ଭୁବନେଶ୍ୱର:20/5- ଧଉଳି ସ୍ଥିତ କୁମାରଡ଼ିହ ଗ୍ରାମର ଛବି ନାରାୟଣ ମହାରଣାଙ୍କ ବ୍ୟୟ ବିହୀନ ମାନବ ସେବାରେ ହଜାରରୁ ଉର୍ଦ୍ଧ ପୁରୁଷ ଓ ମହିଳା ବିଭିନ୍ନ ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି।ବାର୍ଦ୍ଧକ୍ୟ ଅବସ୍ଥା ରେ ଲୋକମାନେ ଅନେକ ରୋଗରେ ପୀଡିତ ହୋଇ କଷ୍ଟ ଅନୁଭବ କରୁଥିବା ଅବସରରେ, ସମ୍ପୂର୍ଣ ମାଗଣାରେ ଚିକିତ୍ସା ଲାଭ କରିବା ପାଇଁ ଏଠାକୁ ଆସନ୍ତି ଓ ଆରୋଗ୍ୟ ଲାଭ କରନ୍ତି।

ଏହି ଚିକିତ୍ସା କେବେଳ ବିଭିନ୍ନ ଔଷଧୀୟ ଗୁଣ ଥିବା ପତ୍ର, ଲତା ଓ ଗଛ ଛେଲିରେ ପ୍ରସ୍ତୁତ କରାଯାଇ ରୋଗୀମାନଙ୍କୁ ସେବନ ଲାଗି ପରାମର୍ଶ ଦିଆ ଯାଇଥାଏ। ଆଂଠୁ ଗଣ୍ଠି ରୋଗ, ଶ୍ୱାସ ,ଚର୍ମ , ମାନସିକ, କର୍କଟ , ପାରାଲିସି , ମଧୁମୟ ଓ ବିଭିନ୍ନ ରୋଗ ପାଇଁ ମାଗଣାରେ ଚିକିତ୍ସା କରାଯାଏ। ଏହି ମାଗଣା ଚିକିତ୍ସା କେନ୍ଦ୍ର ଏକ ବହୁତ ଉତ୍ତମ ଉଦ୍ୟମ। ଧଉଳିର କୁମାରଡିହ ଗ୍ରାମରେ ଏପରି ଏକ ମାଗଣା ମାନବ ସେବା ମାନସିକ ଏବଂ ଶାରୀରିକ ରୋଗୀଙ୍କ ପାଇଁ ବହୁତ ଲାଭକାରୀ ଅଟେ। ପ୍ରାକୃତିକ ଉପଚାର ମାଧ୍ୟମରେ ଶୁଷ୍ମ ଓ ଜଟିଳ ରୋଗରେ ଆରୋଗ୍ୟ ଲାଭ କରିବା ଏକ ସ୍ଵାଗତଯୋଗ୍ୟ ପ୍ରୟାସ।
ଏପରି ଏକ ଉଦ୍ୟମକୁ ଆଗେଇନେବା ଏବଂ ଏହାର ସମ୍ଭାବନାକୁ ଅଧିକ ଲୋକଙ୍କୁ ପହଂଚେଇବା ଆବଶ୍ୟକ। ଏହି ଚିକିତ୍ସା କେନ୍ଦ୍ରକୁ ସହଯୋଗ ଯୋଗାଇଦେବା ପାଇଁ ଟ୍ରଷ୍ଟ ର ଅଧକ୍ଷା ଇଂ ଦୀପ୍ତିରେଖା ପଟ୍ଟନାୟକ ଓ ଟ୍ରଷ୍ଟି ରବି ମହାରଣା ପ୍ରକାଶ କରିଛନ୍ତି |