ଭୁବନେଶ୍ୱର: ୨୬/୧୨/୨୦୨୪- ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଅଦିନିଆ ବର୍ଷା ଜନିତ ଫସଲହାନିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ।

ବୈଠକରେ ଶ୍ରୀ ଆହୁଜା ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ରେ ପଞ୍ଜୀକୃତ ଚାଷୀଙ୍କୁ, ବୀମା ସହାୟତା ପାଇବାପାଇଁ 72 ଘଣ୍ଟା ମଧ୍ୟରେ “କୃଷି ରକ୍ଷକ” ଆପ୍ (Krishi Rakshak App) କିମ୍ବା Helpline ନମ୍ବର 14447 ରେ ଯୋଗଯୋଗ କରି ତୁରନ୍ତ ଫସଲ କ୍ଷତିର ସୂଚନା ଦେବାକୁ ଅନୁରୋଧ କରିଛନ୍ତି।
ବୈଠକରେ କୃଷି ବିଭାଗ ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଏବଂ ସମବାୟ ବିଭାଗ କମିଶନର ପ୍ରମୁଖ ଯୋଗ ଦେଇଥିଲେ।