ଭୁବନେଶ୍ୱର-୨୪ଅକ୍ଟୋବର ୨୦୨୪
ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ସାଧାରଣରେ ଆତଙ୍କ ସୃଷ୍ଟି କରିଥିବା ବାତ୍ୟା-ଦାନା। ଏହା ରାତି ୮ଟା ବେଳକୁ ପାରାଦ୍ୱୀପ ଠାରୁ ୧୦୦ କିମି ଏବଂ ଧାମରା ଠାରୁ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଘଣ୍ଟାକୁ ୧୦ କିମି ବେଗରେ ଏହା ଆଗକୁ ବଢ଼ୁଛି। ମଧ୍ୟରାତିରୁ ଭୋର୍ ଭିତରେ ଏହା ଓଡ଼ିଶା ଉପକୂଳ ଛୁଇଁବ। ଭିତରକନିକା ଓ ଧାମରା ପାଖରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ବାତ୍ୟାର ଅଧିକ ପ୍ରଭାବ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲାରେ ଅନୁଭୂତ ହେବ।
ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦୁର୍ବଳ ହେବ ଓ ଏହାର ଗତିପଥରେ ପରିବର୍ତ୍ତନ ଘଟିବ। ଏହା ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରି ଦିନ ୧୧.୩୦ଟା ସୁଦ୍ଧା ଦୁର୍ବଳ ହେବ। ରାତି ସାଢ଼େ ୧୧ଟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି କୁହାଯାଇଛି। ବାତ୍ୟାର ପ୍ରଭାବ ଅନୁଭୂତ ହେବାକୁ ଥିବା ଉପରୋକ୍ତ ଜିଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ସହ ୧୦୦ରୁ ୧୨୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଅନେକ ସ୍ଥାନରେ ବର୍ଷା ପବନ ଯୋଗୁଁ କଚା ଘର ଛପର ଉଡି ଯାଇଛି। ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ିଛି। ଏହାକୁ ନଜରରେ ରଖି ବାତ୍ୟା ପ୍ରଭାବ ସମ୍ଭାବନା ଥିବା ଅନ୍ୟ ଜିଲାରେ ଗଛଡାଳ କଟାକୁ ପ୍ରାଧାନ୍ୟ ଦିଆଯାଇଛି।
ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ
ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...
Read more
