ସୁବର୍ଣ୍ଣପୁର: 9 ନଭେମ୍ୱର 2024 (ଉଗ୍ରସେନ କର୍ମୀ)
ସର୍ବ ଭାରତୀୟ ବିଶ୍ୱ ବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳର ସୁନାମଧନ୍ୟ କ୍ରୀଡାବିତ ଏହେସାସ ହୋତାଙ୍କୁ ସଫଳତା ମିଳିଛି । ପଂଜାବ ଅମୃତସର ଗୁରୁ ନାନକ ଦେବ ବିଶ୍ୱ ବିଦ୍ୟାଳୟରେ ଚାଲିଥିବା ସର୍ବ ଭାରତୀୟ ବିଶ୍ୱ ବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ଏହେସାସ ହୋତାଙ୍କୁ ମିଳିଛି ଏହି ସଫଳତା । ୫ ନଭେମ୍ବର ରୁ ୧୧ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ସର୍ବ ଭାରତୀୟ ପ୍ରତିଯୋଗିତାରେ ଦେଶର ୨୦୭ଟି ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବର୍ଗରେ ୧୮୦୦ ଜଣ ଭାଗନେଇଥିବାବେଳେ ଏହେସାସ ସମ୍ବଲପୁର ବିଶ୍ୱ ବିିଦ୍ୟାଳୟରୁ ପ୍ରତିନିଧିତ୍ୱ କରୁଛନ୍ତି । ତାଇକଣ୍ଡୋର ପୁରୁଷ ବର୍ଗରେ ଏହେସାସଙ୍କୁ ବ୍ରୋଂଜ ପଦକ ମିଳିଛି । ପୁର୍ବରୁ ୨୦୧୯ ମସିହାରେ ମଧ୍ୟ ସର୍ବ ଭାରତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ପ୍ରତିନିଧିତ୍ୱ କରି ସେ ବ୍ରୋଂଜ ପଦକ ହାସଲ କରିଥିଲେ । ସେ ଅନେକ ଥର ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶ,ରାଜ୍ୟ ତଥା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି ।
ଏହେସାସଙ୍କ ଏହି ସଫଳତା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଦୁଭୂଷଣ ମିଶ୍ର, ରେଜିଷ୍ଟାର ନୃପରାଜ ସାହୁ ସ୍ପୋର୍ଟସ ଡାଇରେକ୍ଟର ଅଭିନାଶ କର,ସ୍ପୋର୍ଟସ କାଉନସିଲ ସେକ୍ରେଟାରୀ ଡ. ଦେବେନ୍ଦ୍ର ମହାଲିକ,ସିଡିସି ଅଧ୍ୟକ୍ଷ ଡ. ସଂଯୁକ୍ତା ଦାଶ,କୋଚ ରାମ କୁମାର ସାହୁ,ବରଗଡ ଇମ୍ପାରିଆଲ କଲେଜର ମ୍ୟାନେଜିଙ୍ଗ ଡାଇରେକ୍ଟର ଦୀପକ ଗୋଏଲ,ଅଧ୍ୟକ୍ଷ ଦୁର୍ଗେଶ ଶତପଥି,ରାଜ୍ୟ ତାଇକଣ୍ଡୋ ସଂଘ ସଂପାଦକ ମନମୋହନ ଭଂଜ,ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଂଜନ ମିଶ୍ର,ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ସଭାପତି ରବୀନ୍ଦ୍ର ହୋତା ଏବଂ ଜିଲ୍ଲା ତାଇକଣ୍ଡୋ ସଂଘର ଆଇନ ପରାମର୍ଶ ଦାତା ଶେଷଦେବ ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
ଆସନ୍ତା ଜାନୁୟାରୀ ମାସରେ ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ପାଇଁ ଅମୃତସରରେ ଟ୍ରାଏଲ ହେବାକୁଥିବାବେଳେ ସେଥିରେ କିଭଳି ସଫଳତା ହାସଲ କରି ଆସନ୍ତା ଜୁଲାଇ ୨୦୨୫ ରେ ଜର୍ମାନରେ ହେବାକୁ ଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ସେଥିପାଇଁ ସେ ଲକ୍ଷ୍ୟ ରଖିଥିବା ଏହେସାସ ପ୍ରତିକ୍ରିୟାରେ କହିଛନ୍ତି ।
ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...
Read more
