
ଭୁବନେଶ୍ୱର :1/8-ବାଲି ଉତ୍ତୋଳନ, ଇଟାଭାଟି ଓ ପାନମସଲା କ୍ଷେତ୍ରରେ ରାଜସ୍ୱହାନିକୁ ରୋକିବା ନିମନ୍ତେ ଏଣିକି ‘ଟ୍ରାକ୍ ଆଣ୍ଡ ଟ୍ରେସ୍’ ବ୍ୟବସ୍ଥାକୁ ଉପଯୋଗ କରି ଜୋରିମାନା ଆଦାୟ କରାଯିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ଜିଏସଟି ଆଇନ-୨୦୧୭ରେ ସଂଶୋଧନକୁ ବୈଠକରେ ମଞ୍ଜୁରୀ ମିଳିଛି।

ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା ଅବଧି 5ବର୍ଷ ବୃଦ୍ଧି, ନ୍ୟାୟିକ କମର୍ଚାରୀଙ୍କ ନିଯୁକ୍ତି ଓ ସେବା ନିୟମରେ ସଂଶୋଧନ ଏବଂ ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀରେ ସଂଶୋଧନ ଆଦି ୪ଟି ବିଭାଗର ମୋଟ ୫ଟି ପ୍ରସ୍ତାବକୁ ଆଲୋଚନା ପରେ ଅନୁମୋଦନ ମିଳିଛି ।