• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଖୋର୍ଦ୍ଧା ଜିଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‍ଘାଟନ

ଖୋର୍ଦ୍ଧା ଜିଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‍ଘାଟନ
Share on FacebookShare on TwitterShare on Whatsapp

୬ ହଜାର କୋଟି ଟଙ୍କା ବିନିଯୋଗରେ ହେବ ୧୪ଟି ଶିଳ୍ପ, ୩୭ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର:3/4 ନୂଆ ସରକାର ଆସିବା ପରେ ରାଜ୍ୟରେ ଶିଳ୍ପାୟନ ପାଇଁ ଯେତେ ସବୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ସେ ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଯୋଜନା ଅନୁସାରେ ଆମର କାର୍ଯ୍ୟ ଜାରି ରହିଛି। ସେଥିପାଇଁ ଯାହା ଆବଶ୍ୟକ, ତାହା ଆମେ କରୁଛୁ ଆଉ କରିବୁ। ବଡ଼ ସ୍ୱପ୍ନ ଦେଖିବା ସହିତ କଠୋର ପରିଶ୍ରମ କରି ତାକୁ କାର୍ଯ୍ୟକାରୀ ନ କଲା ପର୍ଯ୍ୟନ୍ତ ବିଶ୍ରାମ ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ନିକଟବର୍ତ୍ତୀ ହଳଦିଆପଡ଼ା ଠାରେ ବିଭିନ୍ନ ଶିଳ୍ପାନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଓଡ଼ିଶାର ଶିଳ୍ପଜଗତ ପାଇଁ ଏକ ଉଲ୍ଲେଖନୀୟ ଦିବସ। ଏଠାରେ ୧୩ଟି ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଗଲା ଓ ଗୋଟିଏ ଶିଳ୍ପର ଉଦ୍‍ଘାଟନ କରାଗଲା। ଏହି ୧୪ଟି ଶିଳ୍ପରେ ପ୍ରାୟ ୬ ହଜାର କୋଟି ଟଙ୍କା ବିନିଯୋଗ କରାଯାଉଛି। ଉଦ୍ୟୋଗଗୁଡ଼ିକ ପୂର୍ଣ୍ଣକ୍ଷମ ହେଲେ ୩୭ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିର ସୁଯୋଗ ମିଳିବ। ଏହା କେବଳ ଆରମ୍ଭ ମାତ୍ର। ଆଗାମୀ ଦିନରେ ଅନେକ ଶିଳ୍ପ ଓଡ଼ିଶାରେ ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ।

ଆଜି ଯେଉଁ ପ୍ରକଳ୍ପ ଗୁଡ଼ିକ ଆରମ୍ଭ ହେଉଛି ସେ ଗୁଡ଼ିକ ଗୋଟିଏ କ୍ଷେତ୍ରର ନୁହେଁ। ଏଥିରେ ପୋଷାକ ପ୍ରସ୍ତୁତି, ପ୍ୟାକେଜିଙ୍ଗ, ଖାଦ୍ୟ ପ୍ରକ୍ରିୟାକରଣ, କ୍ୟାପିଟାଲ ଗୁଡସ୍‍ ଓ ରେଳ ଚକ ନିର୍ମାଣ ପ୍ରକଳ୍ପ ରହିଛି। ଏ ଗୁଡ଼ିକ ପାରମ୍ପରିକ ଫାକ୍ଟ୍ରି ନୁହେଁ। ଏ ଗୁଡ଼ିକ ଆଧୁନିକ ଅର୍ଥନୀତିର ବାର୍ତ୍ତାବହ। ଓଡ଼ିଶାରେ ଆଜି ଶିଳ୍ପପତିମାନେ ପୁଞ୍ଜିନିବେଶ ପାଇଁ ଅଭୂତପୂର୍ବ ଆଗ୍ରହ ପ୍ରକାଶ କରୁଛନ୍ତି ତା’ର କାରଣ ହେଉଛି ଡବଲ ଇଞ୍ଜିନ ସରକାରର ସୁବିଧା ଓ Ease of Doing Business ପାଇଁ ଅନୁକୂଳ ବାତାବରଣ। ସେ କହିଥିଲେ ଯେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଉ କୌଣସି ଅସୁବିଧା ନାହିଁ। ଶିଳ୍ପଦ୍ୟୋଗୀମାନଙ୍କୁ ନିୟମ ଅନୁଯାୟୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର Clearance ଓ Permission ସୁବିଧାରେ ପ୍ରଦାନ କରାଯାଉଛି। ଆଜି କୃଷିକ୍ଷେତ୍ରରେ ଯାନ୍ତ୍ରିକୀକରଣ ଆଦୃତି ଫଳରେ କୃଷିକାର୍ଯ୍ୟରେ ମାନବୀୟ ଶ୍ରମର ଚାହିଦା କମି କମି ଯାଉଛି। ତେଣୁ ଅଧିକରୁ ଅଧିକ ଯୁବଶକ୍ତିକୁ ଶିଳ୍ପ ଓ ସେବାଭିତ୍ତିକ ଅର୍ଥନୀତି ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ। ଆମ ଯୁବ ସମାଜକୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ସହିତ Industry-Ready କରି ଗଢ଼ି ତୋଳିବାକୁ ପଡ଼ିବ। ଯୁବବର୍ଗଙ୍କୁ Industry-Ready କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ପି.ଏମ୍‍. ଇଣ୍ଟର୍ଣ୍ଣସିପ୍‍ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥିରୁ ଆମ ରାଜ୍ୟର ଯୁବଗୋଷ୍ଠୀ ଲାଭ ପାଇବା ସହିତ ଏହି ଯୋଜନାରେ ରାଜ୍ୟ ସରକାର ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ତେଣୁ ଆସନ୍ତା ୫ ବର୍ଷରେ ରାଜ୍ୟରେ ଯେତେବେଳେ ଶିଳ୍ପ ବିପ୍ଲବ ଆସିଥିବ, ସେତେବେଳେ ଆମ ରାଜ୍ୟର ଯୁବଗୋଷ୍ଠୀ Industry ପ୍ରସ୍ତୁତ ଥିବେ।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁବବର୍ଗ ହେଉଛନ୍ତି ଆମ ଅଭିବୃଦ୍ଧିର ଇଞ୍ଜିନ। ସେମାନଙ୍କ ଦକ୍ଷତା ବିକାଶ ପାଇଁ ସି.ଏମ୍.ଆସ୍ପାୟାର ଯୋଜନା, ନୂଆ-ଓଡ଼ିଶା ଯୋଜନା ଏବଂ ଆଇଟିଆଇ ଓ ପଲିଟେକ୍‍ନିକ ଗୁଡ଼ିକର କ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ୱର୍ଲଡ ସ୍କିଲ ସେଣ୍ଟରରେ ସେମି କଣ୍ଡକ୍ଟର ସହିତ ଆହୁରି ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଟ୍ରେନିଂ ଦିଆଯିବ । ବୃତ୍ତିଗତ ଓ ବୈଷୟିକ ଶିକ୍ଷାରେ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ସୁଦକ୍ଷା ଯୋଜନା ଓ ଯୁବପିଢ଼ିଙ୍କୁ ଉଦ୍ୟୋଗୀ କରିବା ପାଇଁ ନାନୋ ୟୁନିକର୍ଣ୍ଣ ଯୋଜନା ଯୁବବର୍ଗଙ୍କ ମଧ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ଉତ୍କର୍ଷ ଓଡ଼ିଶା ମେକ-ଇନ ଓଡ଼ିଶା କନକ୍ଲେଭ ଆଶାଠାରୁ ଅନେକ ଗୁଣରେ ସଫଳତା ପାଇଛି। ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ସେଥିମଧ୍ୟରୁ ୧୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପାଇଁ MoU ସ୍ୱାକ୍ଷରିତ ହୋଇଛି ଏବଂ ଏହାଦ୍ୱାରା ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି। ବିନା ଭିତ୍ତିଭୂମିରେ ଶିଳ୍ପ ବିକାଶର ପରିକଳ୍ପନା କରାଯାଇପାରିବ ନାହିଁ। ସେଥିପାଇଁ ରାଜ୍ୟ ସରକାର ନୂତନ ସଡ଼କ ନୀତି ପ୍ରସ୍ତୁତ କରିବା ସହିତ ଓଡ଼ିଶା ରାଜପଥ ପ୍ରାଧିକରଣ ଗଠନ କରିବା ପାଇଁ ଯାଉଛନ୍ତି । ଓଡ଼ିଶା ରାଜପଥ ପ୍ରାଧିକରଣ ବିଲ୍‍ ବିଧାନସଭାରେ ପାରିତ ହୋଇଛି। ଖୁବ୍‍ ଶୀଘ୍ର ଗଠନ ହେବ। ଶିଳ୍ପାୟନର ସୁବିଧା ପାଇଁ ଆସନ୍ତା ୫ ବର୍ଷରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ପାଇଁ ଆମର ଲକ୍ଷ୍ୟ ରହିଛି।

ଆଜି ଉଦ୍‍ଘାଟିତ ହୋଇଥିବା ବରୁଣ ବେଭରେଜ ପ୍ଲାଣ୍ଟରେ ବହୁସଂଖ୍ୟକ ଓଡ଼ିଆ ଯୁବକଙ୍କ ନିଯୁକ୍ତିକୁ ନେଇ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ଓଡ଼ିଶାକୁ ଦେଶର ଏକ ମାନୁଫାକ୍ଚରିଙ୍ଗ ହବ୍‍ କରିବାକୁ ଯାଉଛୁ। ଆପଣମାନେ ଆଉ ବାହାରକୁ ନ ଯାଇ ଏଠାରେ ସମସ୍ତେ ନିଯୁକ୍ତି ପାଇବେ। କେବଳ ନିଯୁକ୍ତି ନୁହେଁ, ଆପଣମାନଙ୍କ ଜୀବନର ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ଆମେ ବିଭିନ୍ନ ଶ୍ରମିକ କଲ୍ୟାଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ। ଶିଳ୍ପାଞ୍ଚଳରେ ଦିନ୍‍ ଦୟାଲ କର୍ମଚାରୀ ନିବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଉଛି। MSME କ୍ଷେତ୍ରରେ କାମ କରୁଥିବା ୧୫ରୁ ୨୦ ହଜାର ଶ୍ରମିକମାନଙ୍କ ପାଇଁ ୫ଟି ହଷ୍ଟେଲ କରାଯିବ। ଏହା ସହିତ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଶିଳ୍ପପତି ଓ ଶ୍ରମିକମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଶିଳ୍ପପତି, ଶ୍ରମିକ ଓ ସରକାର ଏହି ତିନି କ୍ଷେତ୍ର ମଧ୍ୟରେ ସମନ୍ୱୟ ରହିଲେ ପ୍ରଗତି ଆସିବ।କାର୍ଯ୍ୟକ୍ରମରେ ଶିଳ୍ପ ତଥା ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଓ ଜିଲ୍ଲାପାଳ ଚଞ୍ଚଳ ରାଣା ଧନ୍ୟବାଦ ଅର୍ପଣ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com