• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Media

ବାତ୍ୟା, ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‍ କରିବ

୨୩ରେ ବାତ୍ୟା
Share on FacebookShare on TwitterShare on Whatsapp

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୪ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ବଡ଼ଧରଣର ବାତ୍ୟା ଭାବରେ ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ଉପକୂଳ ଛୁଇଁପାରେ । ଏହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ।  ଆଇଏମଡି ଡି.ଜି ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ୨୧ତାରିଖ ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୨୨ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ୨୩ ତାରିଖରେ ଏହାର ବାତ୍ୟାର ରୂପ ନେବ । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ଭାବରେ ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିବ । ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇ ୨୪ ଓ ୨୫ ତାରିଖ ଯାଏଁ ବର୍ଷିବ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପାଗ କେନ୍ଦ୍ର ପକ୍ଷରୁ ବର୍ଷା ପାଇଁ ରେଡଆଲର୍ଟ ଜାରି କରାଯାଇଛି । ୨୪ ତାରିଖରେ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକକୁ ରେଡ ଆଲର୍ଟ ଜାରି ହୋଇଛି । ୨୫ ତାରିଖରେ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ରାଜ୍ୟର ସମସ୍ତ ୩୦ଟି ଯାକ ଜିଲାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ହେଉଥିବା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ୨୧ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ସମ୍ଭାବ୍ୟ ବାତ୍ୟା ଓ ଏହାର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବାତ୍ୟା ସମୟରେ ସ୍କୁଲ ଛୁଟି ହୋଇପାରେ । ସରକାର ସମସ୍ତ ଜିଲାପାଳଙ୍କୁ ସ୍କୁଲ ଛୁଟି କ୍ଷମତା ଦେଇଛନ୍ତି ।
ବର୍ଷା ପବନର ସ୍ଥିତିକୁ ଦେଖି ଜିଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିବେ ।

ସେହିପରି ବାତ୍ୟା ‘ଦାନା’ ଭିତରକନିକାରୁ ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା ମିଳିଛି । ଏହି ଅଞ୍ଚଳ ଭିତରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେଇପାରେ । ପାଣିପାଗ ବିଜ୍ଞାନୀଙ୍କ କହିବା ମୁତାବକ, ଭିତରକନିକାର ହେନ୍ତାଳ ବନ୍ତରେ ବାତ୍ୟାର ପ୍ରକୋପ କମିଯିବ । ୨୦୨୧ରେ ହେଇଥିବା ବାତ୍ୟା ୟସ୍‍ ଭଳି, ଦାନାର ପ୍ରଭାବ ଅନୁଭୂତ ହେବ । ଉପକୂଳରେ ବାତ୍ୟା ଦୁର୍ବଳ ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com