• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଦୁର୍ନୀତିରେ ଭର୍ତ୍ତି: କଂଗ୍ରେସ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୧୨/୬- ଓଡ଼ିଶାରେ ୨୪ ବର୍ଷର ବିଜେଡ଼ି ସରକାରର ପତନ ହୋଇଛି, ମୋହନ ସରକାର ୧ବର୍ଷ ପୂରଣ କରିଛି କିନ୍ତୁ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନାହିଁ । ପ୍ରତିଶ୍ରୁତିରେ ପୋତି ପକାଇଥିବା ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତ୍ତି ପ୍ରତାରଣାର ପ୍ରତିଛବି ପାଲଟିଛି ଏବଂ ଏହା ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି। ସମନ୍ୱୟ ଅଭାବ ଓ ଅହମିକା ଶାସନ ବ୍ୟବସ୍ଥାକୁ ଦିଗହରା କରିଛି। ପ୍ରଚାର ସର୍ବସ୍ୱ ଢ଼ଙ୍ଗରେ ବିଜେପି ସରକାର ବର୍ଷପୂର୍ତ୍ତି ପାଳନ କରୁଥିବାବେଳେ ତଳରୁ ଉପରସ୍ତର ଯାଏ ଦୁର୍ନୀତି ଭରି ରହିଛି । ଲୋକଙ୍କ କୋଟିକୋଟି ଟଙ୍କାରେ ଏକ ବର୍ଷର ପୂର୍ତ୍ତିପାଳନ ଉତ୍ସବ ଏକ ପ୍ରହତ୍ସନ । ଅସ୍ମିତା ନାଁରେ ଆସ୍ଫାଳନ ଦେଖାଇ ଶାସନ ଗାଦିରେ ବସିଥିବା ମୋହନ ସରକାର ରାଜ୍ୟବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ବିଜେପିର ପ୍ରତିଶ୍ରୁତିର ପ୍ରତାରଣାକୁ ପଦାରେ ପକାଇବା ପାଇଁ“ବର୍ଷ-୧, ପ୍ରତାରଣା ଅନେକ” ସମ୍ପର୍କରେ ରାଜ୍ୟରେ ପ୍ରମୁଖ ସହରରେ ବରିଷ୍ଠନେତାମାନେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଅସଲମୁଖା ଖୋଲିବେ ବୋଲି ଶ୍ରୀ ଦାସ କହିଛନ୍ତି ।


କଂଗ୍ରେସଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ସେ କହିଛନ୍ତି ଯେ ବିଜେପି ସରକାରର ଛଳନାର ସ୍ୱରୂପ ସମ୍ପର୍କରେ ବିଧାୟକ ଦଳ ନେତା ରାମଚନ୍ଦ୍ରକାଡାମା-ବଲାଙ୍ଗୀର, ନିରଞ୍ଜନ ପଟ୍ଟନାୟକ-ଖୋର୍ଦ୍ଧା, ଜୟଦେବ ଜେନା-ପୁରୀ, ପ୍ରସାଦ ହରିଚନ୍ଦନ-ବ୍ରହ୍ମପୁର, ବାଲେଶ୍ୱର-ତାରାପ୍ରସାଦ ବାହିନୀପତି, ଜଗନ୍ନାଥ ପଟ୍ଟନାୟକ-ସମ୍ବଲପୁର, ଅନନ୍ତ ପ୍ରସାଦ ସେଠୀ-କେନ୍ଦ୍ରାପଡ଼ା, ସିଏସରାଜନ ଏକ୍କା-ରାୟଗଡ଼ା ଆଦି ପ୍ରମୁଖ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଛଳନା ଓ ପ୍ରତାରଣା ପୂର୍ଣ୍ଣସ୍ୱରୂପର ମୁଖା ଖୋଲିବେ।
ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ବିଜେପି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କିଭଳି ପ୍ରତାରଣାରେ ପରିଣତ ହୋଇଛି ତାହାର ସବିଶେଷ ରିପୋର୍ଟ କାର୍ଡ ପିସି ସି ସଭାପତିଙ୍କୁ ପ୍ରଦାନ କରିଥିଲେ। ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର କିଭଳି ଦୁର୍ନୀତିରେ ବୁଡ଼ି ରହିଛି ତାହା ଉଲ୍ଲେଖ କରିଶ୍ରୀହରିଚନ୍ଦନ କହିଥିଲେ ଯେ “ବର୍ଷ-୧, ପ୍ରତାରଣା ଅନେକ” । ରାଜ୍ୟରେ ଦୁର୍ନୀତି ସୀମାଲଙ୍ଘନ କରିଛି, ଗ୍ରାମ୍ୟଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କଠାରୁ କୋଟିକୋଟି ଟଙ୍କାଜବତ ହୋଇଛି। କେବଳ ସେତିକି ନୁହେଁ ବିଭିନ୍ନ ନିର୍ମାଣ ଓ ଉନ୍ନୟନ କାର୍ଯ୍ୟରେ ନିୟୋଜିତ ଜେଇଠାରୁ ମୁଖ୍ୟଯନ୍ତ୍ରୀ ପର୍ଯ୍ୟନ୍ତ ଜଣକ ପରେ ଜଣେ ଦୁର୍ନୀତିରେ ଛନ୍ଦି ହୋଇଥିବା ପ୍ରକାଶ ପାଇଛି । ଜଣେ ଆଇଏସ ଅଫିସର ୧୦ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲାବେଳେ ଲୋକଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ଠିକାକାମ ଦକ୍ଷିଣଭାରତର ଠିକାଦାରମାନଙ୍କୁ ରାଜ୍ୟର ବିଭିନ୍ନ ସରକାରୀ ବିଭାଗ ମାଧ୍ୟମରେ ପୂର୍ବର ନବୀନ ସରକାର ଦେଇଥିଲା । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିଲେ ମଧ୍ୟ ଏବର ମୋହନ ସରକାର ସେହି ଠିକାଦାରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରିନାହିଁ ।ମୁଖ୍ୟମନ୍ତ୍ରୀ ମୋହନଙ୍କ ନୀରବତା ଓ ଶାସନରେ ସ୍ଥାଣୁତା ଦୁର୍ନୀତିକୁ ଦ୍ୱିଗୁଣିତ କରିଛି। ଲୋକେ ଅତିଷ୍ଠ ହୋଇ ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗର ଦୃଷ୍ଟି ଆକର୍ଷଣ କରିବା ଫଳରେ ଅନେକ ଅଧିକାରୀ ଏବେ ଆଇନର କାଠଗଡାକୁ ଆସିଛନ୍ତି । ମୋଦି ସରକାରଙ୍କ ସୁଆ ପାଲଟିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପନିର୍ଦ୍ଦେଶକ ଓଡ଼ିଶାରେ ଲାଞ୍ଚ ନେବାବେଳେ ସିବିଆଇ ଦ୍ୱାରା ବନ୍ଧାହୋଇଛନ୍ତି । ଗତ ନବୀନ ସରକାର ସମୟରେ ଚିଟଫଣ୍ଡ ଜମାକାରୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ସେମାନଙ୍କୁ ୧୮ ମାସ ମଧ୍ୟରେ ଟଙ୍କା ଫେରାଇବାର ପ୍ରତିଶ୍ରୁତି ଦେଇଥିବା ମୋହନ ସରକାର ଜମାକାରୀଙ୍କୁ ଚିହ୍ନଟ କରିବାରେ ବିଫଳହୋଇଛନ୍ତି ।ଜମାକାରୀଙ୍କ ଖାତାଖତିଆନ ମିଳୁନାହିଁ । ଧାନର କଟଣୀ ଛଟଣୀ ବ୍ୟବସ୍ଥାରେ ଯେଉଁ ସବୁ ତ୍ରୁଟି ରହିଛି ମୋହନ ସରକାର ସେଥିପ୍ରତି ଦୃଷ୍ଟି ଦେଇନାହିଁ । ପ୍ରତି କ୍ୟୁଂଟାଲରେ ୮ କେଜିରୁ ୯ କେଜି ଧାନ କଟା ଯାଉଥିବାବେଳେ ତାହାର ହିସବା କାହା ପାଖରେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।ଏହି କଟ୍‌ନୀ ଛଟଣୀ ଧାନରୁ କାହାର କେତେ କୋଟା ତାହା ତଦନ୍ତ ହେବା ଦରକାର ।ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରତି ମହିଳାଙ୍କ ଅର୍ଥିକ ଅଭିବୃଦ୍ଧି ନିମନ୍ତେ ୫୦ ହଜାର ଟଙ୍କା ଭାଉଚରେ ପାଇବେ ଯାହା ଦୁଇବର୍ଷ ମଧ୍ୟରେ ଖର୍ଚ୍ଚ କରିବା ପ୍ରତିଶ୍ରୁତି ଦେଇଥିଲା ବିଜେପି । କ୍ଷମତାକୁ ଆସିଲା ପରେ ୫ ହଜାରଟଙ୍କା ଲେଖାଏ ବର୍ଷକୁ ଦୁଇଟିକିସ୍ତି କରି ୫ ବର୍ଷରେ ଦେବାକୁ ପଦକ୍ଷେପ ନେଇଛନ୍ତି । ଗତ ସରକାରଙ୍କ ଭଳି ମୋହନ ସରକାର ମଧ୍ୟ ମହିଳାଙ୍କୁ ଭେଳିକି ଦେଖାଇ ପ୍ରତାରଣା କରିଛନ୍ତି ।ସେହିଭଳି ମିଥ୍ୟାର ସୌଦାଗର ନରେନ୍ଦ୍ରମୋଦି ଦେଶବାସୀଙ୍କୁ ପ୍ରତାରଣା କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତର ସମସ୍ତ ମେଟ୍ରୋ ସହରରେ ଓଡ଼ିଆ ଭବନ ନିର୍ମାଣ କରିବାକୁ କହି ଏବେ ମୋହନ ସରକାର ନିରବ ରହିଛନ୍ତି । ପ୍ରତ୍ୟେକ ମତ୍ସ୍ୟଜୀବିଙ୍କୁ ମିଥ୍ୟା ପ୍ରତଶ୍ରୁତି ଦେଇ ପ୍ରତାରଣା କରାଯାଇଛି ।ଓଡ଼ିଆରେ ଆଇନ, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବାର ପ୍ରତିଶ୍ରୁତି ଦେଇଥିଲେ, ଏବେ ନୀରବ କାହିଁକି? ସରକାର ଆସିବା ମାତ୍ରେ ଓଡ଼ିଆଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି କହିଥିଲେ ଗଣତି, ମଣତି କରିବୁ। କିନ୍ତୁ ବର୍ଷେ ପୂରିଲା ଗଣତି, ମଣତିର ଚିହ୍ନବର୍ଣ୍ଣ ନାହିଁ । ବୁଣାକାର, ବୟନଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମ ଓଡ଼ିଶାର ତିନୋଟି ଇଂଟିଗ୍ରେଡେଡ଼ ପାର୍କସ୍ଥାପନ କରି ୫୧ ହଜାରରୁ ଅଧିକ ଚାକିରି ସୃଷ୍ଟି କରିବା କୁଆଡ଼େଗଲା । ବେକାରୀ, ଯୁବକ, ଛାତ୍ର ଓ ମହିଳାଙ୍କୁ ସରକାର ପ୍ରତାରଣାକରି ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ବଲାଙ୍ଗିରରେ ହୋମଗାର୍ଡ ଚାକିରି ପାଇଁ ତିନିହଜାର ଛାତ୍ର ଭିଡ଼ଜମାଇବା ବେକାରୀଙ୍କ ଯନ୍ତ୍ରଣାକୁ ପ୍ରତିପାଦିତ କରୁଛି । ଯେଉଁଥିପାଇଁ ଓଡ଼ିଶାର ଦାଦନର ସୁଅ ଛୁଟିଛି ।
ଗତ ସରକାରରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣକାର୍ଡ ମାଧ୍ୟମରେ ଲୋକେ ଯେତିକି ଉପକୃତ ହେଉଥିଲେ ବୀମା କମ୍ପାନୀ ବେସରକାରୀ ଡାକ୍ତରଖାନା ଏହିଯୋଜନାର ସେତିକି ଶୋଷଣ କରି ପୂର୍ବ ସରକାରକୁ ସନ୍ତୁଷ୍ଟ କରୁଛନ୍ତି । ଏବେ ବିଜେପି ସରକାରର ଆୟୁଷ୍ମାନ ଯୋଜନା ବ୍ୟବସ୍ଥା ଏଭଳି ଜଟିଳ ଯେ ଅସହାୟ ଗରିବ ରୋଗୀ ଚିକିତ୍ସା ନପାଇ ଆୟୁଷ ଥାଉ ଥାଉ ଜୀବନ ଚାଲିଯିବ ବୋଲି କଂଗ୍ରେସ ଅଭିଯୋଗ କରିଛି ।ବାର୍ଦ୍ଧକ୍ୟଭର୍ତ୍ତା ୩୦୦୦ ଟଙ୍କା କହି ଲୋକଙ୍କୁ ବିଜେପି ସରକାର ଠକିଛି ।