ସୁବର୍ଣ୍ଣପୁର11.11.2024(ଉଗ୍ରସେନ କର୍ମୀ )
ସରକାର ଲୋକଙ୍କ ହିତ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି l ହେଲେ ସରକାରୀ ଯୋଜନା ଗୁଡିକ ଠିକ୍ ଭାବରେ ହିତାଧିକାରୀଙ୍କ ପାଖକୁ ଉଚିତ୍ ସମୟରେ ପହଞ୍ଚିପାରୁନାହିଁ l ଏହା ପହଞ୍ଚାଇବା ପାଇଁ ସବୁବେଳେ ପ୍ରଚେଷ୍ଟା ଜାରି ରହିଥିବା ବେଳେ କିଛି ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ତାହା ଠିକ୍ ଭାବରେ ପ୍ରକୃତ ହିତାଧିକାରୀଙ୍କ ପାଖକୁ ଯାଇପାରୁନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ମାଳତୀ ବୁଡେକ୍ ଙ୍କ ଭିନ୍ନକ୍ଷମ ଭତ୍ତା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ପଞ୍ଚାୟତ ବୈଦୁପାଲିର ମୁରଲୀ ବୁଡେକଙ୍କ ଝିଅ ମାଳତୀ ବୁଡ଼େକ l ମାଳତୀ ଶତ ପ୍ରତିଶତ ଭିନ୍ନକ୍ଷମ ଥିବାବେଳେ ତାଙ୍କର ଭିନ୍ନକ୍ଷମ ଭତ୍ତା ହୋଇ ପାରୁନଥିଲା।ନାରୀ ନେତ୍ରୀ ସୋନାଲି ବିଶି ଙ୍କ ପ୍ରଚେଷ୍ଟା ସହ ରମେଶଙ୍କ ଟୁଇଟରେ ମାଳତୀ ବୁଡ଼େକଙ୍କୁ ଭିନ୍ନକ୍ଷମ ଭତ୍ତା ମଂଜୁର ହୋଇଛି ।
ଏହି ପ୍ରସଙ୍ଗକୁ ନେଇ ନେଇ ଟୁଇଟର ବୟ ଭାବରେ ପରିଚିତ ରମେଶ ମେହେର ମୁଖ୍ୟମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀ ଓ ସଚିବ,ସୁବର୍ଣ୍ଣପୁର ଜିଲ୍ଲାପାଳ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତୁରନ୍ତ ଏହାର ପଦକ୍ଷେପ ନିମନ୍ତେ ଅନୁରୋଧ କରିଥିଲେ। ଟୁଇଟ କରାଯିବାର କିଛି ଘଣ୍ଟା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ଓ ମାଳତୀଙ୍କୁ ଯୋଜନାରେ ସାମିଲ କରାଯାଇଛି l
ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...
Read more
