
ଭୁବନେଶ୍ୱର:27/8-ରାଜ୍ୟରେ ନୂଆ ପଂଚାୟତ, ବ୍ଲକ ଓ ଜିଲା ଗଠନ କରାଯିବ। ଏଥିପାଇଁ ଜିଲା, ଉପଖଣ୍ଡ, ତହସିଲ, ରାଜସ୍ୱ ଗ୍ରାମ ଓ ପୌରାଞ୍ଚଳର ପ୍ରଶାସନିକ ସୀମାରେ ପରିବର୍ତ୍ତନ କରାଯିବ । ଏହି କାର୍ଯ୍ୟ ଡିସେମ୍ବର 31 ତାରିଖ ସୁଦ୍ଧା ସରିବ। ପ୍ରଶାସନିକ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଜନଗଣନା ପୂର୍ବରୁ ସରିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।