• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ଷଡଯନ୍ତ୍ର !

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୪/୩ (ପ୍ରସାଦ କୁମାର ପ୍ରଧାନ)

ଶ୍ରୀ ଜଗନ୍ନାଥଙ୍କ ଜମିର ସମାଧାନକୁ କେନ୍ଦ୍ର କରି କିଛି ମନ୍ତ୍ରୀ ଓ ଅଧିକାରୀଙ୍କର ମନ୍ତବ୍ୟ ଶୁଣି ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ଓ ପୁଣି ଜମି କିଣାବିକା ହୋଇ ହଇରାଣରୁ ମୁକ୍ତି ମିଳିଯିବ ବୋଲି ପ୍ରଜାମାନେ ଆଶାବାଦୀ ହୋଇ ରହିଥିବା ବେଳେ ନିଷ୍ପତ୍ତି କିନ୍ତୁ “ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି’ ଭଳି ଅନୁଭବ ହେଉଛି। ପ୍ରାୟ ୧୫ ବର୍ଷ ତଳେ ବିଜେଡି ସରକାର ସମୟରେ ଜଗନ୍ନାଥ ଜମିର ସମାଧାନ କରିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରର ତତ୍କାଳୀନ ମୁଖ୍ୟ ପ୍ରଶାସକ ଥିବା ଅରବିନ୍ଦ ପାଢୀ ଜଗନ୍ନାଥ ଜମିର କିଣାବିକା ଉପରେ ରୋକ୍ ଲଗାଇ ପ୍ରଜା ମାନଙ୍କର ହାତଗୋଡ ବାନ୍ଧି ରଖିଦେଲେ। ଆଜିଯାଏ ସମାଧାନ ହୋଇ ନ ଥିବାରୁ ସମସ୍ତେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ଅବିଭକ୍ତ ପୁରୀ ଜିଲ୍ଲାରେ (ବର୍ତ୍ତମାନର ପୁରୀ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା) ସବୁଠାରୁ ଅଧିକ ଜମି ଥିବାରୁ ଏଠାକାର ଲୋକମାନେ ସର୍ବାଧିକ କଷ୍ଟ ଭୋଗୁଛନ୍ତି। ଜଟଣୀର ପୂର୍ବତନ ବିଧାୟକ ସୁର ରାଉତରାୟ ସେତେବେଳେ ଏହା ଉପରେ ତୀବ୍ର ସ୍ୱର ଉଠାଇଥିଲେ ବି ସରକାର ଓ ଅଧିକାରୀ କିଛି ବି ପଦକ୍ଷେପ ନେଲେ ନାହିଁ। ଖୋର୍ଦ୍ଧା ଜିଲାର ଭିଟାମାଟି ବଞ୍ଚାଓ ସଂଗ୍ରାମ ସମିତି କାର୍ଯ୍ୟକର୍ତ୍ତାମାନେ ତତ୍କାଳୀନ ଆଇନମନ୍ତ୍ରୀ ଓ ସରକାରଙ୍କ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏକାଧିକ ବୈଠକରେ ଯୋଗ ଦେଇଥିଲେ। ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତି ହୋଇଥିଲା। ତାହା ସେହିଠାରେ ରହିଲା।

ନୂଆ ସରକାର ଆସିବାର ପ୍ରାୟ ୨ବର୍ଷ ହେଲାଣି। ଏହି ସରକାର ସମାଧାନ ଦିଗରେ କେତେଦୂରୁ ଆନ୍ତରିକତା ରଖିଛନ୍ତି ତାହା ମା’ ଗଙ୍ଗେଇ ଜାଣେ! ଏବେ ସେତେବେଳର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବର୍ତ୍ତମାନର ସରକାର ପୁନଃ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଅବସ୍ଥାପିତ କରିଛନ୍ତି। ସମାଧାନ ଲାଗି ଜୋର୍‍ ସୋର୍ ଉଦ୍ୟମ କରା ଯାଉଥିବାର ଶୁଣିବାକୁ ମିଳୁଛି। କୁଆଡେ ଅହରହ ତର୍ଜମା ଚାଲୁଛି। ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଜିଲ୍ଲାପାଳ, ତହସିଲଦାର ଓ କିଛି ରାଜସ୍ୱ ଅଧିକାରୀ ବସି ଆଲୋଚନା ହେଉଛି। ସରକାରୀ ପ୍ରେସ ବିବୃତି ଦେଇ କୁହାଯାଉଛି, ନିଷ୍କର୍ସ ବାହାର କରିବାର ପ୍ରଚେଷ୍ଟା ଜାରି ରହିଛି। ତେବେ ସେ ସମୟରେ ମୁଖ୍ୟ ପ୍ରଶାସକ କିଛି ନକରି କେବଳ କିଣାବିକାରେ ରୋକ୍ ଲଗାଇ ବସି ଯାଇଥିଲେ କି ଯେଉଁଥିପାଇଁ ଏବେ ପୁଣି ମୁଖ୍ୟ ପ୍ରଶାସକ ହେବା ପରେ ସମାଧାନର ସୂତ୍ର ବାହାର କରିବା ଲାଗି ତର୍ଜମା ଆରମ୍ଭ କରିଛନ୍ତି! ଶୁଣାଯାଏ ଯେ ବର୍ତ୍ତମାନର ମୁଖ୍ୟ ପ୍ରଶାସକ ବିଜେଡି ସରକାର ସମୟରେ ମୁଖ୍ୟ ପ୍ରଶାସକ ଥିବାବେଳେ ସେତେବେଳର ଆଇନମନ୍ତ୍ରୀ ପ୍ରତାପ ଜେନା ଜଗନ୍ନାଥ ଜମିର ସମାଧାନ ନିମନ୍ତେ ଏକ ହାଇଲେବଲ୍ କମିଟି ଗଠନ କରିବାକୁ କୁଆଡେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଜମିର ବେଞ୍ଚମୂଲ୍ୟ ନିର୍ଦ୍ଧାରଣ କରା ଯାଇଥିବାର ବି ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା। ସେହି କମିଟି ତଥା ସେତେବେଳର ନିଷ୍ପତ୍ତି ସମ୍ବନ୍ଧରେ ମୁଖ୍ୟ ପ୍ରଶାସକ ଜଣାଇବା ସହିତ କେଉଁ ପରିପ୍ରେକ୍ଷୀରେ ସେ ନିଷ୍ପତ୍ତିକୁ କାର୍ଯ୍ୟକାରୀ ନକରି ପୁନଃ ତର୍ଜମା କରାଯାଉଛି ସେ ବିଷୟରେ ମତାମତ ରଖିବା ଆବଶ୍ୟକ। ଏହି ନୂତନ ତର୍ଜମା ସରିବ, ନୂଆ ନୀତି ପ୍ରଣୟନ କରାଯିବ ଓ ତାହା ପରେ ସମାଧାନ କାର୍ଯ୍ୟ ଆରମ୍ଭ ହେବ! ଏଥିରୁ ବୁଝିବାକୁ ହେବ ଯେ ସାତ ମହଣ ଘିଅ ହେବ ରାଧା ପାହାରେ ନାଚିବ! ସମାଧାନ ନାମରେ ୧୫ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଗଲାଣି। ଏମିତି ଆହୁରି ୧୫୦ ବର୍ଷ ବିତିଗଲେ ବି ପ୍ରସଙ୍ଗଟି ଯଥା ପୂର୍ବ ତଥା ପର ହୋଇ ରହିଯିବ ବୋଲି ମନେହେଉଛି।

