• About
  • Contact
Sunday, June 8, 2025
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବଶୀଘ୍ର କ୍ଷତିପୂରଣ

Share on FacebookShare on TwitterShare on Whatsapp

ଭୁବନେଶ୍ୱର: ୩୦/୫ ରାଜ୍ୟରେ ଚଳିତ ମାସ ୨୭ରୁ ୩୦ ତାରିଖ ମଧ୍ୟରେ ହୋଇଥିବା ଲଘୁଚାପ ଜନିତ ଅଦିନିଆ ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖୁବ୍ ଶୀଘ୍ର କ୍ଷୟକ୍ଷତି ସ୍ଥିତି ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯିବ।  ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଆୟୋଜିତ ଏକ ସମୀକ୍ଷା ବୈଠକରୁ ଏହା ଜଣା ଯାଇଛି ।

ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୁଝାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର  ଦେଓରଂଜନ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ, ଓଡ଼ିଶା କୃଷି ଓ ବୖଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଭାତ କୁମାର ରାଉଳଙ୍କ ସମେତ ବିଭିନ୍ନ ଜିଳ୍ଲାର ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ କ୍ଷୟକ୍ଷତି ଓ କ୍ଷତିପୂରଣ ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକର ପ୍ରାରମ୍ଭରେ ଭାରତୀୟ ପାଣିପାଗ କେନ୍ଦ୍ର ଆଞ୍ଚଳିକ ଶାଖା ନିର୍ଦ୍ଦେଶିକା ମନୋରମା ମହାନ୍ତି ବର୍ତ୍ତମାନ ଲଘୁଚାପର ଅବସ୍ଥା ଓ ଆଗାମୀ ଦିନରେ ରାଜ୍ୟର ପାଣିପାଗ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ମିଳିଥିବା ତଥ୍ୟ ଅନୁଯାୟୀ ୨୭ ମଇ ରୁ ୩୦ ମଇ ମଧ୍ୟରେ ରାଜ୍ୟରେ ହାରାହାରି ୪୧.୯ ମିମି ବର୍ଷା ହୋଇଥିବା ବେଳେ ୮ ଟି ଜିଲ୍ଲା କେନ୍ଦ୍ରାପଡା, କଳାହାଣ୍ଡି, ଜଗତ୍ସିଂହପୁର, କନ୍ଧମାଳ, ନବରଙ୍ଗପୁର, ଭଦ୍ରକ, ସୁବର୍ଣ୍ଣପୁର ଓ ରାୟଗଡାରେ ୫୦ ମିମି ରୁ ଅଧିକ ବର୍ଷା ହୋଇଛି। ସେହିପରି ଅନ୍ୟ ୨୨ ଟି ଜିଲ୍ଲାରେ ୧୦ ରୁ ୫୦ ମିମି ମଧ୍ୟରେ ବର୍ଷା ରେକର୍ଡ ହୋଇଛି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ଭାବରେ କ୍ଷୟକ୍ଷତିର ସର୍ଭେ କରାଯାଉଛି। ସରକାର ଅଣ ମୌସୁମୀ ସମୟରେ ଅନିୟମିତ ବର୍ଷାକୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ବେଳେ ପ୍ରତ୍ୟେକ ଚାଷୀ ଓ ବର୍ଷା ପବନରେ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନିଶ୍ଚିତ ଭାବେ କ୍ଷତିପୂରଣ ଦିଆଯିବ। କେହି ବି ଜଣେ ହେଲେ ଯେମିତି କ୍ଷତିପୂରଣ ପାଇବାରୁ ବଂଚିତ ହେବେ ନାହିଁ ସେଥିପ୍ରତି ସରକାର ସଜାଗ ଅଛନ୍ତି।

ଜିଲ୍ଲାପାଳମାନେ ଖୁବ୍ ଶୀଘ୍ର କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବା ପରେ ସରକାର ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ମତବ୍ୟକ୍ତ କରିଛନ୍ତି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପାଳନ କରୁନାହାନ୍ତି ସରକାରୀ ଅଧିକାରୀ

by ସଂକ୍ଷିପ୍ତ ଖବର
June 7, 2025

  ମାସ ମାସ ଧରି ପଡ଼ିରହୁଛି ଚିଠି        

Read more

ଚର୍ଚ୍ଚାରେ ପିନାକୀ ମହୁଆଙ୍କ ବାହାଘର

June 5, 2025

ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି

June 5, 2025

ASI NABBED BY VIGILANCE

June 4, 2025

ଡିଜିଟାଲ ଗିରଫ ଧମକ ଦେଇ ସାଇବର ଅପରାଧୀ ଠକୁଛନ୍ତି, ସତର୍କ ରହିବାକୁ ପୁଲିସର ପରାମର୍ଶ

June 3, 2025

ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’

June 3, 2025

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com