
ଭୁବନେଶ୍ୱର: ୨୮/୧-ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏନସିପି ନେତା ସ୍ୱର୍ଗତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ୬ ଜଣଥିଲେ। ସମସ୍ତଙ୍କ ମୃତ୍ୟୁ ହୋଇଥିବା ଡିଜିସିଏ କହିଛି।
ସୂଚନା ଅନୁଯାୟୀ, ଅଜିତ ପାୱାର ଏକ କାର୍ଯ୍ୟକ୍ରମରେ ବାରାମତି ଯାତ୍ରା କରୁଥିଲେ। ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଳିଯାଇଥିବା ବିମାନ ଦେଖିବାକୁ ମିଳିଛି। ଘଟଣାସ୍ଥଳରୁ ମିଳିଥିବା ଭିଡିଓରୁ ବିମାନରେ ନିଆଁ ଲାଗିଥିବା ଓ ଧୂଆଁ ବାହାରୁଥିବା ଦେଖାଯାଉଛି। ବିମାନଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।