• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

Share on FacebookShare on TwitterShare on Whatsapp

ରାଜଧାନୀବାସୀ ପାଇବେ ବିଶ୍ୱସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ନଦୀର ପୁନରୁଦ୍ଧାର କରାଯିବ। ପ୍ରାଚୀ ନଦୀ ପାଇଁ ୩୦୦ କୋଟି ଟଙ୍କା, ଧନୁଆ ପାଇଁ ଦ୍ୱିତୀୟ ଫେଜ୍‌ରେ ୭୫ କୋଟି, ଦୟା ନଦୀ ପାଇଁ ୧୭୦ କୋଟି, ଦୟା ପଶ୍ଚିମ କେନାଲ ପାଇଁ ୪୦୦ କୋଟି ଟଙ୍କା ଅନୁମୋଦିତ।

ଭୁବନେଶ୍ୱର:୯/୪-ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବାଲିଅନ୍ତା ଠାରେ ୩ଟି ନୂତନ ଗ୍ରୀଡ୍ ସବଷ୍ଟେସନ ଓ ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ଲାଇନ ଉଦ୍‍ଘାଟନ କରିଛନ୍ତି। ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି ୩ଟି ନୂତନ ଗ୍ରୀଡ ସବଷ୍ଟେସନ -ବାଲିଅନ୍ତା, ସତ୍ୟନଗର, ଏବଂ କଟକର ଏସ୍‌.ସି.ବି. ମେଡିକାଲରେ ସ୍ଥାପନ କରାଯାଇଛି। ଯାହାଦ୍ୱାରା ଅଞ୍ଚଳର ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ଉପକୃତ ହେବେ। ଏହା ସହିତ ଭୁବନେଶ୍ୱରକୁ ଏକ ବିକଳ୍ପ ବିଦ୍ୟୁତ ଉତ୍ସ ସହିତ ସଂଯୋଗ ମଧ୍ୟ କରାଯାଇଛି। ଆଗାମୀ ଦିନରେ କଟକ ଓ ଭୁବନେଶ୍ୱରକୁ ଏକାଧିକ ଫିଡର ଲାଇନ ଦ୍ୱାରା ସଂଯୁକ୍ତ କରାଯିବ। ଏହାଦ୍ୱାରା ରାଜଧାନୀବାସୀ ନିରନ୍ତର ଗୁଣାତ୍ମକ ବିଦ୍ୟୁତସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପ୍ରକଳ୍ପ ଗୁଡିକ ବହୁ ପୂର୍ବରୁ ମଞ୍ଜୁରୀ ପାଇଥିଲେ ମଧ୍ୟ କୋର୍ଟ କେସ ଓ ବିଭିନ୍ନ ସମସ୍ୟା ଯୋଗୁ ଏ ଗୁଡିକର କାର୍ଯ୍ୟ ଆରମ୍ଭ ହୋଇପାରୁ ନଥିଲା। ନୂଆ ସରକାର ଦାୟିତ୍ୱ ଗ୍ରହଣ କଲାପରେ ଏହି ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇ ସମସ୍ତ ସମସ୍ୟାର ସମାଧାନ କରି ବର୍ଷକ ତଳେ କାମ ଆରମ୍ଭ ହୋଇଥିଲା। ମାତ୍ର ୧ ବର୍ଷ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି। ଏଥି ମଧ୍ୟରୁ ନୟାପଲ୍ଲୀ ଗ୍ରୀଡରୁ ଗତବର୍ଷ ଠାରୁ ବିଦ୍ୟୁତ ସେବା ଯୋଗାଣ ଆରମ୍ଭ ହୋଇସାରିଛି।

