• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ-ବିନା ଭୟ, ପକ୍ଷପାତରେ ଗଠନମୂଳକ ସମାଲୋଚନା କରନ୍ତୁ

Share on FacebookShare on TwitterShare on Whatsapp

 

ସମସ୍ତଙ୍କୁ ‘ଉତ୍କର୍ଷର ଉପାସକ’ ହେବା ପାଇଁ ସୌମ୍ୟଙ୍କ ପରାମର୍ଶ

-ସମୃଦ୍ଧ ଓଡ଼ିଶା ଗଠନରେ ସମାଜର ସବୁ ବର୍ଗର
ଲୋକଙ୍କ ସହିତ ଗଣମାଧ୍ୟମର ସହାୟତା କାମନା କଲେ ମୁଖ୍ୟମନ୍ତ୍ରୀ

ମାଟି ଓ ପାର୍ଟି ଭିତରେ ସୌମ୍ୟବାବୁ ମାଟିକୁ ହିଁ ବାଛିଛନ୍ତି,
ଓଡ଼ିଆ ଅସ୍ମିତାର ଲଢ଼େଇରେ ସେ ଥିଲେ ଅଗ୍ରଣୀ ସେନାପତି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:03/2/2025 ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାର ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ରହିଛି। ତେଣୁ, ଗଣମାଧ୍ୟମ ବିନା ଭୟ ଓ ପକ୍ଷପାତରେ ଗଠନମୂଳକ ସମାଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଆଜି ସ୍ଥାନୀୟ ମେ ଫେୟାର’ରେ ସମ୍ୱାଦ ଗ୍ରୁପ୍‍ ପକ୍ଷରୁ ଆୟୋଜିତ କର୍ପୋରେଟ ଏକସେଲନ୍‍ସ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି।

ସେ କହିଥିଲେ ଯେ, ଲୋକଙ୍କ ସମସ୍ୟା ଓ ପ୍ରସଙ୍ଗକୁ ସରକାରଙ୍କ ନଜରକୁ ଆଣିଲେ, ସମାଧାନ କରିବା ପାଇଁ ସରକାରଙ୍କୁ ଏହା ସାହାଯ୍ୟ କରିବ। କିନ୍ତୁ ସମ୍ୱାଦ ପରିବେଷଣ ଓ ଅଭିସନ୍ଧିମୂଳକ କୁତ୍ସାରଟନା ଭିତରେ ଯେଉଁ ସୂକ୍ଷ୍ମ ଲକ୍ଷ୍ମଣରେଖା ରହିଛି, ତାକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ। ସାମ୍ୱାଦିକତାର ମୂଳମନ୍ତ୍ର ହେଉଛି ସତ୍ୟର ଜୟ ହେଉ (Let Truth Prevail)। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ମହାପରିବର୍ତ୍ତନର ଯାତ୍ରା ଆରମ୍ଭ ହୋଇଛି ସେଥିରେ ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ କାମନା କରିଥିଲେ। ଗଣମାଧ୍ୟମ ମଧ୍ୟ ଏ ଦିଗରେ ସହଯୋଗ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍‍ ଇଞ୍ଜିନ୍‍ ହେବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ଏହି ସମୟ ଭିତରେ ଓଡ଼ିଶାର ସମ୍ପୂର୍ଣ୍ଣ କାୟାକଳ୍ପ ହେବ । ଗତ କିଛି ମାସ ମଧ୍ୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସଫଳ ଆୟୋଜନ କରି ଓଡ଼ିଶା ଦେଶ ଓ ବିଶ୍ୱର ନଜରକୁ ଆସିପାରିଛି। ପ୍ରବାସୀ ଭାରତୀୟ ଓ ଓଡ଼ଆମାନଙ୍କ ସହ ଯୋଡ଼ି ହେବା ଯୋଗୁଁ ଓଡ଼ିଆ ଅସ୍ମିତା ଆଜି ବିଶ୍ୱ ଦରବାରରେ ପହଞ୍ଚି ପାରିଛି। ଉତ୍କର୍ଷ ଓଡ଼ିଶା – ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ – ୨୦୨୫ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଓଡ଼ିଶା ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। ତେଣୁ ନୂଆ ଓଡ଼ିଶା ଗଠନ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ସବୁ ବର୍ଗର ଲୋକଙ୍କ ସହଯୋଗ ଓ ସହଭାଗିତାରେ ତାହା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖବର ପରିବେଷଣ ସହିତ ଆଜିକାଲି ମିଡିଆ ହାଉସ୍‍ମାନେ ପରିବର୍ତ୍ତନର ସାରଥୀ (Change Agent) ଭାବରେ ଭୂମିକା ଗ୍ରହଣ କରୁଛନ୍ତି। ବିଭିନ୍ନ କନକ୍ଲେଭ ମାଧ୍ୟମରେ ଅନେକ ପ୍ରସଙ୍ଗ ଉପରେ ଖୋଲା ଆଲୋଚନା କରି ସମାଜର ବିଭିନ୍ନ ସ୍ତରରେ ଜାଗରଣ ସୃଷ୍ଟି କରୁଛନ୍ତି। ଏହାକୁ ଖୁବ୍‍ ପ୍ରଶଂସନୀୟ ଉଦ୍ୟମ ବୋଲି ସେ କହିଥିଲେ। ସମ୍ୱାଦର କର୍ପୋରେଟ ଏକସେଲନ୍‍ସ ଆୱାର୍ଡ କାର୍ଯ୍ୟକ୍ରମର ପ୍ରଂଶସା କରି ସେ କହିଥିଲେ ଯେ, ଏହାଦ୍ୱାରା ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହନ ମିଳିପାରୁଛି। ଏହିପରି କାର୍ଯ୍ୟକ୍ରମ ଓଡ଼ିଆ ଅସ୍ମିତାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡ଼ିଆ ସମାଜର ଅଭିବୃଦ୍ଧି ପାଇଁ ସମ୍ମାନିତ ବ୍ରାଣ୍ଡମାନଙ୍କର ବିଜେତା ଓ ଏହି ବ୍ରାଣ୍ଡ ପଛରେ ରହିଥିବା ଉଦଯୋଗର ବିଶେଷ ଭୁମିକା ଅଛି।

ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶଂସା କରି ସେ କହିଥିଲେ ଆଜି ସୌମ୍ୟବାବୁ ଜଣେ ସାଧାରଣ ବ୍ୟକ୍ତି ନୁହେଁ ଗୋଟିଏ ଇନଷ୍ଟିଚ୍ୟୁସନରେ ପରିଣତ ହୋଇଛନ୍ତି। ଓଡ଼ିଶାର ଗଣମାଧ୍ୟମ ଦୁନିଆରେ ସେ ଏକ ମହାଦ୍ରୁମ। ଆଜି ଯଦି ଓଡ଼ିଶାର ଗଣମାଧ୍ୟମ ଏକ ସମ୍ମାନସ୍ପଦ ସ୍ଥାନରେ ଅଛି ତାହେଲେ ତାର ପ୍ରଥମ ଶ୍ରେୟ ନିଶ୍ଚିତ ଭାବରେ ସୌମ୍ୟବାବୁଙ୍କ ପାଖକୁ ଯିବ। ସାମ୍ୱାଦିକତା ଠାରୁ ଆରମ୍ଭ କରି ରାଜନୀତି, ସମାଜସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୌମ୍ୟବାବୁ ତାଙ୍କର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଥିଲେ ମଧ୍ୟ, ସମ୍ୱାଦର ସ୍ରଷ୍ଟା ଭାବରେ ସେ ସବୁଠାରୁ ଲୋକପ୍ରିୟ। ଓଡ଼ିଆ ଅସ୍ମିତାର ସଂଗ୍ରାମରେ ସୌମ୍ୟବାବୁ ଜଣେ ଅଗ୍ରଣୀ ସେନାପତି ଥିଲେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଟି ଓ ପାର୍ଟି ମଧ୍ୟରେ ହୋଇଥିବା ଲଢ଼େଇରେ ସେ ମାଟିକୁ ହିଁ ବାଛିଥିଲେ।

ଏହି ଅବସରରେ ନିଜର ଅଭିଭାଷଣ ରଖି ଇଷ୍ଟର୍ଣ୍ଣ ମିଡ଼ିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଓଡ଼ିଶାରେ ଏବେ ଯେଉଁ ପରିବର୍ତ୍ତନ ହୋଇଛି, ତାହା ଏକ ନୂଆ ଯୁଗର ସଂକେତ ଦେଇଛି। ଏବେ ଆମେ ଓଡ଼ିଶାକୁ ଉତ୍କୃଷ୍ଟ କରିବା ପାଇଁ ଅଗ୍ରସର ହେଉଛୁ। ତେଣୁ ଓଡ଼ିଶାରେ ସବୁଲୋକ ଉତ୍କର୍ଷର ଉପାସକ ହେବା ଆବଶ୍ୟକ। ଏଥିରେ ସମସ୍ତେ ସମାଲୋଚକମାନଙ୍କୁ ପାଖରେ ରଖିବା ଉଚିତ ବୋଲି ମତ ଦେଇ ସେ କହିଥିଲେ ଯେ, ସମାଲୋଚନା ହିଁ ଆମକୁ ଆମର ଭୁଲ ସମ୍ପର୍କରେ ଅବଗତ କରାଇବା ସହ ଉଚିତ ମାର୍ଗ ଦର୍ଶନ କରିଥାଏ।

ଶିଳ୍ପପତିମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଓଡ଼ିଶାର ପିଲାମାନେ ଓଡ଼ିଶା ବାହାରେ ସାରା ବିଶ୍ୱରେ ବଡ଼ ବଡ଼ କର୍ପୋରେଟ ସେକ୍ଟରରେ କାମ କରି ସଫଳତା ଅର୍ଜନ କରୁଛନ୍ତି। ତେଣୁ ଓଡ଼ିଶାର କର୍ପୋରେଟ ସେକ୍ଟର ମଧ୍ୟ ଓଡ଼ିଆ ପିଲାମାନଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ୫ଟି ବର୍ଗରେ ୧୭ଟି ବ୍ରାଣ୍ଡକୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆର ନିର୍ଦ୍ଦେଶିକା ଡକ୍ଟର ମୋନିକା ପଟ୍ଟନାୟକ ସମ୍ୱାଦ ଓ କନକ ନ୍ୟୁଜର ସମ୍ପାଦିକା ଶ୍ରୀମତୀ ତନୟା ପଟ୍ଟନାୟକ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com