ଭୁବନେଶ୍ୱର:25/10- ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୬.0 ଅଭିଯାନର ଅଂଶ ରୂପେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଦ୍ୱାରା ୨୫ ଅକ୍ଟୋବର ୨୦୨୫ ଦିନ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଜନସାଧାରଣଙ୍କ ନିକଟରେ ‘ସ୍ୱଚ୍ଛତା ଓ ଫିଟନେସ’ ର ବାର୍ତ୍ତା ପହଞ୍ଚାଇବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଯାହା ଶାରୀରିକ ସୁସ୍ଥତା ସହିତ ପରିବେଶ ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲା।

ରିଜର୍ଭ ବ୍ୟାଙ୍କର ପ୍ରାୟ ୧୦୦ ଜଣ କର୍ମଚାରୀ ଏହି ୩ କି.ମି. ପଦଯାତ୍ରାରେ ଉତ୍ସାହର ସହିତ ଅଂଶଗ୍ରହଣ କରି ସମାଜରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ଏହି କାର୍ଯ୍ୟକ୍ରମ ଫିଟ୍ ଇଣ୍ଡିଆ ଆନ୍ଦୋଳନର ଆଭିମୁଖ୍ୟକୁ ପ୍ରତିଫଳିତ କରିଥିଲା ଏବଂ କର୍ମଚାରୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ଫିଟନେସ୍ ଓ ସାମାଜିକ ଦାୟିତ୍ୱବୋଧ ଗଠନରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତିବଦ୍ଧତାକୁ ଦର୍ଶାଇଥିଲା।