ସେଥିପାଇଁ ଆମେ ମାତ୍ର ୧ ବର୍ଷ ଭିତରେ ୪ଟି ଗ୍ରୀଡ ସବ-ଷ୍ଟେସନ କାମ ସମ୍ପୂର୍ଣ୍ଣ କରିପାରିଲୁ। ଭୁବନେଶ୍ୱରର ବିଦ୍ୟୁତ ଶକ୍ତି ଚାହିଦା ଦୁଇଗୁଣା ହେବ। ଯାହା ବର୍ତ୍ତମାନ ଏକ ହଜାର ମେଗାୱାଟ ଅଛି ତାହା ୨୦୩୦ ସୁଦ୍ଧା ଦୁଇ ହଜାର ମେଗାୱାଟରେ ପହଁଚିବ। ରାଜଧାନୀ ଭୁବନେଶ୍ୱରର ଭବିଷ୍ୟତ ବିକାଶକୁ ଦୃଷ୍ଟିରେ ରଖି ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ ଏବଂ ଆଧୁନିକ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଏହି ନୂତନ ଗ୍ରୀଡ ସବଷ୍ଟେସନ ଓ ସଂଲଗ୍ନ ଟ୍ରାନ୍ସମିସନ ଲାଇନଗୁଡ଼ିକ ରାଜଧାନୀରେ ନିରବଚ୍ଛିନ୍ନ, ଉଚ୍ଚ ଗୁଣସ୍ତରୀୟ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ। ଏହା ଫଳରେ ଶିଳ୍ପ, ବ୍ୟବସାୟ, ଆଇଟି ଏବଂ ନଗରୀୟ ଜୀବନର ସମଗ୍ର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ।

ରାଜ୍ୟରେ ପ୍ରଥମ ଥର ପାଇଁ ଡିଜିଟାଲ ଗ୍ରୀଡ ସବ ଷ୍ଟେସନ ନିର୍ମାଣ କରାଯାଇଛି। ସେହିପରି ରାଜଧାନୀ ପାଇଁ ୭୬୫ କେ.ଭି. ଟ୍ରାନ୍ସମିସନ ବ୍ୟବସ୍ଥାର ବିକାଶ କରିବାର ଯୋଜନା ରହିଛି। ପରବର୍ତ୍ତୀ ସମୟରେ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଗ୍ରୀଡ ସବ-ଷ୍ଟେସନକୁ ଏକାଧିକ ଫିଡର ମାଧ୍ୟମରେ ଯୋଗାଣ ବ୍ୟବସ୍ଥା କରାଯିବ। ସ୍ଥିତି ଅନୁଧ୍ୟାନ କଲା ପରେ ମୁଖ୍ୟମନ୍ତ୍ରୀ ଭିଙ୍ଗାରପୁର, ଉତ୍ତମପୁର, ଗଙ୍ଗେଶ୍ୱର, ପାଣ୍ଡରା, ଜଗନ୍ନାଥ ନଗର, ମଙ୍ଗରାଜ, ପଳାଶୁଣୀ ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳକୁ ବିଦ୍ୟୁତ ସେବା ଯୋଗାଇବା ପାଇଁ ଆଉ ୩ଟି ଫିଡର ବ୍ରବସ୍ଥା କରିବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ଭୁବନେଶ୍ୱରର ପାଶ୍ୱବର୍ତ୍ତୀ ନଦୀ ଗୁଡିକର ପୁନରୁଦ୍ଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଭୁବନେଶ୍ୱର-ଜୟଦେବ ଅଂଚଳରେ ଥିବା ଧନୁଆ ନଦୀର ପୁନଃରୁଦ୍ଧାର ପାଇଁ ଦ୍ୱିତୀୟ ଫେଜରେ ୭୫ କୋଟି ଟଙ୍କା ଅନୁମୋଦନ ହୋଇସାରିଛି। ଏଥିସହିତ ସଂଜୀବନୀ ଯୋଜନାରେ ଦୟା ନଦୀର ପୁନଃରୁଦ୍ଧାର ପାଇଁ ୧୭୦ କୋଟି ଟଙ୍କା ଏବଂ ଦୟା ପଶ୍ଚିମ କେନାଲ ପୁନଃରୁଦ୍ଧାର ଓ ଉନ୍ନତିକରଣ କରିବା ପାଇଁ ୪୦୦ କୋଟି ଟଙ୍କା ଅନୁମୋଦନ ହୋଇଛି ଏବଂ ଖୁବ ଶୀଘ୍ର ସମସ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ଘୋଷଣା କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆମ ସରକାରଙ୍କ ଦ୍ୱାରା ଲୋକଙ୍କୁ ଦିଆ ଯାଇଥିବା ପ୍ରତିଶ୍ରୁତିକୁ ଆମେ ରକ୍ଷା କରିଛୁ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ଭୂଇଁପୁରରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ

April 8, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com