
ଭୁବନେଶ୍ୱର: ୩୦/୧-ଆସନ୍ତା ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହା ଏପ୍ରିଲ ୮ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ଚାଲିବ। ଅଧିବେଶନରେ ୨୮ ଟି କାର୍ଯ୍ୟଦିବସ ରହିଛ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୭ରୁ ୨୪ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୦ ତାରିଖରେ ବଜେଟ ଆଗତ ହେବ।




ଫେବୃଆରୀ ୧୭ ତାରିଖ ଅଧିବେଶନର ପ୍ରଥମ ଦିନ ଗୃହରେ ରାଜ୍ୟପାଳ ଅଭିଭାଷଣ ରଖିବେ । ୧୮ ଓ ୧୯ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସି ଆଲୋଚନା ହେବ । ୨୦ ତାରିଖରେ ୨୦୨୬-୨୦୨୭ ଆର୍ଥିକ ବର୍ଷର ବଜେଟ ଆଗତ ହେବ । ୨୩ ଓ ୨୪ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା କରାଯିବ । ମାର୍ଚ୍ଚ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଉପରେ ହେବ ଏବଂ ମାର୍ଚ୍ଚ ୩୧ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ।