• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବିଧାନସଭାରେ 2025-26 ଆର୍ଥିକ ବର୍ଷ ପାଇଁ 2ଲକ୍ଷ 90 ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ

Share on FacebookShare on TwitterShare on Whatsapp

ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ସୂଚନା 

-ଅନେକ ନୂଆ ଯୋଜନା

ଭୁବନେଶ୍ୱର:17/2-ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ 2025-26 ବଜେଟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ଆଜି ବିଧାନସଭାରେ 2025-26 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛି। ଏହା ଲୋକଙ୍କ ସରକାରର ଦ୍ଵିତୀୟ ବଜେଟ। ଆମ ସରକାର ସମୃଦ୍ଧ ଓଡିଶା-2036 ଗଠନର ଜୟଯାତ୍ରା ଆରମ୍ଭ କରିଛନ୍ତି, ଯେଉଁ ସମୟରେ ଆମେ 500 ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଆଶା ରଖିଛୁ। ବିକଶିତ ଓଡିଶା ପାଇଁ ଆମର ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ରଣନୀତି ଉପରେ ଆଧାରିତ। ବିକଶିତ ଭାରତ-2047ର ଅଭିବୃଦ୍ଧି ପାଇଁ,ଓଡିଶାଏକ ଇଞ୍ଜିନ ଭାବରେ କାର୍ଯ୍ୟ କରିବ।

2-2025-26 ଆର୍ଥିକ ବର୍ଷର ଏହି ବଜେଟ୍ କେବଳ କିଛି ସଂଖ୍ୟାର ଉପସ୍ଥାପନା ନୁହେଁ। ଏହା ଓଡ଼ିଶାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ଶକ୍ତିଶାଳୀ ଓ ନିର୍ଣ୍ଣାୟକ ପଦକ୍ଷେପ। ଏଥିପାଇଁ ଆମେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ ଏବଂସାର୍ବଜନୀନ କ୍ରୀଡା ଭଳି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ଏହି ବଜେଟ୍ ପ୍ରସ୍ତୁତ କରିଛୁ । ଏଥିସହିତ ସ୍ଵତନ୍ତ୍ରଭାବେ ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ଏବଂ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ସୁଦକ୍ଷ ଜନସେବା ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିଶୃତିବଦ୍ଧ।

3-2025-26 ଆର୍ଥିକବର୍ଷ ପାଇଁ ମୋଟ 2ଲକ୍ଷ 90 ହଜାର କୋଟି ଟଙ୍କା ବଜେଟ ଅଟକଳ ହୋଇଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ 10ପ୍ରତିଶତ ଅଧିକ। ଏହି ବଜେଟ ଅଟକଳରେ 1 ଲକ୍ଷ 70ହଜାର କୋଟି ଟଙ୍କାର ପ୍ରସ୍ତାବିତ “କାର୍ଯ୍ୟକ୍ରମବ୍ୟୟ”(Programme Expenditure) 59ପ୍ରତିଶତ ଅଛି।

4-ଚଳିତ ବଜେଟରେ ଆକଳନ କରାଯାଇଥିବା 65 ହଜାର 12 କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP)ର 6 ଦଶମିକ 1 ପ୍ରତିଶତ, ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ। ପୁଞ୍ଜି ନିବେଶ ଅନ୍ତର୍ଗତ ପ୍ରମୁଖ ପ୍ରକଳ୍ପଗୁଡିକ ହେଲା ବନ୍ଦର ଭିତ୍ତିକ ବିକାଶ,ଅଟଳ ଏକ୍ସପ୍ରେସୱେ,ବିସ୍ତୃତ ସିଟି ରୋଡ୍ ଡି-କଞ୍ଜେସନ୍ ଯୋଜନା,ଭୁବନେଶ୍ୱରର ଆଉଟର ରିଙ୍ଗରୋଡ୍,ରାଜ୍ୟବ୍ୟାପୀ ସଡ଼କ ନେଟୱାର୍କ ଉନ୍ନତି ଯୋଜନା, ଓବ୍ରହ୍ମପୁର-ଜୟପୁର 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସୱେ। ତେବେ, ରାଜପଥ ଏବଂ ଏକ୍ସପ୍ରେସୱେ ଗୁଡିକର ତ୍ଵରିତ ନିର୍ମାଣ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଢାଞ୍ଚାରେ ଏକ ସ୍ୱୟଂଶାସିତ ସଂସ୍ଥା “ଓଡ଼ିଶା ରାଜପଥ ପ୍ରାଧିକରଣ” ଗଠନ କରାଯିବ ।2029-30 ସୁଦ୍ଧା 75 ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ କରିବା ପାଇଁ ଆମେ ଯୋଜନା ପ୍ରସ୍ତୁତ କରିଛୁ।

5-ଏହି ବଜେଟରେ ଗ୍ରାମୀଣ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କର ଆୟ ବୃଦ୍ଧି ପାଇଁ ଏହି ବଜେଟରେ PM-KISAN,CM-KISAN, ସୁଭଦ୍ରା, ସମୃଦ୍ଧ କୃଷକ ଯୋଜନା, ସାମାଜିକ ସୁରକ୍ଷା ପେନସନ ଆଦି ଯୋଜନା ଜରିଆରେ ପ୍ରାୟ 30 ହଜାର କୋଟି ଟଙ୍କାରୁ ଅଧିକ ନଗଦ ଅର୍ଥ ହସ୍ତାନ୍ତର ହେବ। NFSA,ଜଳ ଜୀବନ ମିଶନ (JJM),ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ତଥା PM-AWAS ଓ ଅନ୍ତୋଦୟ ଗୃହ ଯୋଜନା ଜରିଆରେ ରାଜ୍ୟ ବଜେଟ୍ ରୁ 22 ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗ କରାଯିବ। ଏହାଦ୍ୱାରା ଗ୍ରାମାଞ୍ଚଳରେ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ବାସଗୃହ ନିରାପତ୍ତାକୁ ଅଧିକ ସୁନିଶ୍ଚିତ କରାଯାଇଛି।

6-କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ 2025-26 ବଜେଟରେ 37 ହଜାର 8 ଶହ 38 କୋଟି ଟଙ୍କାର ବ୍ୟୟବରାଦ ମଧ୍ୟରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ 14 ହଜାର 7 ଶହ 1 କୋଟି ଟଙ୍କା, ଜଳ ସମ୍ପଦ ବିଭାଗ ପାଇଁ 14 ହଜାର 8 ଶହ 95 କୋଟି ଟଙ୍କା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପାଇଁ 1 ହଜାର 9 ଶହ 9 କୋଟି ଟଙ୍କା ଏବଂ ସମବାୟ ବିଭାଗ ପାଇଁ 2 ହଜାର 2 ଶହ 77 କୋଟି ଟଙ୍କା ଅନ୍ତର୍ଭୁକ୍ତ। ସମୃଦ୍ଧ କୃଷକ ଯୋଜନାରେ କ୍ୱିଣ୍ଟାଲ ପିଛା 31 ଶହ ଟଙ୍କାରେ ଧାନ କିଣିବା ପାଇଁ 6 ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି। କୃଷକମାନଙ୍କୁ ସଠିକ ସମୟରେ ଆର୍ଥିକ ସହାୟତା ଏବଂ ଇନପୁଟ ସହାୟତା ପାଇଁ CM-KISAN ଅଧୀନରେ 2 ହଜାର 20 କୋଟି ଟଙ୍କାର ପ୍ରସ୍ତାବ ରହିଛି । 30ଟି ଜିଲ୍ଲାର 177ଟି ବ୍ଲକରେ ମାଣ୍ଡିଆ ଜାତୀୟ ଶସ୍ୟ ଉତ୍ପାଦନ ସଂପ୍ରସାରଣ ପାଇଁ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ 6 ଶହ କୋଟି ଟଙ୍କା ବ୍ୟୟବରଦାର ପ୍ରସ୍ତାବ ରହିଛି। ଶୀତଳ ଭଣ୍ଡାର ନୀତି ଅଧୀନରେ ରାଜ୍ୟର ସମସ୍ତ 58ଟି ସବ-ଡିଭିଜନରେ ନୂତନ ଶୀତଳ ଭଣ୍ଡାର ନିର୍ମାଣ ସହ ଅଚଳ ଶୀତଳ ଭଣ୍ଡାର ପୁନରୁଦ୍ଧାର ପାଇଁ ଆଗାମୀ 5 ବର୍ଷରେ 2 ଶହ 52 କୋଟି ଟଙ୍କାଖର୍ଚ୍ଚ ହେବ। ଏହା କୃଷିଭିତ୍ତିକ ଉଦ୍ୟୋଗୀମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି ସହାୟତା ଯୋଗାଇଦେବ। କୃଷି ଉଦ୍ୟୋଗର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ 2 ଶହ 62 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

