• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ନ୍ୟାୟିକ ତଦନ୍ତ ଦାବି କଲେ ମିଳିତ ବିରୋଧୀ ଦଳ

Share on FacebookShare on TwitterShare on Whatsapp

-ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା

-ଲୋକସେବା ଭବନ ଆଗରେ ଗଣ ବିକ୍ଷୋଭ ୧୮ରେ

-ବିଧାୟକ, ସାଂସଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ଅଧ୍ୟକ୍ଷଙ୍କୁ ଗିରଫ କରାଯାଉ

ଭୁବନେଶ୍ବର, ୧୪/୭- ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପ୍ରସଙ୍ଗରେ କଂଗ୍ରେସ ଓ ସମଭାବାପନ୍ନ ଧର୍ମନିରପେକ୍ଷ ବାମପନ୍ଥୀ ଦଳଗୁଡିକ ଏକାଠି ହୋଇ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ଆସନ୍ତା ୧୮ ତାରିଖ ଲୋକସେବା ଭବନ ସମ୍ମୁଖରେରେ ଗଣ ବିକ୍ଷୋଭ କରିବାକୁ ନିଷ୍ପତ୍ତି ହୋଇଛି।
ସାଂପ୍ରଦାୟିକ ବିଜେପିର ନେତୃବୃନ୍ଦ ଓ ଏହାର ଛାମୁଆ ସଂଗଠନ ଏବିଭିପିର କାର୍ଯ୍ୟକର୍ତ୍ତା ଏହି ଲୋମହର୍ଷଣକାରୀ ଘଟଣାରେ କାଠଗଡାକୁ ଟଣାହୋଇ ଆସିଛନ୍ତି। ଘଟଣାର ନ୍ୟାୟିକ ତଦନ୍ତ ନ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସୋମବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ଏକ ମିଳିତ ବୈଠକରେ ଚେତାବନୀ ଦିଆଯାଇଛି। ଆଗକୁ କଲେଜ ନିର୍ବାଚନ ଥିବାରୁ କ୍ୟାମ୍ପସଗୁଡିକରେ ହେଲ୍ପଡେସ୍କ ନାମରେ ଅଣଛାତ୍ରମାନେ ପଶି ନୂଆପିଲାଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ଓ ସେଥିରେ କଲେଜ କର୍ତ୍ତୃପକ୍ଷ ସହଯୋଗ କରୁଛନ୍ତି। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସଂଗଠିତ ଗଣଦୁଷ୍କର୍ମ ଘଟଣା ସମେତ ନିକଟ ଅତୀତରେ ଗୋପାଳପୁର ପରି ଏକାଧିକ ଅନୁରୂପ କାଣ୍ଡ ରାଜ୍ୟରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ଗତ କିଛିଦିନ ମଧ୍ୟରେ ରାଜ୍ୟରେ ଘଟିଥିବା ୧୦ଟି ଅଭାବନୀୟ ଘଟଣା ଯୋଗୁଁ ସରକାର କ୍ଷମତାରେ ରହିବାର ଅଧିକାର ହରାଇଛନ୍ତି। କିଟ୍ ଛାତ୍ରୀ ଆତ୍ମହତ୍ୟା, ନୀଳଗିରି ବିଧାୟକଙ୍କ ଅଶାଳୀନ କାର୍ଯ୍ୟକଳାପ, ଶିମିଳିପାଳରେ ଆଦିବାସୀଙ୍କ ଉପରେ ନିର୍ଯ୍ୟାତନା, ଗୋପାଳପୁର ଓ ଧରାକୋଟ ଘଟଣା, ବିଏମସିରେ ବର୍ବରତା, ରଥଯାତ୍ରାରେ ଅଘଟଣ ଓ ବାଂଲାଦେଶୀ ଆରୋପ କରି ଅତ୍ୟାଚାର ପରି କ୍ରମାଗତ ଅଭାବନୀୟ ଘଟଣା ସରକାରଙ୍କ ଚରମ ବିଫଳତା ବୋଲି କୁହାଯାଇଥିଲା।
ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନ, ଗଣଧାରଣା, ଏପରିକି ରାଜଭବନ ଆଗରେ ଧାରଣା ଦିଆଯିବାକୁ ନିଷ୍ପତ୍ତି ସପକ୍ଷରେ ବୈଠକରେ ସହମତି ହୋଇଥିଲା। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିନିର୍ଯ୍ୟାତନାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।

ବାଲେଶ୍ୱର ଘଟଣା ପ୍ରସଙ୍ଗରେ ହେବାକୁ ଥିବା ଏହି ଆନ୍ଦୋଳନର ନେତୃତ୍ୱ ମୁଖ୍ୟ ଦଳ କଂଗ୍ରେସ ନେବା ସପକ୍ଷରେ ନିମ୍ନମତେ ମତପ୍ରକାଶ ପାଇଥିଲା-
୧) ଘଟଣାର ନ୍ୟାୟିକ ତଦନ୍ତ କରାଯାଉ। ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।
୨) ନୈତିକତା ଦୃଷ୍ଟିରୁ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ଵର ସାଂସଦ ଏବଂ ବାଲେଶ୍ଵର ବିଧାୟକ ଇସ୍ତଫା ଦିଅନ୍ତୁ।
୩) ଅଭିଯୁକ୍ତ ଅଧ୍ୟାପକଙ୍କ ପରି କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଉ।

ଆଜି ଅପରାହ୍ନରେ କଂଗ୍ରେସ ଭବନରେ ଅନୁଷ୍ଠିତ ଏହି ମିଳିତ ବୈଠକରେ କଂଗ୍ରେସ ଦଳ ତରଫରୁ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ଶ୍ରୀକାନ୍ତ ଜେନା, ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚଂଦ୍ର କାଡାମ୍, ସନ୍ତୋଷ
ସିଂ ସାଲୁଜା, ଅରବିନ୍ଦ ଦାସ, ସିପିଆଇ ତରଫରୁ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ଜୟନ୍ତ ଦାସ, ସିପିଆଇ(ଏମ୍) ତରଫରୁ ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଦୁଷ୍ମନ୍ତ କୁମାର ଦାଶ, ଯମେଶ୍ୱର ସାମନ୍ତରା, ସିପି ଆଇ(ଏମ୍ ଏଲ)- ଲିବେରେସନ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଏସପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ, ଆରଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com