
ଭୁବନେଶ୍ୱର:୧୦/୩-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗବାର ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି ସଂହିତାରେ ବିଶେଷ କରି ତ୍ୱରିତ ନ୍ୟାୟ ପ୍ରଦାନ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ସାଧାରଣ ଜନତାଙ୍କ ଅଧିକାରକୁ ସୁଦୃଢ଼ କରିବା ପାଇଁ ଥିବା ସଂସ୍କାରମୂଳକ ବ୍ୟବସ୍ଥାଗୁଡ଼ିକ ପ୍ରଶଂସନୀୟ। ଏଭଳି ପ୍ରଦର୍ଶନୀ ମାଧ୍ୟମରେ ସାଧାରଣ ଜନତା, ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀମାନେ ଦେଶର ନୂତନ ଆଇନ ପ୍ରଣାଳୀ ବିଷୟରେ ଅଧିକ ସଚେତନ ହୋଇପାରିବେ ବୋଲି ସେ କହିଛନ୍ତି।