7-ସହର ଭିତ୍ତିକ ଅଭିବୃଦ୍ଧି ପାଇଁ 4 ଶହ 8 କୋଟି ଟଙ୍କା ବ୍ୟୟଅଟକଳରେ “ସମୃଦ୍ଧ ସହର” ଯୋଜନା ଆରମ୍ଭ କରାଯାଇଛି। ଭୁବନେଶ୍ୱର-କଟକ-ପୁରୀ, ସମ୍ବଲପୁର-ଝାରସୁଗୁଡ଼ା-ବରଗଡ଼,ଜୟପୁର-ସୁନାବେଡ଼ା-କୋରାପୁଟ, ଛତ୍ରପୁର-ବ୍ରହ୍ମପୁର-ଗୋପାଳପୁର, କେନ୍ଦୁଝର-ବଡ଼ବିଲ-ଯୋଡ଼ାଆଦି ବିଭିନ୍ନ ଅର୍ଥନୈତିକ ଅଞ୍ଚଳର ବିକାଶ ଏହି ଯୋଜନାରେ କରାଯିବ। ସମସ୍ତ ସହରରେ ନାଗରିକ ସୁବିଧାଉପଲବ୍ଧ କରାଇବା ନିମନ୍ତେ ଏକ ନୂତନ ଯୋଜନା “ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା”(MSBY) ଅଧୀନରେ ଏକ ହଜାର ଏକଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ (PM-Awaas) ଯୋଜନା ମାଧ୍ୟମରେ 27 ହଜାର ସୁଲଭ ଗୃହ ନିର୍ମାଣ ନିମନ୍ତେ 7 ଶହ 95 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

