
ଭୁବନେଶ୍ୱର:୨୫/୮– ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ନବୀନ ନିବାସ ଯାଇ ପୂବର୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସାକ୍ଷାତ ସମୟରେ ଦୁଇ ନେତା ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଲୋଚନା କରିଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ବର୍ତ୍ତମାନର ସ୍ଥିତି ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଅଲୋଚନା ବନ୍ଧୁତ୍ୱପୂର୍ଣ୍ଣ ଏବଂ ଅନୌପଚାରିକ ଥିଲା। ରାଜ୍ୟପାଳ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଆଶୁ ଆରୋଗ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ରାଜ୍ୟପାଳ ପ୍ରାର୍ଥନା କରିଛନ୍ତି।