ଭୁବନେଶ୍ୱର:୧୯/୭/-ରାଜ୍ୟରେ ଦିନକୁ ଦିନ ମହିଳା ଓ ଶିଶୁମାନେ ଅସୁରକ୍ଷିତ ମନେକରିବା ସହିତ ନିର୍ଯାତନା ଓ ଦୁଷ୍କର୍ମ ହାର ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ରାଜ୍ୟରେ ବିଜେପି ସରକାର ଆସିବାର ୧୪ ମାସ ବିତିଗଲା ପରେ ମଧ୍ୟ ରାଜ୍ୟ ମହିଳା କମିଶନ ଓ ଶିଶୁ ସୁରକ୍ଷା କମିଶନ ପଦବୀ ଏପର୍ଯ୍ୟନ୍ତ ବି ପୂରଣ ହୋଇପାରିଲା ନାହିଁ। ଏହାର ପ୍ରତିବାଦରେ ଆଜି ସକାଳ ୧୧ ଘଟିକା ସମୟରେ ବିଜୁ ମହିଳା ଜନତା ଦଳ ତରଫରୁ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଣ୍ଟା କାଳ ଗଣଧାରଣା ଦିଆଯାଇଥିଲା।
ଗୋଟିଏ ନାରୀ ଉପରେ ଅତ୍ୟାଚାର ହେଲେ ପ୍ରଥମେ ସେ ମହିଳା କମିଶନରେ ଦ୍ୱାରସ୍ଥ ହୋଇଥାଏ। ହେଲେ ଦୁଃଖ ଓ ପରିତାପର କଥା ମହିଳା କମିଶନ ଓ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷ ଏପର୍ଯ୍ୟନ୍ତ ନିଯୁକ୍ତ ଦେଲେ ନାହିଁ। ଯଦି ସରକାର ଆଗାମୀ ଦିନରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ପୂରଣ ନକରନ୍ତି ବିଜୁ ମହିଳା ଜନତା ଦଳ କମିଶନ ଅଫିସରେ ତାଲା ପକାଇବା ସହିତ ଘେରାଉ କରିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପୂରଣ ନହେବାରୁ ରାଜ୍ୟର ବିଭିନ୍ନ ଅତ୍ୟାଚାରର ଶିକାର ହୋଇଥିବା ମହିଳା ଓ ଶିଶୁ ନିଜ ନିଜର ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

ବିଜୁ ମହିଳା ଜନତା ଦଳର ଏହି ଧାରଣାରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କସ୍ତୁରୀ ମହାପାତ୍ର, ସାଧାରଣ ସମ୍ପାଦିକା ଲେଖାଖ୍ରୀ ସାମନ୍ତସିଂହାର, ରଂଜିତା ସାହୁ, ମୁଖପାତ୍ର ଇପ୍ସିତା ସାହୁ, ଇଲା ସ୍ୱାଇଁ, ଲୋରା ମହାପାତ୍ର, ଭାରତୀ ସିଂ, ପ୍ରୀତିନନ୍ଦା ରାଉତରାୟ, ସୁମିତ୍ରା ଜେନା, ମାନସୀ ସୁନ୍ଦରାୟ, ରଞ୍ଜୁଲତା ରାୟ, ପୁଷ୍ପାଞ୍ଜଳି ସେଠୀ, ପୁଷ୍ପା ରାଉତ, ପଦ୍ମଜା ପି୍ରୟଦର୍ଶିନୀ, ରୁନୁ ଜେନା, କିରଣବାଳା ମାଝୀ, ଶ୍ରମିତା ମହାନ୍ତି, ତିଳୋତ୍ତମା ଚୌଧୁରୀ, ସ୍ମିତା ସ୍ୱାଇଁ, ଅନୂସୟା ରାୟ, ପୂଜା ମହାରଣା, ମୋନାଲିସା ବେହେରାଙ୍କ ସମେତ ବହୁ ନାରୀନେତ୍ରୀ ଯୋଗ ଦେଇଥିଲେ।