
ଭୁବନେଶ୍ୱର:22/6-ଇଷ୍ଟର୍ଣ୍ଣ ପ୍ରେସ ଏଜେନସିରୁ ପ୍ରକାଶ ପାଉଥିବା ଓଡ଼ିଆ ସାପ୍ତାହିକୀ ଇପିଏ ଉଇକ୍ଲି ସମ୍ବାଦପତ୍ରର ଯୁବ ଫଟୋ ସାମ୍ବାଦିକ ଵିରୁ ସାହୁଙ୍କର ଦେହାନ୍ତ ହୋଇଛି। ସେ କିଛିଦିନ ହେଲା ଅସୁସ୍ଥତା ଯୋଗୁଁ ଏମ୍ସ ରେ ଚିକିତ୍ସାଧୀନ ଥିଲେ। ଗତକାଲି ରାତିରେ ଖାଇ ସାରି ଶୋଇଥିଲେ। ସକାଳ ହେବା ପରେ ସେ ଉଠି ନଥିଲେ। ଶୋଇବା ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିଲା। ତାଙ୍କୁ ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କ ଶେଷକୃତ୍ୟ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହୋଇଛି।

ଆଜି ସନ୍ଧ୍ୟାରେ ଫଟୋ ସାମ୍ବାଦିକମାନଙ୍କ ପକ୍ଷରୁ ଡ଼ଟ୍ କମ୍ ଠାରେ ତାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅନେକ ସାମ୍ବାଦିକ ଓ ଫଟୋ ସାମ୍ବାଦିକମାନେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବର ଥିଲେ। ଦେଢ଼ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା।