ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପାଇଁ ଅନୁରୋଧ ପତ୍ର ଉପରେ ନିଆଯାଇନି ନିଷ୍ପତ୍ତି

ଭୁବନେଶ୍ୱର:୧୩/୩-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କ ହାତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି। ସେ ବିଧାନସଭାରେ ମାର୍ଚ୍ଚ ୧୩ ତାରିଖରେ ବିଧାୟକ ପବିତ୍ର ସାଉନ୍ତା ସାମ୍ବାଦିକଙ୍କ ସମ୍ପର୍କରେ ପଚାରିଥିବା ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି। ଏଥିରେ ଥିବା କେତେକ ତଥ୍ୟ ସହ ତିନିଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୦ ତାରିଖରେ ସୂଚନା ଅଧିକାର ଆଇନରେ ଯୋଗାଇ ଦିଆଯାଇଥିବା ତଥ୍ୟର ତାଳମେଳ ନଥିବା ଦେଖାଯାଇଛ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଅଧିକାର ଆଇନ ଅଧୀନରେ ଦିଆଯାଇଥିବା ଥିବା ତଥ୍ୟ ଠିକ୍ ନା ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ତଥ୍ୟ ଠିକ୍ ତାହା ଉପରେ ବିଭାଗ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ।

ବିଧାନସଭାରେ ବିଧାୟକ ଶ୍ରୀ ସାଉନ୍ତା ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ସମ୍ପର୍କରେ ପଚାରିଥିବା ପ୍ରଶ୍ନ ଉପରେ ତଥ୍ୟ ରଖି ମୁଖ୍ୟମନ୍ତ୍ରୀ ଯେଉଁ ଉତ୍ତର ଦେଇଛନ୍ତି ତାହା ହେଲା- ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ଅନୁରୋଧ ପତ୍ର ସରକାରଙ୍କ ହସ୍ତଗତ ହୋଇଛି। ଏ ସମ୍ପର୍କରେ ସରକାରଙ୍କ ତରଫରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।



ଉଭୟ ତଥ୍ୟରେ ତାଳମେଳ ନଥିବା ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କ ସଂଖ୍ୟା ୯୧୦୬ ନା ୯୦୮୩, ଅଧିସ୍ୱିକୃତୀପ୍ରାପ୍ତ ସାମ୍ବାଦିକଙ୍କ ସଂଖ୍ୟା ୧୮୨ ନା ୧୯୪, ରାଜ୍ୟସ୍ତରୀୟ ସାମ୍ବାଦିକଙ୍କ ସଂଖ୍ୟା୧୨୭ ନା ୧୩୬, ମୁକ୍ତବୃତ୍ତ ୩୭ ନା ୩୮, ଜିଲାସ୍ତରୀୟ ୧୮ ନା ୨୦ଜଣ ତାକୁ ନେଇ ପ୍ରଶ୍ନ ଉଠିଛି। ଏହାବ୍ୟତୀତ ଗୋପବନ୍ଧୁ ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କ ତଥ୍ୟ ମଧ୍ୟ ଭିନ୍ନ ଭିନ୍ନ ରହିଛି।