• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଦୁଇ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସରକାରଙ୍କ ଭୂମିକା ଅସ୍ପଷ୍ଟ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:4/5-ଆଉ ଜଣେ ନେପାଳୀ ଛାତ୍ରୀ ପ୍ରିଶାଙ୍କ ହଷ୍ଟେଲରେ ଆତ୍ମହତ୍ୟାକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟ ବିବାଦକୁ ଚାଲି ଆସିଛି। ତିନି ମାସ ମଧ୍ୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ବିସ୍ମିତ କରିଛି। ଗତ ଫେବୃୟାରୀରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀ ପ୍ରକୃତି ଲାମସଲଙ୍କ ଆତ୍ମହତ୍ୟା ଘଟଣାରେ ଗୃହସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟିର ରିପୋର୍ଟ କ’ଣ ହେଲା ତାହା ଏବେ ବି ସ୍ପଷ୍ଟ ହୋଇ ନାହିଁ ।

ଚଳିତ ମାସ ୧ ତାରିଖରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ପ୍ରିଶାଙ୍କର ଶନିବାର ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ ହୋଇଛି। ନେପାଳରୁ ତାଙ୍କ ପିତାମାତା ଭୁବନେଶ୍ୱରରେ ଆସି ପହଂଚିବା ପରେ ଏମସ ହସ୍ପିଟାଲରେ ପ୍ରିଶାଙ୍କ ପୋଷ୍ଟମର୍ଟମ କରାଯାଇଥିଲା । ଏହାପରେ ପ୍ରଶାସନର ସହଯୋଗରେ ଅନ୍ତିମସଂସ୍କାର କରାଯାଇଥିଲା। ଏପର୍ଯ୍ୟନ୍ତ ମୃତ୍ୟୁ ପଛର ରହସ୍ୟ ଜଣାପଡ଼ିନାହିଁ। ପ୍ରିଶାଙ୍କ ଆତ୍ମହତ୍ୟାକୁ ପ୍ରେମଜନିତ ରଙ୍ଗ ଦେବା ନେଇ ଚାଲିଥିବା ଉଦ୍ୟମକୁ ତାଙ୍କ ପିତା ନାପସନ୍ଦ କରିଛନ୍ତି।
ଫେବୃୟାରୀ ୧୬ତାରିଖରେ ପ୍ରକୃତି ଲାମସଲ ଯେଭଳି ଢଙ୍ଗରେ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିଲେ ବି.ଟେକ୍ ପ୍ରଥମବର୍ଷ ଛାତ୍ରୀ ପ୍ରିଶା ମଧ୍ୟ ସେଭଳି ଢଙ୍ଗରେ ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ।

ପ୍ରିଶାଙ୍କ ଆତ୍ମହତ୍ୟା ଘଟଣାକୁ ଜାତୀୟ ମାନବାଧିକାର କମିଶନରାଜ୍ୟ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି। ତଦନ୍ତର କାର୍ଯ୍ୟାନୁଷ୍ଠାନ ରିପୋର୍ଟ, ଏଫଆଇଆର କପି ଓ ପୋଷ୍ଟମର୍ଟମ ରିପୋର୍ଟ ସହ ପୋଷ୍ଟମର୍ଟମ ପ୍ରକ୍ରିୟାର ଭିଡିଓଗ୍ରାଫି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ସେହିପରି ୟୁଜିସି କର୍ତ୍ତୃପକ୍ଷ ମଧ୍ୟ ଏହି ମାମଲାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ପ୍ରକୃତି ଲାମସଲ ଆତ୍ମହତ୍ୟା ମାମଲାରେ ଏନଏଚଆରସି ଯାଂଚ କରି କିଟ୍ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାର, ଖୋର୍ଦ୍ଧା ଜିଲ୍ଲାପାଳ ଓ ୟୁଜିସି କର୍ତ୍ତୃପକ୍ଷଙ୍କୁ ମାର୍ଚ୍ଚ ୨୭ତାରିଖରେ ନିର୍ଦ୍ଦେଶ ଦେବାପରେ ଏହାକୁ ଓଡ଼ିଶା ହାଇକୋର୍ଟରେ କିଟ୍ କର୍ତ୍ତୃପକ୍ଷ ଚ୍ୟାଲେଞ୍ଜ କରିଥିଲେ। ଦେଶର ନାମୀ ଓକିଲଙ୍କୁ ଆଣି କିଟ୍ ନିଜର ଏହି ମାମଲା ଲଢ଼ିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୩୦ତାରିଖକୁ ଧାର୍ଯ୍ୟ କରାଯାଇଛି। ଇତିମଧ୍ୟରେ ଆଉଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବାରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ୟୁଜିସି ଓ ଏନଏଚଆରସିଙ୍କ ଭୂମିକା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com