8- ଉତ୍କର୍ଷ ଓଡ଼ିଶା–Make in Odisha Conclaveରେ ଆମେ 20ଟି କ୍ଷେତ୍ରରେ 16 ଲକ୍ଷ 73 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ 5 ଶହ 93ଟି ପ୍ରସ୍ତାବ ପାଇଛୁ, ଯାହା ଗତ ତିନି ସଂସ୍କରଣରେ ହୋଇଥିବା ନିବେଶର ମୂଲ୍ୟକୁ ଅତିକ୍ରମ କରିଛି।ଏହାଦ୍ଵାରା 12 ଲକ୍ଷ 88 ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଆମ ରାଜ୍ୟରେ ପ୍ରକଳ୍ପ ଓ ଉଦ୍ୟୋଗ ପ୍ରତିଷ୍ଠା କରିବାପାଇଁ ବର୍ତ୍ତମାନ ନିବେଶକମାନେ ପ୍ରବଳ ଆଗ୍ରହୀ। ଏହା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତାର ପ୍ରମାଣ।ଖଣିଜ ଭିତ୍ତିକ ଶିଳ୍ପ ସହିତ ଜାହାଜ ନିର୍ମାଣ ଓ ମରାମତି, ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି, ସେମି-କଣ୍ଡକ୍ଟର, କୃଷି ଭିତ୍ତିକ ଶିଳ୍ପ ଏବଂ ପର୍ଯ୍ୟଟନ ଭଳି ଅନେକ ଆନୁଷଙ୍ଗିକ ଉଦ୍ୟୋଗରେ ମଧ୍ୟ ନିବେଶ ପାଇଁ ପ୍ରସ୍ତାବ ମିଳିଛି। ଏହାଦ୍ୱାରା ଆମ ରାଜ୍ୟର ଯୁବବର୍ଗ ଭଲ କର୍ମନିଯୁକ୍ତି ସୁଯୋଗ ପାଇପାରିବେ।“ଜମି ବ୍ୟାଙ୍କ” ଯୋଜନାରେ ଆଗାମୀ ବର୍ଷ ମଧ୍ୟରେ ଏକ ହଜାର ଏକର ଜମି ଅଧିଗ୍ରହଣ କରିବା ପାଇଁ ଏକ ଶହ 6 କୋଟି ଟଙ୍କା ବିନିଯୋଗ ପାଇଁ ବଜେଟ୍ ରେ ପ୍ରସ୍ତାବ ଦିଆଯାଇଛି। ବୟନ ଶିଳ୍ପର ପ୍ରୋତ୍ସାହନ ଯୋଜନା ପାଇଁ ଏକ ଶହ 22 କୋଟି ଟଙ୍କା,ହସ୍ତତନ୍ତ ଶିଳ୍ପ ପ୍ରୋତ୍ସାହନ “POHI” ଅଧୀନରେ ଏକ ଶହ 22 କୋଟି ଟଙ୍କା ଏବଂ ହସ୍ତଶିଳ୍ପର ପ୍ରୋତ୍ସାହନ ପାଇଁ 52 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

9-ପର୍ଯ୍ୟଟନକୁ ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ଇଞ୍ଜିନ କରିବା ପାଇଁ 8 ଶହ 20କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ରହିଛି ଆମର ବୌଦ୍ଧ ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହିତ ଉଦୟଗିରି, ରତ୍ନଗିରି ଓଲଳିତଗିରିକୁ ପୁନରୁଦ୍ଧାର କରି ଓଡ଼ିଶାରେ ବୌଦ୍ଧ ସର୍କିଟକୁ ବିଶେଷଭାବରେ ବିକଶିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଗୋପାଳପୁର, ପାରାଦୀପ ଇତ୍ୟାଦି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ ମାନ୍ୟତା ଦେବା ପାଇଁ ଏଗୁଡିକର ବିକାଶ କରାଯିବ। ଓଡ଼ିଶାର ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପ୍ରୋତ୍ସାହିତ କରିବାପାଇଁ 10ଟି ଜିଲ୍ଲାରେ ଜିଲ୍ଲା ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ ନିର୍ମାଣ କରାଯିବ।

10-ଆମେ ଏକ ନୂଆ ଯୋଜନା “ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା” ଆରମ୍ଭ କରିବାକୁ ଯାଉଛୁ। ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରୁ ଶ୍ରୀଜଗନ୍ନାଥ ଦର୍ଶନ ସ୍ୱତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ।

11-ଶିକ୍ଷାକୁ ଏହି ବଜେଟରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ସ୍କୁଲ ଶିକ୍ଷା କ୍ଷେତ୍ରରେ 31 ହଜାର କୋଟି ଟଙ୍କାରୁ ଅଧିକ ବ୍ୟବସ୍ଥା ପ୍ରସ୍ତାବ ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ 18 ପ୍ରତିଶତ ଅଧିକ ଏବଂ ସମସ୍ତ ବିଭାଗ ମଧ୍ୟରେ ସର୍ବାଧିକ ଆବଣ୍ଟନ ପଞ୍ଚାୟତସ୍ତରରେ ସାମଗ୍ରିକ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠାପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରାୟ7 ହଜାର ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ କରାଯିବ। ଏଥିପାଇଁ2 ହଜାର 9 ଶହ 60 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।ସହିଦ ଲକ୍ଷ୍ମଣ ନାୟକ ଆଦର୍ଶବିଦ୍ୟାଳୟ ଯୋଜନା ନାମକ ନୂତନ ଯୋଜନାରେ ଆବାସିକ ବିଦ୍ୟାଳୟ ଗୁଡ଼ିକୁ ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନରେ ପରିଣତ କରିବାପାଇଁ1 ଶହ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ମଧ୍ୟ ଅନ୍ତର୍ଭୁକ୍ତ ଅଛି।