ପ୍ରଶ୍ନ ଉଠୁଚି ଜଗନ୍ନାଥ ଜମିର ସମାଧାନ ନିମନ୍ତେ ସେତେବେଳେ ଉକ୍ତ ଜମିର କିଣାବିକାରେ ରୋକ୍ ଲଗାଇବା ନିତାନ୍ତ ଆବଶ୍ୟକ ଥିଲା କି? ଏଭଳି ରୋକ୍ ଲଗାଇ ଲୋକଙ୍କୁ ଚାପରେ ରଖି ଜମି ବାବଦରେ ଅଧିକା ଟଙ୍କା ଆଦାୟ ପାଇଁ ଏହା ଏକ ଷଡଯନ୍ତ୍ର ନଥିଲା ତ! ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ଜମି କିଣାବିକା ଉପରେ ଅଧିକାରୀ ରୋକ୍ ଲଗାଇବା ଠିକ୍ କି ଭୁଲ୍ ସରକାର ତୁରନ୍ତ ତର୍ଜମା କରିବା ଆବଶ୍ୟକ। କିଣାବିକା ବନ୍ଦ କଲେ କିନ୍ତୁ ରାଜସ୍ୱ ବିଭାଗ ଭୂ ରାଜସ୍ୱ ଆଦାୟ ବନ୍ଦ ହେଲାନି। ଏବାବଦରେ ଯାହା ଆଦାୟ ହୋଇଛି ତାକୁ ରାଜସ୍ୱ ବିଭାଗ ଶ୍ରୀମନ୍ଦିରକୁ ଦେଇଛି ନା ନିଜ କାର୍ଯ୍ୟରେ ଖର୍ଚ୍ଚ କରିଛି ତା’ର ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ଯଦି କିଣାବିକା ବନ୍ଦ କରିବା ନିହାତି ଜରୁରୀ ନଥିଲା ତେବେ ଏଭଳି ଭୁଲ୍ ନିଷ୍ପତ୍ତି ଯୋଗୁଁ ଦୀର୍ଘ ବର୍ଷ ଧରି ଲୋକଙ୍କର ଯେଉଁ କ୍ଷତି ଘଟିଲା ଏବଂ ସେମାନେ ଆଜିଯାଏ ଯେଭଳି ଦୁଃଖ ଦୁର୍ଦ୍ଦଶା ଭୋଗ କରୁଛନ୍ତି ତଥା ସରକାର ଯେଉଁ କୋଟି କୋଟି ଟଙ୍କା ରାଜସ୍ୱ ହରାଇଛନ୍ତି ସେଥିଲାଗି ସଂପୃକ୍ତ ଅଧିକାରୀ ହିଁ ଦାୟୀ ରହିବେ!

ଜମି ସମାଧାନକୁ ନେଇ ବର୍ତ୍ତମାନ ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟକଳାପରୁ ଯାହା ଜଣାପଡୁଛି ବହୁ ଆଡମ୍ବରେ ଲଘୁକ୍ରିୟା ସଦୃଶ ହେବ। ଲୋକମାନେ ଦୀର୍ଘ ବର୍ଷ ଧରି ବହୁତ ଦୁର୍ଦ୍ଦଶା ଭୋଗି ସାରିଲେଣି। ଆଉ ଅଧିକ ସମୟ କଷ୍ଟ ସହିବାର ଧୈର୍ଯ୍ୟ ଅବା ଶକ୍ତି ନାହିଁ। ଏଣିକି ଲୋକଙ୍କର ଲୁହ ନିଶ୍ୱାସ ସରକାର ଓ ସଂପୃକ୍ତ ଅଧିକାରୀଙ୍କ ଉପରେ ନିଶ୍ଚୟ ପଡିବ। ତେଣୁ ସମାଧାନ ଲାଗି ସରକାରଙ୍କୁ ଗୋଟିଏ ଛୋଟ ପରାମର୍ଶ ଦେବାକୁ ଉଚିତ୍ ମନେହୁଏ। ଜଗନ୍ନାଥଙ୍କ ଜମିର ଚିହ୍ନଟ ସହ କିସମ ଓ ଭୋଗଦଖଲ କାଳକୁ ନେଇ ବେଞ୍ଚମୂଲ୍ୟ ନିର୍ଦ୍ଧାରଣ କରି ତହସିଲଦାରମାନଙ୍କୁ ଅବଗତ କରାଯାଉ। ଜଗନ୍ନାଥ ଜମିର ପଟ୍ଟାଧାରୀ ପ୍ରଜାମାନେ ନିଜ ନିଜ ତହସିଲରେ ନିର୍ଦ୍ଧାରିତ ରାଶି ଜମା କରି ଜମି ପଟ୍ଟା ସଂଶୋଧନ କରନ୍ତୁ। ଏହା ସହଜ ଓ ସରଳ ହେବ। ଯଦି ସରକାର ଅନ୍ୟ କିଛି ବିକଳ୍ପ ଚିନ୍ତା କରୁଥା’ନ୍ତି ତେବେ ଲୋକଙ୍କ ସରକାରଙ୍କୁ ଅନୁରୋଧ ସମସ୍ୟାର ସମାଧାନ ଲାଗି କାର୍ଯ୍ୟକ୍ରମ ଜାରି ରହୁ। ସେଥିରେ ପ୍ରଜାମାନଙ୍କର ଆବଶ୍ୟକୀୟ ସହଯୋଗ ନିଶ୍ଚୟ ରହିବ। କିନ୍ତୁ ଶ୍ରୀଜୀଉଙ୍କ ନାମରେ ଥିବା ଜମି କିଣାବିକା କାର୍ଯ୍ୟକାରୀ କରିବାକୁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com