ଏଭଳିକି ୮୦ ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟ ହିତାଧିକାରୀଙ୍କୁ ୩ ହଜାର ୫ ଶହଟଙ୍କା ଦେବାକୁ କହି ପ୍ରତାରଣା କରିଛନ୍ତି ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି । ଅତୀତର ବିଜେଡ଼ି ସରକାର ଓ ବର୍ତ୍ତମାନର ବିଜେପି ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି କାମ କରୁଛନ୍ତି । ବିଜେଡ଼ି ବିରୋଧି ଦଳର ମାନ୍ୟତା ପାଇଥିଲେ ମଧ୍ୟ ବିଜେପିର ସହଯୋଗୀ ଭାବେ କାମ କରୁଛି ।ୱାକଅଫ ବୋର୍ଡ ବିଲ ସମୟରେ ବିବେକାନୁମୋଦି ତଭୋଟ ଦେବାକୁ ରାଜ୍ୟସଭା ସାଂସଦମାନଙ୍କୁ ବିଜେଡ଼ିକହିବା ପଛରେ ଅଘୋଷିତ ସମର୍ଥନ ରହିଥିଲା । ସେହିଭଳି ପହେଲଗାମ ନରସଂହାର ପରେ ପାକିସ୍ଥାନ ବିରୁଦ୍ଧରେ ଅପରେସନ ସିନ୍ଦୂର କେବଳ ପ୍ରଚାରସର୍ବସ୍ୱ ଥିଲା । ଏ ସଂକ୍ରାନ୍ତରେ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ସବୁବିରୋଧି ଦଳ ଦସ୍ତଖତ ଅଭିଯାନ କରିଥିବାବେଳେ ବିଜେଡ଼ି ଦୂରେଇରହିଥିଲା ।ବିଜେପି ବିଜେଡ଼ି ଉପରକୁ ବିରୋଧି ଦେଖାଉଥିବାବେଳେ ଭିତରେ ବନ୍ଧୁତାରେ ଛନ୍ଦାଛନ୍ଦି ହୋଇଛନ୍ତି । ନିର୍ବାଚନ ପୂର୍ବରୁ ରାଜ୍ୟରେ ଅନେକ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି ବିଜେପି କହିଥିଲା ।ହେଲେ ସରକାରକୁ ଆସିବା ପରେ ସେମାନଙ୍କୁ ପୁରସ୍କାର ସ୍ୱରୂପ କେନ୍ଦ୍ରସ୍ତରରେ ଉଚ୍ଚ ପଦରେ ଅଧିଷ୍ଠିତ କରାଯାଇଛି । ଅନୁଗୁଳ, ତାଳଚେର, ସମ୍ବଲପୁର ଆଦି ଅଞ୍ଚଳରେ ପ୍ରଦ୍ୟୁଷିତ ପରିବେଶ ସ୍ଥାନୀୟ ଲୋକଙ୍କ ପାଇଁ ଅତିଷ୍ଠ ହୋଇଛି । ଶିଳ୍ପକୁ କଂଗ୍ରେସ ବିରୋଧ କରୁ ନାହିଁ କିନ୍ତୁ ପରିବେଶ ପ୍ରତି ସରକାର ଆଖି ବୁଜିଦେଲେ ଛାଡ଼ିବୁ ନାହିଁବୋଲି ଶ୍ରୀ ଦାସକହିଛନ୍ତି । ଯାଜପୁର ସମତେ ୫ଟି ଜିଲ୍ଲାରେ ଝାଡାବାନ୍ତି ଚରମ ସୀମାରେ ପହଂଚିଛି ।ଚିକିତ୍ସା ଅବହେଳା ସଂପର୍କରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ତଥ୍ୟ ଅନୁଧ୍ୟାନ କମିଟିଘଟଣାସ୍ଥଳକୁ ଯାଇ ତଥ୍ୟ ଅନୁଧ୍ୟାନ କରିବେ ଓ ଏକ ରିପୋର୍ଟ ପିସିସି କାର୍ଯ୍ୟାଳୟକୁ ପ୍ରଦାନ କରିବେ ବୋଲି ଶ୍ରୀ ଦାସ କହିଛନ୍ତି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ମୋହନ ସରକାର ଅସ୍ମିତା କଥା କହି କ୍ଷମତାକୁ ଆସିଲା କିନ୍ତୁ ଅସ୍ମିତାର ସମ୍ମାନ ରଖିନାହଁ ।କୃଷିର ୩ ହଜାର କୋଟି ଟଙ୍କା ବ୍ୟୟକରି ଶୀତଳଭଣ୍ଡାର ଓ କୃଷିବିଦ୍ୟାଳୟ ସ୍ଥାପନ କରିବେ ବୋଲି କହି ଦେଇଥିବା ପ୍ରତିଶ୍ରୁତି ଆଜି ପାଣିରେ ଗାର ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଅଙ୍ଗନ ୱାଡି କର୍ମୀ, ଆଶାକର୍ମୀ ଦରମାବୃଦ୍ଧି କରିବେବୋଲି କହି ସେମାନଙ୍କୁ ନିରାଶ ଭିତରକୁ ଠେଲିଛନ୍ତି । ପେସା ଆଇନର ପ୍ରତିଶ୍ରୁତି ପାଳନ ହୋଇନାହିଁ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com