ଭୁବନେଶ୍ୱର:୨୫/୫-ସ୍ଥାନୀୟ ରୋଟାରି ଭବନ ପରିସରରେ କ୍ଷୁଦ୍ର ନାଟକ ଓ ନୃତ୍ୟ ମାଧ୍ୟମରେ ଏକ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଏମ୍. ଡି. କ୍ରିଏସନ୍ସ ଏବଂ ଗୃପ ଦ୍ୱାରା କ୍ଷୁଦ୍ର ନାଟକ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଲୋକମାନଙ୍କ ମଧ୍ୟରେ କ୍ୟାନସର ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଏବଂ ଏହାକୁ ତୁରନ୍ତ ଚିହ୍ନଟ କରିବା ସହ ଚିହ୍ନଟ ବ୍ୟକ୍ତିଙ୍କର କିପରି ଚିକିତ୍ସା କରାଯାଇ ପାରିବ ସେ ବିଷୟରେ ଅବଗତ କରାଯାଇଥିଲା ।

ରୋଗୀମାନେ କିପରି ଆରୋଗ୍ୟ ହୋଇ ମୁକ୍ତ ଜୀବନ ଅତିବାହିତ କରିପାରିବେ ତାହା ଉପସ୍ଥିତ ଡ. ଅମିତାଭ ଜେନା, ଡ. ସଞ୍ଜିବ ମିଶ୍ର, ଡ. ଅନ୍ତରା ସନ୍ୟାଲ, ଡ. ଆରତୀ ନାୟକ, ଡ. ପି. କେ. ସାହୁ ପ୍ରମୁଖ ସଚେତନ କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଏମ୍. ଡି. କ୍ରିଏସନ୍ସର ମୁଖ୍ୟ ମନୋରଞ୍ଜନ ଦାସ ଏବଂ ମମତା ଦାଶ ସଚେତନତା ଅଭିଯାନରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କୁମାର ଗୌରବ ଓ ଅନୁସୂୟା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।