12-ପଞ୍ଚସଖାଙ୍କ ଦ୍ଵାରା ସ୍ଥାପିତ ସତ୍ୟବାଦୀ ବକୁଳବନ ଗୁରୁ-ଶିଷ୍ୟ ପରମ୍ପରାର ପ୍ରମୁଖ ପ୍ରତୀକ ଓ ଏକ ଅନନ୍ୟ ଐତିହ୍ୟ ସମୃଦ୍ଧ ଅନୁଷ୍ଠାନ।ଏହି ବକୁଳବନକୁ ଏକ ଐତିହ୍ୟସ୍ଥଳୀ ସହ ଶିକ୍ଷାର ଧାମ ରୂପେ ବିକଶିତ କରିବା ପାଇଁ 50କୋଟି ଟଙ୍କା ବ୍ୟୟବରାଦ ସହ ନୂତନଯୋଜନା “ବକୁଳବନ ଉନ୍ନୟନ”କାର୍ଯ୍ୟକାରୀ କରାଯିବ।

13-ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ 23ହଜାର 6 ଶହ 35 କୋଟି ଟଙ୍କା ଆବଣ୍ଟନର ପ୍ରସ୍ତାବ ରହିଛି, ଯାହାକି ରାଜ୍ୟ ବଜେଟର ପ୍ରାୟ 8ପ୍ରତିଶତ ଏବଂ ଗତ ବର୍ଷର ଆବଣ୍ଟନ ଠାରୁ ପ୍ରାୟ 11 ଦଶମିକ 5 ପ୍ରତିଶତ ଅଧିକ।ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ 6ହଜାର 2 ଶହ 49କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ3 ହଜାର 8 ଶହ 81 କୋଟିଟଙ୍କା ଦିଆଯାଇଛି। ପ୍ରତିଗ୍ରାମ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ 5ଶହ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି।

14-ବିଭିନ୍ନ ମହିଳା ଓ ଶିଶୁ କେନ୍ଦ୍ରୀତ ନୀତି ଓ କଲ୍ୟାଣମୂଳକ ପଦକ୍ଷେପ ପାଇଁ ମୋଟ 17 ହଜାର 9 ଶହ 98 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମହିଳାଙ୍କ ବିକାଶ ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ 10 ହଜାର 1 ଶହ 45 କୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧୀନରେ 1 ଶହ 53 କୋଟି ଟଙ୍କାର ପ୍ରସ୍ତାବ ପ୍ରମୁଖ ଅଟେ। ମହିଳାମାନଙ୍କୁ ମାତୃତ୍ୱ ସୁବିଧା ଯୋଗାଇ ଦେବା ପାଇଁ ମମତା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)ଅଧୀନରେ ମୋଟ 4 ଶହ 92 କୋଟି ଟଙ୍କା ପ୍ରସ୍ତାବ ରହିଛି। ଏକ ନୂଆ ଯୋଜନା “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ଅଧୀନରେ ସାମୂହିକ ବିବାହ ଆୟୋଜନ କରାଯିବ ଏବଂସରକାର ସମସ୍ତ ଖର୍ଚ୍ଚ ବହନ କରିବେ।ଏଥିପାଇଁ12 କୋଟି ଟଙ୍କାର ବ୍ୟୟବରାଦର ପ୍ରସ୍ତାବରହିଛି। ଏହା ଦ୍ଵାରା ଓଡିଶାର ବହୁଗରିବପରିବାର ଉପକୃତ ହେବେ ।

