• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଓଡ଼ିଆ ଚଳଚ୍ଚିତ୍ରର ହୃତଗୌରବ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ-ମୁଖ୍ୟମନ୍ତ୍ରୀ

Share on FacebookShare on TwitterShare on Whatsapp

-ଆରମ୍ଭ ହେଲା ୧୦ମ ଚଳଚ୍ଚିତ୍ର ସରଂକ୍ଷଣ ଓ ପୁନଃରୁଦ୍ଧାର କର୍ମଶାଳା

-ଯୋଗ ଦେଲେ ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ୱହିଦା ରେହମାନ

-ଓଡ଼ିଆ ଚଳଚ୍ଚିତ୍ରର ପୁନରୁଦ୍ଧାର ପାଇଁ ଫିଲ୍ମ ହେରିଟେଜ ଫାଉଣ୍ଡେସନ
ସହିତ ବୁଝାମଣାପତ୍ର ସ୍ୱାକ୍ଷର ହେବ

ଭୁବନେଶ୍ୱର:୧୨/୧୧-ଆମ ଓଡ଼ିଆ ସିନେମା ଆମ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଏଥିରେ ଅନେକ ସ୍ମୃତି ଜଡ଼ିତ ହୋଇ ରହିଛି। ଆମେ ଯେତେବେଳେ ଏହାର ସରଂକ୍ଷଣ ପାଇଁ ଉଦ୍ୟମ କରୁଛୁ ନିଶ୍ଚିତ ରୂପେ ଏହି ସ୍ମୃତି ସବୁ ଜୀବିତ ହେବ ଏବଂ ଆଗାମୀ ପିଢ଼ି ଏଥିରୁ ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର କଳାଭୂମି ଠାରେ ଆୟୋଜିତ ୧୦ମ ଚଳଚ୍ଚିତ୍ର ସରଂକ୍ଷଣ ଓ ପୁନଃରୁଦ୍ଧାର କର୍ମଶାଳା-୨୦୨୫ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ଐତିହ୍ୟର ସୁରକ୍ଷା ପାଇଁ ଏହି କର୍ମଶାଳା ଏକ ଯୁଗପୋଯୋଗୀ ପଦକ୍ଷେପ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଫିଲ୍ମ ହେରିଟେଜ ଫାଉଣ୍ଡେସନ ଏବଂ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ଫିଲ୍ମ ଆର୍କାଇଭ’ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଭାରତୀୟ ଚଳଚ୍ଚିତ୍ର ସଂରକ୍ଷଣ ଓ ପୁନରୁଦ୍ଧାର କର୍ମଶାଳା ୨୦୨୫ର ଦଶମ ସଂସ୍କରଣ ଆୟୋଜିତ ହୋଇଛି। ଏହି କର୍ମଶାଳାରେ ଦେଶ ବିଦେଶର ନାମୀଦାମୀ ଚଳଚ୍ଚିତ୍ର ନିର୍ମାତା, ଗବେଷକ, ସଂରକ୍ଷକ ଯୋଗ ଦେଇଛନ୍ତି। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଉଦ୍‌ଘାଟନ ଅବସରରେ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ୱହିଦା ରେହମାନ ଉପସ୍ଥିତ ଥିବାବେଳେ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ।

ଉପସ୍ଥିତ ଚଳଚ୍ଚିତ୍ର ନିର୍ମାତା, ଗବେଷକ ଓ ସଂରକ୍ଷକଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳଚ୍ଚିତ୍ର ସଂରକ୍ଷଣ କେବଳ ଏକ ଟେକ୍ନିକାଲ କାମ ନୁହେଁ, ଏହା ଏକ ସାଂସ୍କୃତିକ ଦାୟିତ୍ୱ। ଏହି କର୍ମଶାଳା ଆମର ଚଳଚ୍ଚିତ୍ର ନିର୍ମାତା ଓ ଚଳଚ୍ଚିତ୍ର ସହ ସମ୍ପୃକ୍ତ ସମସ୍ତଙ୍କୁ ସଶକ୍ତ କରିବା ସହିତ ଆମର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ବିଶ୍ୱସ୍ତରୀୟ ମାର୍ଗଦର୍ଶନ ପ୍ରଦାନ କରିବ। ୧୯୭୩ ମସିହାରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର କନକଲତା ଓ ୧୯୮୪ ରେ ନିର୍ମିତ ହୋଇଥିବା ମାୟାମିରିଗ ଚଳଚ୍ଚିତ୍ରର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଫିଲ୍ମ ହେରିଟେଜ ଫାଉଣ୍ଡେସନ’କୁ ସେ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଚଳଚ୍ଚିତ୍ରର ପୁନରୁଦ୍ଧାର ପାଇଁ ଫିଲ୍ମ ହେରିଟେଜ ଫାଉଣ୍ଡେସନ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଘୋଷଣା କରିଥିଲେ। ଏଥିସହିତ ଓଡ଼ିଆ ଚଳଚ୍ଚିତ୍ରର ହୃତଗୌରବ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଥିଲେ ।


ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ଆଭାସୀ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଏହି ଆୟୋଜନ ପାଇଁ ଖୁସିବ୍ୟକ୍ତ କରି କହିଥିଲେ ଯେ, ଓଡ଼ିଶାର ଏକ ସମୃଦ୍ଧ ଚଳଚ୍ଚିତ୍ର ପରମ୍ପରା ରହିଛି। ଏହି ପରମ୍ପରା ୧୯୩୬ ମସିହାରୁ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ନିର୍ଦ୍ଦେଶିତ ସୀତାବିବାହ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ଯାତ୍ରାରେ ନୀରଦ ମହାପାତ୍ର, ମନମୋହନ ମହାପାତ୍ର, ଘନଶ୍ୟାମ ମହାପାତ୍ର, ପ୍ରଫୁଲ୍ଲ ସେନଗୁପ୍ତ, ନିତାଇ ପାଲିତ, ପାର୍ବତୀ ଘୋଷ, ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଝରଣା ଦାସଙ୍କ ପରି କିମ୍ୱଦନ୍ତୀ ଓଡ଼ିଆ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ। ଅତିଥି ୱହିଦା ରେହମାନ ଚଳଚ୍ଚିତ୍ର ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରି ଧନ୍ୟବାଦ ଦେଇଥିଲେ। ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଫିଲ୍ମ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ରବିନ୍ ବେକରଙ୍କୁ ଆଉଟଷ୍ଟାଣ୍ଡିଙ୍ଗ ଫିଲ୍ମ ହେରିଟେଜ ପୁରସ୍କାର ଏବଂ ସଞ୍ଜୟ ପଟ୍ଟନାୟକ ଓ ସୂର୍ଯ୍ୟ ଦେଓଙ୍କୁ ଚମ୍ପିଅନ ଅଫଫିଲ୍ମ ହେରିଟେଜ ସମ୍ମାନରେ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ କନକଲତା ଚଳଚ୍ଚିତ୍ରର ନିର୍ମାତା ଘନଶ୍ୟାମ ମହାପାତ୍ର ଏବଂ ଚଳଚ୍ଚିତ୍ର ସହ ସମ୍ପୃକ୍ତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଫିଲ୍ମ ହେରିଟେଜ ଫାଉଣ୍ଡେସନର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂ ଡୁଙ୍ଗରପୁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com