ଭୁବନେଶ୍ୱର:6/5-ଦୀଘାର ନୂତନ ଜଗନ୍ନାଥ ମନ୍ଦିର ପାଇଁ ‘ଜଗନ୍ନାଥ ଧାମ’ ନାମ ବ୍ୟବହାର ବିଷୟରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
‘ଜଗନ୍ନାଥ ଧାମ’ ନାମ ବ୍ୟବହାରରୁ ବିରତ ରହିବାକୁ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି
ଆମ ଶ୍ରୀ ଜଗନ୍ନାଥ ଧାମ ହିନ୍ଦୁ ଧର୍ମର ଚାରି ଧାମ ମଧ୍ୟରେ ଅନ୍ୟତମ ଏବଂ ଏହାର ଏକ ଅନନ୍ୟ ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି। “ଜଗନ୍ନାଥ ଧାମ” ନାମଟି ପୁରୀ ସହିତ ଅଭିନ୍ନ ଭାବେ ଜଡିତ ହୋଇଥିବାରୁ, ପଶ୍ଚିମବଙ୍ଗର ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରରେ ଏହି ନାମ ବ୍ୟବହାର କରିବା ଲକ୍ଷାଧିକ ଜଗନ୍ନାଥ ଭକ୍ତ, ଓଡ଼ିଆ ଜନତାଙ୍କ ଭାବନା ତଥା ଆମ ଅସ୍ମିତାକୁ ଆଘାତ ପହଞ୍ଚାଇଛି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ମୁଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦୀଘାର ନୂତନ ଜଗନ୍ନାଥ ମନ୍ଦିର ପାଇଁ ‘ଜଗନ୍ନାଥ ଧାମ’ ନାମ ବ୍ୟବହାର ବିଷୟରେ ଆମର ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ‘ଜଗନ୍ନାଥ ଧାମ’ ନାମ ବ୍ୟବହାରରୁ ବିରତ ରହିବାକୁ ଅନୁରୋଧ କରିଛି।
