ଭୁବନେଶ୍ୱର:୨୮/୫-ରାଜ୍ୟ ସରକାର ସରକାରୀ ଚାକିରି ପାଇଁ ବୟସ ସୀମାକୁ କୋହଳ କରିଛନ୍ତି। କେବଳ ୟୁନିଫର୍ମ ସର୍ଭିସକୁ ବାଦ ଦେଇ ଅନ୍ୟ ବିଭିନ୍ନ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ବୟସ ସୀମା ୩୨ରୁ ୪୨କୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏହି ନିଷ୍ପତ୍ତି ଯୋଗୁଁ ଅନୁସୂଚିତ ଜାତି, ଜନଜାତି ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ମହିଳା ଏବଂ ଭିନ୍ନକ୍ଷମ ପ୍ରାର୍ଥୀ ଅଧିକ ଲାଭ ପାଇବେ । ଏହାଦ୍ୱାରା ଅଧିକ ସଂଖ୍ୟାରେରେ ଯୁବକ ଯୁବତୀ ରାଜ୍ୟ ପ୍ରଶାସନିକ ସେବାରେ ଯୋଗଦେବା ସୁଯୋଗ ପାଇବେ । ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ବୃଦ୍ଧି କରିବାକୁ ବିଭିନ୍ନ ମହଲରୁ ଦାବି ହେଉଥିଲା । ସରକାର ଏହାକୁ କ୍ୟାବିନେଟରେ ମଞ୍ଜୁର କରିଛନ୍ତି ।