• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଖିଚିଂ ମହୋତ୍ସବ ସାରା ରାଜ୍ୟର ମନ ମୋହିଛି-ମୁଖ୍ୟମନ୍ତ୍ରୀ

Share on FacebookShare on TwitterShare on Whatsapp

-ଖିଚିଂ ପ୍ରସିଦ୍ଧ କିଚକେଶ୍ଵରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ୫୦ କୋଟି ଟଙ୍କା ମଂଜୁର -ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କାର ୫୩ ଟି ପ୍ରକଳ୍ପର ଉଦ୍ଘାଟନ

ଭୁବନେଶ୍ୱର:୧/୩-ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂ ପ୍ରସିଦ୍ଧ କିଚକେଶ୍ଵରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ଏଥି ନିମନ୍ତେ ଆନୁସଙ୍ଗିକ ୫୦ କୋଟି ଟଙ୍କା ମଂଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖିଚିଂ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଘୋଷଣା କରିବା ସହିତ ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କା ର ୫୩ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ସାଂସ୍କୃତିକ ମହୋତ୍ସବରେ ନିଜ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ମଧ୍ୟରେ ମହିଳା ସଶକ୍ତିକରଣ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ର ଇତ୍ୟାଦି ରହିଛି। ଆଗାମୀ ଦିନରେ ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେଲେ ସମଗ୍ର ପାଞ୍ଚପୀଢ଼ ଅଞ୍ଚଳର ବିକାଶ ଘଟିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୧୨ ବର୍ଷରେ ପଦାର୍ପଣ କରିଥିବା ଏହି ସାଂସ୍କୃତିକ ମହୋତ୍ସବ ଆଜି କେବଳ ଖିଚିଙ୍ଗ ନୁହେଁ, ମୟୂରଭଞ୍ଜ ଏବଂ ସାରା ରାଜ୍ୟର ମନ ମୋହିଛି। ଆଦିବାସୀ ଅଧୁଷିତ ବନାଞ୍ଚଳ ପ୍ରବଣ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ପଂଚପୀଢ଼ ଉପଖଣ୍ଡର ଖିଚିଂ କଳା ଓ ସଂସ୍କୃତି ପରିପୁଷ୍ଟ ଏକ ସମୃଦ୍ଧ କ୍ଷେତ୍ର। ଏହି କିଚକେଶ୍ଵରୀ ପୀଠ ମାଟିରେ ପ୍ରତିବର୍ଷ ପାଳନ କରାଯାଉଥିବା ଖିଚିଂ ମହୋତ୍ସବ କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ ପଡୋଶୀ ଜିଲ୍ଲା କେଉଁଝର ପାଇଁ ମଧ୍ୟ ଏକ ପରମ୍ପରାରେ ପରିଣତ ହୋଇ ସାରିଛି।

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂରେ କଳା, ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଶିଳ୍ପୀଙ୍କ କଳା ମୁଗୁନି ପଥର କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ। ଆମ ସରକାର, ତୀର୍ଥଯାତ୍ରା ଓ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏବଂ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସର୍ବଦା ଚେଷ୍ଟିତ । କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆମ ଖିଚିଂ ମନ୍ଦିର ମଧ୍ୟ ସ୍ଥାନିତ ହୋଇଛି। ଯେଉଁଥିରେ ବିଶେଷ ସୁବିଧା ମାନଙ୍କ ମଧ୍ୟରେ ପାର୍କିଂ, ରାସ୍ତା, ଶୌଚାଳୟ, ଆଲୋକୀକରଣ, ପର୍ଯ୍ୟଟନ ସୂଚନା କେନ୍ଦ୍ର ଅନ୍ତର୍ଭୁକ୍ତ ହେବ । ଏହା ମଧ୍ୟ ଆତିଥ୍ୟ, ଟୁର୍ ଗାଇଡ୍ ଏବଂ ପରିବହନ ପରି କ୍ଷେତ୍ରଗୁଡିକରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଯୋଗାଇବ।

ରାଷ୍ଟ୍ରପତି ପୂର୍ବରୁ ମାଆ କିଚକେଶ୍ଵରୀ ମନ୍ଦିରର ଉନ୍ନତିକରଣ ପାଇଁ ୫୨ କୋଟି ମଂଜୁର କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆହୁରି ୫୦ କୋଟି ଟଙ୍କା ମିଶାଇ ସମୁଦାୟ ୧୦୨ କୋଟି ଟଙ୍କା ମଂଜୁର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପର୍ଯ୍ୟଟନ, ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ଚାଳକ। ଏଣୁ ଏକ ସନ୍ତୁଳିତ ଏବଂ ସମାବେଶୀ ଦୃଷ୍ଟିଭଙ୍ଗୀରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱୟ ବିକାଶ ଓ ପରିଚାଳନା ପାଇଁ ୩ ଶହ ୫୫ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିରେ ଆମ ଖିଚିଂ ମନ୍ଦିର ଏବଂ ଏହି ଅଂଚଳର ବିକାଶ ସମେତ ଶିମିଳିପାଳର ସମନ୍ୱିତ ବିକାଶ ପାଇଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମରେ କାର୍ଯ୍ୟକାରୀ କରାଯିବ। ଓଡ଼ିଶାର ଐତିହ୍ୟକୁ ପାଳନ କରିବା ଏବଂ ନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ୧୦ଟି ଜିଲ୍ଲାରେ ଜିଲ୍ଲା ଐତିହ୍ୟ ଓ ପର୍ଯ୍ୟଟନ କଂପ୍ଲେକ୍ସ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୫୯ ପ୍ରତିଶତ ହେଉଛନ୍ତି ଆଦିବାସୀ ସଂପ୍ରଦାୟର, ସେମାନଙ୍କ ଉନ୍ନତି ବିନା ଜିଲ୍ଲାର ଉନ୍ନତି ଅସମ୍ଭବ। ରାଜ୍ୟରେ ମଧ୍ୟ ପ୍ରାୟ ଏକ-ଚତୁର୍ଥାଂଶ ହେଉଛନ୍ତି ଜନଜାତି ସମ୍ପ୍ରଦାୟର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦଶବର୍ଷରେ ଜନଜାତି କଲ୍ୟାଣ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଭଗବାନ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜାତୀୟ ଜନଜାତି ଗୌରବ ଦିବସଭାବେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ସହିତ ଅନେକ ବିକାଶମୂଳକ କାର୍ଯ୍ୟ ଯେପରିକି PM-JANMAN, ଧର୍‌ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା, ଘରବାଡି ଅଧିକାର ଦେବାପାଇଁ ସ୍ଵାମିତ୍ଵ ଯୋଜନା କାର୍ଯ୍ୟକାରୀ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ, କଥା ଦେଇ କଥା ରଖିବାର ପରମ୍ପରା ଆମ ନୂଆ ସରକାର ଆରମ୍ଭ କରିଛି ଏବଂ ଏହି ପରିପ୍ରେକ୍ଷୀରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ହେଉଛି ଆମ ସରକାରର ମୂଳ ଲକ୍ଷ୍ୟ।ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଲୋକସଭା ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ବିଧାୟକ, ପାଟଣା, ଅଖିଳ ଚନ୍ଦ୍ର ନାୟକ, ଏବଂ ବିଧାୟକ ତେଲକୋଇ ଫକୀର ମୋହନ ନାଏକ ଉଦବୋଧନ ଦେଇ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ପ୍ରଶଂସା କରିଛନ୍ତି ଓ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ହେମକାନ୍ତ ସୟ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com