ଭୁବନେଶ୍ୱର:୯/୧୨- ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଛି । ୧୮ ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ରଖାଯାଇଛି । ଶୀତ ଅଧିବେଶନର ୧୧ ଦିନ ଚାଲିଥିଲା ।

ଏଥର ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ । ଅତିରିକ୍ତ ବଜେଟ ମଧ୍ୟ ଏହି ଅଧିବେଶନରେ ଉପସ୍ଥାପନ କରାଯାଇଥିଲା । ଅଧିବେଶନ ମୁଲତବୀ ଘୋଷଣା ପୂର୍ବରୁ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଦରମା ବୃଦ୍ଧି ବିଲ୍ ପାରିତ କରାଯାଇଛି ।