15-ବିଶ୍ଵସ୍ତରୀୟ ଦକ୍ଷତା କେନ୍ଦ୍ର (GCC),ITeS,FinTech,InsureTech,Semiconductor ଆଦିର ବିକାଶ ପାଇଁ ଏହି ବଜେଟରେ ମୂଳଦୁଆ ପକାଯାଇଛି। ଏହିପରି ନବସୃଜନ ଓ ନୂତନ ଜ୍ଞାନ କୌଶଳର ପ୍ରୟୋଗ ନିମନ୍ତେ 1 ହଜାର 42 କୋଟି ଟଙ୍କା ଇଲେକ୍ଟ୍ରୋନିକ୍ସ୍ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ଅଧୀନରେ ବ୍ୟବସ୍ଥିତ।

16-ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ MLA-LAD ଅଧୀନରେ ବାର୍ଷିକ ଆବଣ୍ଟନ 3 କୋଟି ଟଙ୍କାରୁ 5 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏଥିପାଇଁ 7 ଶହ 35 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାବ୍ୟତୀତ 2025-26 ରେ ନିର୍ବାଚନ ମଣ୍ଡଳୀ ଭିତ୍ତିକ ଆବଣ୍ଟନ (Constituency Wise Allocation – CWA) ପାଇଁ ଆଉ 142 କୋଟି ଟଙ୍କା ଆବଣ୍ଟନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି I ଏହି ଅର୍ଥ ରାଶି ସମସ୍ତ ମାନ୍ୟବର ବିଧାୟକ/ ବିଧାୟିକାମାନଙ୍କୁ ତାଙ୍କ ଅଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ସହାୟକ ହେବ ।

17-ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (WODC) ପାଇଁ 5 ଶହ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ଏବଂ ମୁଁ ଖୁସିର ସହ ସୂଚନା ଦେଉଛି ଯେ, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ (SODC) ଓ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ (NODC) ପ୍ରତିଷ୍ଠା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ଆଞ୍ଚଳିକ ସମାନତାକୁ ନଜରରେ ରଖି, ଉଭୟ ପରିଷଦ ପାଇଁ 2 ଶହ କୋଟି ଟଙ୍କା ଲେଖାଏଁ ଆବଣ୍ଟନ କରିବାକୁ ପ୍ରସ୍ତାବ ରହିଛି ।

18. ଉତ୍ତମ ଆର୍ଥିକ ପରିଚାଳନା ଦ୍ୱାରା ହିଁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନ ସମ୍ଭବପର।ଏହାକୁ ଦୃଷ୍ଟିରେ ରଖି, ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ, 2005 ରେ ଧାର୍ଯ୍ୟ ସମସ୍ତ ବିତ୍ତୀୟ ସୁଚକାଙ୍କ ସୀମା ମଧ୍ୟରେ 2025-26 ଆର୍ଥିକବର୍ଷର ବଜେଟ ପ୍ରସ୍ତୁତ କରାଯାଇଛି ।

ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟର ଜନସାଧାରଣଙ୍କ ସାମୁହିକ କଲ୍ୟାଣ,ଓ ବିକାଶ ସହସମୃଦ୍ଧ ଓଡ଼ିଶାଗଠନ ନିମନ୍ତେ, ଏହି ସମତୁଲ ବଜେଟ ମାଧ୍ୟମରେ ଏକ ରଣନୀତି ବା strategyପ୍ରସ୍ତୁତ କରିଛନ୍ତି। ମୋର ଦୃଢ ବିଶ୍ୱାସ ଯେ, ଆମ ସରକାର ଓଡ଼ିଶାବାସୀଙ୍କର ସହଯୋଗରେ ବଜେଟ୍‌ରେ ପ୍ରଦତ୍ତ ସମ୍ୱଳର ସୁବିନିଯୋଗ କରି ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବାରେ ସମର୍ଥ ହେବେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com