ଖୋର୍ଦ୍ଧା-୧୩/୦୭- ବିଶିଷ୍ଟ ସାହିତ୍ୟିକା ଶାନ୍ତିଲତା ଦେବୀଙ୍କ ପୁସ୍ତକ ‘ଦିବ୍ୟଲୀଳା’ ଆଜି ବିଡ଼ିଏ କଲୋନୀ ଗାୟତ୍ରୀ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ତ୍ରିନାଥ ଚରଣ କଳା ସାହିତ୍ୟ ସଂସଦ ପକ୍ଷରୁ ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିଆରସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଚରିତ୍ର ସମ୍ପର୍କରେ ଆଲୋଚନା ହୋଇଥିଲା ।
କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଚୈତନ୍ୟ ଗବେଷଣା ପରିଷଦର ଅଧ୍ୟକ୍ଷ ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରବଚକ ତଥା ପ୍ରାଧ୍ୟାପକ ଡ଼କ୍ଟର ଗୁରୁ ପ୍ରସାଦ ମହାପାତ୍ର, ଆଧ୍ୟାତ୍ମିକ ପୁସ୍ତକ ରଚୟିତା ଲଡ଼ୁ କିଶୋର ଦାଶ, ଡ. ଶରତଚନ୍ଦ୍ର ମହାପାତ୍ର, ପ୍ରାଧ୍ୟାପକ ଡ଼.ପ୍ରତାପ ଚନ୍ଦ୍ର ମହାପାତ୍ର, ଆମରିସତ୍ୟର ଡ଼. ପ୍ରମୋଦ ଚନ୍ଦ୍ର ଦାଶ, ଆଡ଼ଭୋକେଟ୍ ଶିବ ସୁନ୍ଦର ପଟ୍ଟନାୟକ, ଦୟାନିଧି ସାହୁ, ଉମାଶଙ୍କର ପ୍ରସାଦ, ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ, କବି ରାଜ କିଶୋର ପାଣିଗ୍ରାହୀ, ଇ.ପ୍ରମୋଦ କୁମାର ପୃଷ୍ଟି ।

ସେମାନେ ପୁସ୍ତକ ଉନ୍ମୋଚନ କରି କହିଥିଲେ ପ୍ରଭୁ ଶ୍ରୀରାମ ଅବତାର ଗ୍ରହଣ କରି ଜନମାନସରେ ଅ୍ରାଦର୍ଶ ପାରିବାରିକ ଜୀବନର ନିଖୁଣ ଚିତ୍ରପଟ ଲୀଳା ମାଧ୍ୟମରେ ମାନବ ଜାତି ପ୍ରତି ରଖିଯାଇଛନ୍ତି । ଲେଖିକା ଶାନ୍ତିଲତା ଦେବୀ ସ୍ୱାମୀ ୰ରାଧାନାଥ ରଥଙ୍କ ଠାରୁ ପୁସ୍ତକ ଲେଖିବା ପାଇଁ କିଭଳି ପ୍ରେରଣା ପାଇଥିଲେ ତାହା ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟଲୋଚନ ଭାରିମଲ୍ଲ, ଡ଼.ବୃନ୍ଦାବନ ପଣ୍ଡା, ଆଶୁତୋଷ ରଥ, ଅନୀଲ କୁମାର ରଥ, ସୁରଙ୍ଗୀ ମହାପାତ୍ର, କଳ୍ପନା ରଥ, ରାଜ କିଶୋର ବଳିଆରସିଂହ, ରାଜେନ୍ଦ୍ର କୁମାର ନରେନ୍ଦ୍ର, ରାଜ କିଶୋର କେଇ, ରୋହିତ ଚମ୍ପତି, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଡ଼.ଚପଳା ପଣ୍ଡା, ବିଳାସିନୀ ଦାଶ, ଦେବରାଜ ପ୍ରଧାନ, ସୌଭାଗ୍ୟ କୁମାର କର, ପ୍ରମୁଖ ବକ୍ତବ୍ୟ ରଖିଥିଲେ । କବି ଗୋବିନ୍ଦ ଚନ୍ଦ୍ର ମହାରଣା ଅତିଥି ପରିଚୟ, ବାମଦେବ ଶତପଥି ପୁସ୍ତକ ସମୀକ୍ଷା, ଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ । ଦୁର୍ଗା ପ୍ରସାଦ ରଥ, ସୌରଭ ରଥ, ଅନୀଲ କୁମାର ରଥ ଓ ଜ୍ୟୋତିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।