ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ)
ବହୁ ପ୍ରତୀକ୍ଷିତ ସୋନପୁରର ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ଦାବି ହେଉଛି। ଗତବର୍ଷ ଅଗଷ୍ଟ ୨୩ ତାରିଖରେ ତତ୍କାଳୀନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ସୋନପୁର ରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଏହି ନୂତନ ବସଷ୍ଟାଣ୍ଡରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇଥାନ୍ତା, ହେଲେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହୋଇସାରିଥିଲା ବେଳେ କାମ କାହିଁକି ଆରମ୍ଭ ହେଉନାହିଁ ଏହା ସମସ୍ତଙ୍କୁ ଚକିତ କରିଛି।। ରାଜ୍ୟର ବିଭିନ୍ନ ସଦର ମହକୁମା ତଥା ସୁବର୍ଣ୍ଣପୁର ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ପ୍ରାୟ ବସଷ୍ଟାଣ୍ଡ ନିର୍ମାଣ ହୋଇଛି ସେସବୁ ବ୍ୟବହାର ହେଲାଣି । କିନ୍ତୁ ଦ୍ୱିତୀୟ ବାରାଣାସୀ କୁହାଯାଉଥିବା ସୋନପୁର ସହରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟl ଆରମ୍ଭ ହୋଇ ପାରୁନାହିଁ। ଏହାର ବିଳମ୍ବ ନେଇ ଯାତ୍ରୀ ଓ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଖରା ଓ ବର୍ଷା ଦିନରେ ଖୋଲା ଆକାଶ ତଳେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଅନେକ ଅସୁବିଧାର ସାମ୍ନା କରୁଛନ୍ତି ଯାତ୍ରୀ ଓ ପର୍ଯ୍ୟଟକ। ଶୈବ, ଶାକ୍ତ, ଵିଷ୍ଣୁଙ୍କ ସହ ମହିମା ଧର୍ମର ମହା ମିଳନସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାକୁ ବହୁ ପର୍ଯ୍ୟଟକଙ୍କ ସହ ପ୍ରତ୍ୟହ ହଜାର ହଜାର ଯାତ୍ରୀ ଆସୁଛନ୍ତି ହେଲେ ବସ୍ କୁ ଅପେକ୍ଷା କରୁଥିବା ଯାତ୍ରୀଙ୍କ ପାଇଁ ବିଶ୍ରାମାଗାରଟିଏ ନଥିବା ହେତୁ ୟା ତା ଦୋକାନ ବାରଣ୍ଡା ଓ ବାହାରେ ହନ୍ତସନ୍ତ ହେଉଛନ୍ତି । ସଦର ମହକୁମାର ପୁରୁଣା ବସଷ୍ଟାଣ୍ଡର ଦୁରାବସ୍ଥା ଦେଖି କ୍ଷେ।ଭ ପ୍ରକାଶ ମଧ୍ୟ କରୁଛନ୍ତି। ଅନ୍ୟ ପକ୍ଷରେ ସୋନପୁର ସହର କେନ୍ଦ୍ର ସ୍ଥଳୀରେ ଉକ୍ତ ନୂତନ ବସଷ୍ଟାଣ୍ଡ ନିର୍ମାଣ ହେବାପାଇଁ ଜମି ଅଧିଗ୍ରହଣ ହୋଇ ସେଠାରେ ଥିବା ଭୀମଭୋଇ କଳା ମଣ୍ଡପ,ପୁରୁଣା ଟାଉନ୍ ହଲ୍ ସହ କିଛି କିଓସ୍କର ଷ୍ଟଲ ସବୁ ଭଙ୍ଗା ସରିଛି ଓ ବସଷ୍ଟାଣ୍ଡ ପାଇଁ ଫଣ୍ଡ୍ ମଧ୍ୟ ରହିଛି । ହେଲେ ଆରମ୍ଭ ପାଇଁ ଅସୁବିଧା ଯେ କେଉଁଠି ରହିଛି ଏହାର ଉତ୍ତର ମଧ୍ୟ କାହାପାଖରେ ନାହିଁ।
ଏହିଠାରେ ହିଁ ଅତ୍ୟାଧୁନିକ ନୂତନ ବସଷ୍ଟାଣ୍ଡ ନେଇ ସହର ବାସୀ ଉତ୍ସାହିତ ଓ ଆଶାବାଦୀ ଅଛନ୍ତି। ଏହି ନୂତନ ବସଷ୍ଟାଣ୍ଡ ପାଇଁ ୩.୩୪ ଏକର ଜମି ଓଡ଼ିଶା ରାଜ୍ୟ ସଡ଼କ ପରିବହନଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ନୂତନ ବସଷ୍ଟାଣ୍ଡ ନେଇ ଟାଉନ ହଲ,ଭୀମ ଭୋଇ କଳା ମଣ୍ଡପ, ବିଶ୍ରାମାଗାର ଉଚ୍ଛେଦ ହୋଇଛି ତା ସଙ୍ଗେ ସଙ୍ଗେ କେତେକ ଷ୍ଟଲ ମାଲିକ ମଧ୍ୟ ନିଜ ପକ୍ଷରୁ ଷ୍ଟଲ ଛାଡି ଦେଇ ଥିବାରୁ ଷ୍ଟଲ ଭଙ୍ଗା ଯାଇଛି । ନୂତନ ବସଷ୍ଟାଣ୍ଡ ନେଇ ଟେଣ୍ଡର କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛିି। ଏହି ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତ୍ଵରାନ୍ନିତ କରିବା ପାଇଁ ରାଜନୈତିକ ନେତ୍ଵବୃନ୍ଦ ଓ ଜିଲ୍ଲା ପ୍ରଶାସନ ସଠିକ ପଦକ୍ଷେପ ନେବାକୁ ଦାବି ହେଉଛି। ପ୍ରକାଶଯୋଗ୍ୟ ଯେ ଏଠାରେ ହିଁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୃଥକ ପୃଥକ ଭାବେ ପୈ।ର ସଂସ୍ଥାର ସମସ୍ତ କାଉନସିଲର ,ଜିଲ୍ଲା ବଣିକ ସଂଘ, ବେସରକାରୀ ବସ୍ ମାଲିକ ସଂଘ ଓ ବୁଦ୍ଧିଜୀବିମାନେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସେମାନଙ୍କର ଦାବିପତ୍ର ଦେଇଛନ୍ତି l ତେବେ ମଧ୍ୟ ପ୍ରଶାସନିକ ସ୍ଥରରେ କିଛିବି ପଦକ୍ଷେପ ନନେବା ଯୋଗୁଁ ଏବେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଆଗାମୀ ଏକମାସ ମଧ୍ୟରେ ଯଦି ନୂତନ ବସଷ୍ଟାଣ୍ଡ ନିର୍ମାଣ କାମ ଆରମ୍ଭ ନହୁଏ ତାହେଲେ ସରକାର ଏକ ବିରାଟ ଜନ ଆନ୍ଦୋଳନର ସାମ୍ନା କରିବେ ବୋଲି ବହୁ ସଚେତନ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।
ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ
ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...
Read more
