ଭୁବନେଶ୍ୱର:୨୦/୧୧-କେନ୍ଦୁପତ୍ର ତୋଳାଳି, ବାଇଣ୍ଡର ଏବଂ ଋତୁକାଳୀନ କର୍ମଚାରୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୨୦୨୪ ଫସଲ ବର୍ଷ ଏବଂ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ମୋଟ ୪୧.୧୭ କୋଟି ଟଙ୍କା ବିତରଣ କରାଯାଇଛି।
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସହାୟତା ଭାବେ ଆଜି ସୁଦ୍ଧା ୮,୫୯,୭୨୭ ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ଜଣଙ୍କ ପିଛା ଚପଲ–୧୬୦, କେରି ବହନକାରି କପଡ଼ା-୨୦୦ ଏବଂ ହେଡ୍ କ୍ୟାପ–୧୦୦ଟଙ୍କା ହିସାବରେ ମୋଟ ୩୯,୫୪,୭୪,୪୨୦.୦୦ ଟଙ୍କା ଜମା କରାଯାଇଛି। ଏହା କେନ୍ଦୁପତ୍ର ତୋଳାଳିଙ୍କ ଶ୍ରମ ପ୍ରତି ସମ୍ମାନର ପ୍ରତୀକ।
ସେହିପରି ୧୮୭୬୮ ଜଣ ବାଇଣ୍ଡରଙ୍କୁ କମ୍ବଳ ଓ ମଶାରି ପାଇଁ ୟୁନିଟ ପିଛା ୭୦୦ ଟଙ୍କା ହିସାବରେ ୧,୩୧,୩୭,୬୦୦.୦୦ ଟଙ୍କା ପ୍ରଦାନ କରାଯିବା ସହିତ୧୬,୨୩୭ ଜଣ ଋତୁକାଳୀନ କର୍ମଚାରୀଙ୍କୁ ୟୁନିଟ ପିଛା ୧୦୦ ଟଙ୍କା ହାରରେ ୧୬,୨୩,୭୦୦ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ଏହି ବୃହତ କଲ୍ୟାଣ ପ୍ୟାକେଜ ରାଜ୍ୟର କେନ୍ଦୁପତ୍ର ଆଧାରିତ ଶ୍ରମଜୀବୀଙ୍କ ସୁବିଧା ସୁଯୋଗ, ସୁରକ୍ଷା ଏବଂ ସାମାଜିକ ସମ୍ମାନ ପଇଁ ଉଦ୍ଦିଷ୍ଟ।