ଭୁବନେଶ୍ୱର ତା ୨/୮- ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବର ପାଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। ଶ୍ରୀ ଦାସ କହିଛନ୍ତି, ବଳଙ୍ଗା ପୀଡିତାଙ୍କ ଘଟଣାକୁ ଦୁଇ ସପ୍ତାହ ହୋଇଛି । ଶେଷରେ ତାଙ୍କ ମୃତ୍ୟୁ ଘଟିଛି । ୧୫ ଦିନ ହେଲା ଘଟଣାର ଅଭିଯୁକ୍ତଙ୍କୁ ପୁଲିସ ଧରି ପାରିନାହିଁ। ଏଥରୁ ପୁଲିସ ବିଭାଗ କେମିତି ଚାଲିଛି ତାହା ଅନୁମେୟ। ପୀଡ଼ିତାଙ୍କ ବୟାନ ପୁଲିସ ବି ରେକର୍ଡ କରିଛି । ଏହାକୁ ପ୍ରକାଶ କରୁନି । ଘଟଣା ଚପାଇ ଦେବା ଉଦ୍ୟମ ହେଉଛି । ସାତଦିନ ଭିତରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଆମେ ଡିଜିପି ଅଫିସ ଘେରାଉ କରିବୁ ବୋଲି ଆଜି ସେ ଘୋଷଣା କରିଛନ୍ତି।
ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...
Read more