-ବ୍ୟାରିକେଡ ଭାଙ୍ଗିଲେ
-ପୁଲିସ ସହ ଖଣ୍ଡଯୁଦ୍ଧ, ଲାଠି ଚାଳନା
ଭୁବନେଶ୍ୱର:27/3- ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବିଧାନସଭା ଘେରାଉ ଡ଼ାକରାରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି। କିଛି କଂଗ୍ରେସ କର୍ମୀଙ୍କୁ ପୁଲିସ ରାସ୍ତାରେ ଅଟକାଇବା ଓ ଭୁବନେଶ୍ୱରରେ କିଛି ନେତାଙ୍କୁ ରାତି ଅଧରେ ଉଠାଇ ନେବା ସତ୍ତ୍ୱେ ବିଧାନସଭା ଘେରାଉରେ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ଏକତ୍ରିତ ହୋଇଥିଲେ।
ମହିଳା ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ ଡାକରାରେ ସାମିଲ ହୋଇ ଦଳର ପାଇଁ ପୁରୁଷ ଓ ମହିଳା କର୍ମ ପୁଲିସ କର୍ଡନ ଭାଙ୍ଗିଥିଲେ। ପୁଲିସ ସହ ସେମାନଙ୍କର ମୁହଁ ମୁହିଁ ହୋଇଥିଲା । ପୁଲିସ ପାଣି, ଟିୟର୍ ଗ୍ୟାସ ଏବଂ ଲାଠିମାଡ଼ କରିଥିବା ବେଳେ କର୍ମୀମାନେ ଚେୟାର, ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ।
ଆଜି ଦିନ ୧୦ଟା ବେଳେ ରାମମନ୍ଦିର ଛକରୁ କଂଗ୍ରେସ ରାଲି ବିଧାନସଭା ଅଭିମୁଖେ ବାହାରିଥିଲା। ହଜାର ହଜାର କର୍ମୀ ରାଲିରେ ସାମିଲ ହୋଇଥିଲେ। ଗାନ୍ଧୀମାର୍ଗରୁ କର୍ମୀମାନେ ଆଗକୁ ଯାଇଥିଲେ। ପୁଲିସକୁ ନ ମାନି କଂଗ୍ରେସ କର୍ମୀମାନେ ଗୋଟିଏ ପରେ ଗୋଟିଏ ବ୍ୟାରିକେଡ ଭାଙ୍ଗି ମାଡି ଚାଲିଥିଲେ । ଉଭୟପକ୍ଷ ମଧ୍ୟରେ ଚାଲିଥିଲା ଖଣ୍ଡଯୁଦ୍ଧ। ପିଏମଜି ଛକ ରଣକ୍ଷେତ୍ର ପାଲଟିଥିଲା। ଗଣ୍ଡଗୋଳରେ ୧୫ ପୁଲିସ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ଆନ୍ଦୋଳନକାରୀଙ୍କ ଚେୟାର ମାଡ଼ରେ ଖବର ସଂଗ୍ରହ କରୁଥିବା ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।