• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ପୂର୍ବରୁ ସମାଲୋଚନା କରୁଥିଲେ ଏବେ ନାମ ପରିବର୍ତ୍ତନ କରି ଲାଗୁ କରୁଛନ୍ତି – ଅତନୁ

Share on FacebookShare on TwitterShare on Whatsapp

‘ଆମ ଶାସନ’ ହେଉଛି ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର କପି ପେଷ୍ଟ: ବିଜେଡି

 

ଭୁବନେଶ୍ୱର:୨୬/୮-ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ଆମ ଶାସନ’ ବ୍ୟବସ୍ଥା ପୂର୍ବ ସରକାରଙ୍କ ଦ୍ୱାରା ୨୦୧୯ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର କପି ପେଷ୍ଟ ବୋଲି ବିଜେଡି କହିଛି । ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରିବା ସମୟରେ ବିଜେପି ଏହି ବ୍ୟବସ୍ଥାକୁ ସମାଲୋଚନା କରିଆସୁଥିବା ବେଳେ ସରକାରକୁ ଆସିବାର ୧୪ ମାସ ପରେ ସମାନ ବ୍ୟବସ୍ଥାକୁ କେବଳ ନାମ ପରିବର୍ତ୍ତନ କରି ଲାଗୁ କରିଛି ବୋଲି ବିଜେଡି କହିଛି। କ୍ଷମତାକୁ ଆସିବାର ୧୪ ମାସ ପରେ ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର ଉପାଦେୟତାକୁ ବିଜେପି ସରକାର ସ୍ୱୀକାର କରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପୂର୍ବ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଅନେକ ଲୋକପ୍ରିୟ ଯୋଜନାକୁ କେବଳ ନାମ ପରିବର୍ତ୍ତନ କରି ଓ ପୂର୍ବ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ସରକାରୀ ଭବନ ଗୁଡିକର ରଙ୍ଗ ପରିବର୍ତ୍ତନ କରିବା ପ୍ରାଥମିକତା ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଗୁଡିକ ଭିତରୁ ୨୪ଟି ଯୋଜନାର ନାମ ପୂର୍ବରୁ ହୋଇସାରିଥିଲା ଓ ଆଜି ଆରମ୍ଭ ହୋଇଥିବା ‘ଆମ ଶାସନ’ ବ୍ୟବସ୍ଥା ପରେ ଏହି ସଂଖ୍ୟା ୨୫କୁ ଛୁଇଁଲା ।


ଶ୍ରୀ ନାୟକ କହିଥିଲେ, ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୯ ମସିହା ଗାନ୍ଧୀ ଜୟନ୍ତୀ ଦିନ ଆରମ୍ଭ ହୋଇଥିବା ‘୫-ଟି – ମୋ ସରକାର’ ବ୍ୟବସ୍ଥା ଜାତୀୟ ସ୍ତରରେ ବହୁ ପ୍ରଶଂସିତ ହୋଇଥଲା । କେନ୍ଦ୍ର ସରକାରଙ୍କ ସଂସ୍ଥା ନୀତି ଆୟୋଗ ଏହାକୁ ପ୍ରଶଂସା କରିଥିବା ବେଳେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହାକୁ ପ୍ରଶଂସା କରିବା ସହିତ ଏହି ବ୍ୟବସ୍ଥାକୁ ଅନ୍ୟ ରାଜ୍ୟରେ ମଧ୍ୟ ଲାଗୁ କରିବା ଦରକାର ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ସୁଶାସନ ଇଣ୍ଡେକ୍ସ ଓ ପ୍ରଧାନମନ୍ତ୍ରୀଙ୍କ ଅଫିସ ମଧ୍ୟ ଓଡ଼ିଶାର ଏହି ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। କିନ୍ତୁ, ରାଜ୍ୟର ବିଜେପି ନେତା ମାନେ ଏହାକୁ ରାଜନୀତି କରି ସମାଲୋଚନା କରି ଆସୁଥିଲେ। ବର୍ତ୍ତମାନ କେବଳ ନାମ ପରିବର୍ତ୍ତନ କରି ସମାନ ବ୍ୟବସ୍ଥାକୁ ଲାଗୁ କରାଯାଇଛି । କେବଳ ନାମ ପରିବର୍ତ୍ତନ କରି ଏହାକୁ ଲାଗୁ କରିବା, ଖଡା ବଡି ଥୋଡ ନା ଥୋଡ଼ ବଡି ଖଡ଼ା ସଦୃଶ୍ୟ ହୋଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି, କିନ୍ତୁ ସରକାରଙ୍କ ନା ଅଛି ଫିଡ୍ବ୍ୟାକ ବ୍ୟବସ୍ଥା ନା ଅଛି ଉତ୍ତରଦାୟୀତ୍ୱ। ନାମ ବଦଳେଇ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ଲାଗୁ କରିଥିଲେ ହେଁ, ଫିଡବ୍ୟାକ ବ୍ୟବସ୍ଥାର ଅନୁପସ୍ଥିତ କାରଣରୁ ଏହି ଯୋଜନା ଗୁଡିକ ଅନ୍ତସାର ଶୁନ୍ୟ ହୋଇଯାଇଛି । ଜନସାଧାରଣ ଏହାର ସୁଫଳ ପାଇପାରୁ ନାହାନ୍ତି । ରାଜ୍ୟ ସରକାରଙ୍କ କାର୍ଯ୍ୟ କେବଳ କପି ପେଷ୍ଟରେ ସୀମିତ ହୋଇ ରହିଯାଇଛି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com