
ଭୁବନେଶ୍ୱର: ୭/୧୨- ସପ୍ତମ ରାଜ୍ୟ ପୁସ୍ତକ ମେଳା ୨୦୨୫ର ଦ୍ୱିତୀୟ ଦିବସରେ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ଷ୍ଟଲରେ ଥିବା ପୁସ୍ତକକୁ ସାହିତ୍ୟିକ, ଛାତ୍ର ଓ ପୁସ୍ତକପ୍ରେମୀ ଉପଭୋଗ କରିଥିଲେ। ସଂଧ୍ୟାରେ ଖ୍ୟାତନାମା ଲେଖକ ଦେବଦାସ ଛୋଟରାୟଙ୍କ ପୁସ୍ତକ ‘ଆମ ସମୟର ମଣିଷ’ ଉନ୍ମୋଚିତ ହୋଇଥିଲା। ଅନେକ ପାଠକ ତାଙ୍କ ଦସ୍ତଖତ ସହିତ ପୁସ୍ତକକୁ ନେଇ ଆନନ୍ଦିତ ହୋଇଥିଲେ।

ଏହି ଅବସରରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ କବିତା, ଉପନ୍ୟାସ, ଇତିହାସ, କଫି ଟେବୁଲ ବୁକ୍, ଭ୍ରମଣ ସାହିତ୍ୟ, ନାଟକ ଏବଂ ଆତ୍ମଜୀବନୀରୁ ଆରମ୍ଭ କରି ଜୀବନୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପ୍ରକାଶନର ଏକ ସୁନିର୍ବାଚିତ ସଂଗ୍ରହ ଉପସ୍ଥାପନ କରିଛି। ଏଥିରେ ଗୋଟିଏ ମୁଖ୍ୟ ଆକର୍ଷଣ ହେଉଛି ସଦ୍ୟ ପୁନଃ ପ୍ରକାଶିତ ପତ୍ରିକା ଚନ୍ଦ୍ରଭାଗା-୨୧ ଯାହାକୁ ଖ୍ୟାତନାମା କବି ଜୟନ୍ତ ମହାପାତ୍ର ଅତ୍ୟନ୍ତ ନିଷ୍ଠାର ସହିତ ସମ୍ପାଦନା
କରୁଥିଲେ।
Ama Samayara Manisha released in Book Festival
7/12-On the second day of the 7th Odisha State Book Festival 2025 the collection at the stall of Ketaki Foundation Trust was browsed through by many scholars of literature, students and admirers. In the evening the book AMA SAMAYARA MANISHA by the celebrated author Devdas Chhotray was released. Many admirers were delighted to take an autographed copy home.
On this occasion Ketaki Foundation Trust is presenting a curated collection of publications ranging from poetry, novel, history, coffee table books, travelogue, plays and autobiography to biography. One of the main attractions is the recently revived magazine that the noted poet Jayanta Mahapatra used to passionately edit.