍ବଭାରତୀୟ ଇଣ୍ଡିପେଣ୍ଡେନ୍ସ୍ କପ୍ ଟେନିସ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାରୁ ଭାଗ ନେଇଥିଲେ ସୂର୍ଯ୍ୟ ନାରାୟଣ ମିଶ୍ର, 55+,45+ ବିଭାଗ,ବିଜୟ ନାୟକ, ସ୍ନେହାଶିଷ଼ ବେହେରା, ମହିନ୍ଦ୍ର ବେକ୍,ୟାଇ ଆପ୍ପା ରାଓ ଏବଂ ଶଶାଙ୍କ ଶେଖର ରଥ ।