ଭୁବନେଶ୍ୱର:୬/୧୨- କନ୍ୟା ବିବାହ ପାଇଁ ରାଜ୍ୟ ସରକାର ୫୧ ହଜାର ଟଙ୍କାର ସହାୟତା ପ୍ରଦାନ କରିବେ। ଏ ନେଇ ମହିଳା ଓ ଶିଶୁ ବିକାଶ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲାପାଳଙ୍କୁ ଚିଠି ପଠାଯାଇଛି।
୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରହିବ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାଙ୍କ ବୟସ ୧୮-୩୫ ଏବଂ ବରର ବୟସ ୨୧-୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେମାନେ ପ୍ରଥମ ଥର ବିବାହ କରୁଥିବେ। ତେବେ ବିଧବା ମହିଳା ବିବାହ ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ପ୍ରତି ପରିବାରରୁ ଜଣେ ଲେଖାଏଁ ଯୋଗ୍ୟ ବିବେଚିତ କନ୍ୟାଙ୍କୁ ଏହା ମିଳିବ। ସେମାନେ କିମ୍ବା ସେମାନଙ୍କ ପରିବାର ସଦସ୍ୟ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଠାରୁ ବିବାହ ସହାୟତା ପାଇ ନଥିବେ।
ଏଥିରେ ଦିବ୍ୟାଙ୍ଗ, ଦୁର୍ବଳ ଜନଜାତି, ଅନୁସୂଚିତ ଜାତି ଓ ଜନଜାତି ତଥା ନିମ୍ନ ଆୟକାରୀ ବର୍ଗକୁ ଅଗ୍ରାଧିକାର ଦିଆଯିବ। ଏଥିରେ ଡିବିଟି ମାଧ୍ୟମରେ ୩୫ ହଜାର ଟଙ୍କା ଆକାଉଣ୍ଟକୁ ପଠାଯିବ। ବିବାହ ଉପହାର ପାଇଁ ୧୦ ହଜାର ଟଙ୍କା ଓ ବିବାହ ଆୟୋଜନ କରୁଥିବା ସଂସ୍ଥାକୁ କନ୍ୟା ପିଛା ୬ ହଜାର ଟଙ୍କା ମିଳିବ। ଉପହାର ବାବଦରେ ରାଜ୍ୟ ସରକାର ଉତ୍କଳିକା ଦ୍ୱାରା ପ୍ରସ୍ତୁତ ଶାଢ଼ୀ, ପାଉଁଜି, ଝୁଣ୍ଟିଆ, ବାସନ ଆଦି ଦେବେ। ବିବାହର ୬୦ ଦିନ ପୂର୍ବରୁ ଏ ନେଇ ଆବେଦନ କରିବାକୁ ହେବ ବୋଲି କୁହାଯାଇଛି।
ରଥଯାତ୍ରା-କେଉଁଟି ସତ ?
-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...
Read more