
ଭୁବନେଶ୍ୱର:19/6-ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବଇ ଯିବେ। ନବୀନ ସର୍ଭାଇକାଲ ଆରଥରାଇଟ୍ସ ରେ ପୀଡ଼ିତ ଥିବା ଏକ୍ସ ହାଣ୍ଡଲରେ ସୂଚନା ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହେବ। ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ତାଙ୍କର ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ସେ ମହାପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି । ଖୁବ୍ ଶୀଘ୍ର ଓଡ଼ିଶା ଫେରି ଲୋକଙ୍କ ସେବା ଜାରି ରଖିବି ବୋଲି ସେ କହିଛନ୍ତି ।