ଭୁବନେଶ୍ୱର :୨୮ ଅଗଷ୍ଟ ୨୦୨୫-ପବିତ୍ର ନୂଆଁଖାଇ ଅବସରରେ ଜୟ ଜଗନ୍ନାଥ ଓ ଜୟ ମାଁ ସମ୍ଲେଇଙ୍କ ଆଶୀର୍ବାଦ ନେଇ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝି “ସମ୍କୁ ମୋର ନୂଆଁଖାଇ ଜୁହାର୍” ଜଣାଇଛନ୍ତି। ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ସେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଆମର୍ ମହାନ୍ ସଂସ୍କୃତି ଆଉର୍ ପରମ୍ପରା ର ବାର୍ତ୍ତା ବାହକ୍ ଆଏ ଇ ନୂଆଁଖାଇ ତିହାର୍।

ପରିବାର୍ ର ସଦସ୍ୟ ମାନେ ଦେଶ୍ ବିଦେଶର ଯେନୁ ଭି ଥିଲେ ଇ ତିହାର୍ ଲାଗି ନିଜର୍ ନିଜର୍ ଗାଁ କେ ଘର୍ କେ ଫିର୍ଶନ। ପରିବାର୍ ର ସଭେ ଏକ୍ ହେଇ କରି ମିଶିକରି ନୂଆଁ ଖାଏସନ୍। ମୁନୁଷ୍ ମୁନୁଷ୍ ଭିତରେ ସ୍ନେହ, ପ୍ରେମ୍, ଶ୍ରଦ୍ଧା, ସମ୍ମାନ୍ ର ଆଦାନ୍ ପ୍ରଦାନ୍ ଆର୍ ଭାଇଚାରା କେ ନେଇ କରି ଆଇସି ଆମର୍ ଇ ପରବ୍ ନୂଆଁଖାଇ । ଆମର୍ ପରମ୍ପରାରେ ନୂଆଁଖାଇର ଯେତ୍କି ମହତ୍ତ୍ଵ ଅଛେ ସେତ୍କି ମହତ୍ତ୍ଵ ନୂଆଁଖାଇ ଭେଟଘାଟ୍ ର ଭି ଅଛେ । ନୂଆଁ ଖାଇ ସାର୍ଲା ପରେ ସଭେ ସବ୍କୁ ଭେଟ୍ ହେବାର, ବଡ୍ମାନଙ୍କୁ ନୂଆଁଖାଇ ଜୁହାର କର୍ବାର, ସମକର୍ ଭିତରେ ଭାବ୍ ପ୍ରେମ୍ ର ଆଦାନ୍ ପ୍ରଦାନ୍ କର୍ବାର୍ ଆର୍ ନାଚ୍ ଗୀତ୍ ଖାନା ପିନା ମୌଜ ମଜ୍ଲିସ କର୍ବାର ଇ ନୂଆଁଖାଇ ଭେଟଘାଟ୍ ର ଗୁଟେ ନିଆରା ପରମ୍ପରା ଆଏ।
୨୦୩୬ ତକ୍ ବିକଶିତ ଓଡ଼ିଶା ଆଉ ୨୦୪୭ ତକ୍ ବିକ୍ଶିତ୍ ଭାରତ ଗଠନ୍ ଲାଗି ସମସ୍ତେ ନିଜର୍ ନିଜର୍ ଦାୟିତ୍ୱ ଗ୍ରହଣ କରି ନିଜର୍ ନିଜର୍ କର୍ତ୍ତବ୍ୟ ପାଲନ୍ କରୁନ୍ ବୋଲି ଆଜି ଇ ଶୁଭ୍ ଦିନ୍ ରେ ଛାତ୍ର ଛାତ୍ରୀ ଯୁବକ୍ ଯୁବତୀ ଶ୍ରମିକ୍ କିଶାନ୍ ଜୱାନ୍ ସମ୍କୁ ଅନୁରୋଧ୍ କରୁଛେଁ । ନୂଆଁଖାଇ ସମସ୍ତଙ୍କର ଜୀବନ ରେ ନୂଆଁ ଆଶା ସଞ୍ଚାରିତ କରୁ । ମାଁ ସମଲେଇ, ମହାପ୍ରଭୂ ଶ୍ରୀଜଗନ୍ନାଥ୍ ସମସ୍ତଙ୍କର୍ ଜୀବନ ଥି ହସ୍ ଖୁସି ସୁଖ୍ ଶାନ୍ତି ଉନ୍ନତୀ ପ୍ରଗତି ସଫଳତା ଭରି ଦେଉଁନ୍ ବୋଲି ପ୍ରାର୍ଥନା କରୁଛେଁ ।