ଭୁବନେଶ୍ୱର:27/12/2024-ରାଜ୍ୟ ସରକାର ଆଜି ଓଡ଼ିଶା ଆଇନ ଆୟୋଗର ପୁନର୍ଗଠନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଆଇନ ଆୟୋଗ ଗଠିତ ହୋଇଛି।
ଆଇନ ଆୟୋଗ ସଦସ୍ୟ ଭାବେ ଓଡ଼ିଶା ହାଇକୋର୍ଟର ଦୁଇଜଣ ବରିଷ୍ଠ ଆଡଭୋକେଟ ସୂର୍ଯ୍ୟପ୍ରକାଶ ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ରଙ୍କୁ ନିଆଯାଇଛି।ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଆଇନ ବିଭାଗର ପ୍ରମୁଖ ସଚିବ ଏକ୍ସ-ଅଫିସିଓ ସଦସ୍ୟ ଅଛନ୍ତି। ସଦସ୍ୟ ସଚିବ ଭାବେ ଜଣେ ଅତିରିକ୍ତ ସଚିବ କାର୍ଯ୍ୟ କରିବେ।
ପୁନର୍ଗଠିତ ଏହି ଆୟୋଗରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ସଦସ୍ୟ ରହିଛନ୍ତି। ଏହି କମିଟି ରାଜ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଥିବା ବିଭିନ୍ନ ରାଜ୍ୟ ଆଇନର ତର୍ଜମା କରି ସେ ଦିଗରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ।
